ହେଡଲାଇନସ୍:

କୋମନା ବ୍ଲକରେ ବିଜେଡିର ପଦଯାତ୍ରା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡା :- (ଅମିତ ପୁରୋହିତ) ଗତ  ଦୁଇ ତାରିଖ ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମ ଦିବସ ରୁ ବିଜୁ ଜନତା ଦଳ ସମଗ୍ର ରାଜ୍ୟରେ ପଦଯାତ୍ରା ର ଆୟୋଜନ କରୁଛି । ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଗୁଡିକୁ ସିଧାସଳଖ ଜନତାଙ୍କର ପାଖକୁ ପହଞ୍ଚାଇବା , ଯୋଜନା ଓ ଯୋଜନା ଗୁଡିକ ବିଷୟରେ ଜନତାଙ୍କୁ ସଚେତନ କରାଇବା ଲକ୍ଷ୍ୟରେ ରାଜ୍ୟର ସମସ୍ତ ଦଲୀୟ ନେତା ପଦଯାତ୍ରା କରୁଛନ୍ତି । ଏହି କ୍ରମରେ ଆଜି ନୂଆପଡା ବିଧାୟକ ତଥା ଜିଲ୍ଲା ବିଜୁ ଜନତା ଦଳର ସଭାପତି ଓ ନୂଆପଡା ପ୍ଲାନିଂ କମିଟି ର ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର ଢୋଲକିଆ ଙ୍କର ନେତୃତ୍ୱରେ, ଟିଟୁ ପଣ୍ଡା , ଅବନୀ ରଂଜନ ଯୋଶୀ , ମନୋଜ ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ , କାଳିଆ ପ୍ରଧାନ , କାର୍ତିକ ଦୀପ , ହରିକେଶ ଜାଲ ,ତଥା ଜିଲ୍ଲା ର ପ୍ରାୟ ଏକ ହଜାର ରୁ ଉର୍ଦ୍ଧ୍ବ କର୍ମୀ   କୋମନା ବ୍ଲକ ରେ , କୋମନା   ପଞ୍ଚାୟତ ରୁ ଏକ ପଦଯାତ୍ରା ବାହାରି ମହୁଲଭଟା,ଟିକରାପଡା,ଡୋଙ୍ଗରିପାଲି, କମକେଡା, ନୂଆଗାଁ, ଲରକି, ଦାନଝୋଲା,ଗଣ୍ଡାମେହେର   ପଂଚାୟତ ହୋଇ କାଣ୍ଡେତରା  ଜିପି ରେ ଶେଷ ହେଲା । ଆଜିର ଏହି ପଦଯାତ୍ରା କାର୍ଯ୍ୟକ୍ରମ ରେ  ବିଧାୟକ ଙ୍କୁ ସବୁ ଗ୍ରାମରେ ଭାବ୍ୟ ସ୍ୱାଗତ କରାଯିବା ସହିତ ତାଙ୍କୁ ଶୁଣିବାକୁ ବହୁତ ଜନସମାଗମ ହେଇଥିଲା । ଉକ୍ତ ଗ୍ରାମଗୁଡିକରେ ମାନ୍ୟବର ବିଧାୟକ ଶ୍ରୀ ଢୋଲକିଆ ଅନେକ ସଭା କରିବା ସହିତ ସରକଙ୍କର ଦ୍ୱାରା କରାଯାଇଥିବା ଯୋଜନା ଗୁଡିକ ରେ ସାମିଲ ହେଇ ରାଜ୍ୟର ବିକାଶରେ ସହଯୋଗ କରିବାକୁ ସାଧାରଣ ଜନତା କୁ ନିବେଦନ କରିଥିଲେ ।

0
0
0
s2sdefault