ହେଡଲାଇନସ୍:

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଭାରତ ଓ ବାଲାଂଦେଶ ମଧ୍ୟରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦୁଇ ଦେଶ ମଧରେ ଉର୍ଜା ବନ୍ଧନର ସଂଯୋଗ ସେତୁ ସ୍ଥାପନ - ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର,  – ନୂଆଦିଲ୍ଲୀ ଠାରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଦ୍ୱାରା ଭାରତ ଓ ବାଲାଂଦେଶ ମଧ୍ୟରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଦୁଇ ଦେଶ ମଧରେ ଉର୍ଜା ବନ୍ଧନର ସଂଯୋଗ ସେତୁ ସ୍ଥାପନ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ‘ପ୍ରଥମ ନେବରହୁଡ୍’ ପଲିସି ଭାରତ- ବାଂଲାଦେଶର ଉର୍ଜା ନିର୍ବନ୍ଧକୁ ନୂଆ ସ୍ତରକୁ ନେଇଛିା ଏହି ପ୍ରକଳ୍ପରେ ବାଂଲାଦେଶରୁ ଭାରତର ଉତର-ପୂର୍ବ ରାଜ୍ୟ ସମୂହକୁ ରନ୍ଧନ ଗ୍ୟାସ ଆସିବ । ଫଳରେ ବାଂଲାଦେଶରୁ ଉତର-ପୂର୍ବର ଅନେକ ରାଜ୍ୟକୁ ରନ୍ଧନ ଗ୍ୟାସ ସହଜରେ ପହଁଚି ପାରିବ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ-ବାଂଲାଦେଶ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରାଥମିକତା ଦିଆଯାଉଥିବା ବେଳେ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ଚୁକ୍ତି ଐତିହାସିକ ପଦକ୍ଷେପ । ଏହା ଦ୍ୱାରା ଆଗାମୀ ଦିନରେ ଦୁଇ ପୋଡଶୀ ଦେଶ ଭିତରେ ଉର୍ଜା ସଂଯୋଗ୍ ମଜବୁତ୍ ହେବ । ଆଗାମୀ ଦିନରେ ଏହି ପ୍ରକଳ୍ପ ଉଭୟ ଦେଶର ବିକାଶ ଏବଂ ପ୍ରଗତି ହେବ । ଯାହାର ପରିଣାମସ୍ୱରୂପ ଦୁଇ ରାଷ୍ଟ୍ରରେ ଅର୍ଥନୀତି ଅଭିବୃଦ୍ଧି  ଘଟିବା ସହ ଏବଂ ରୋଜଗାର ସୃଷ୍ଟି ହେବ ବୋଲି ସେ କହିଛନ୍ତି । 

 

 

0
0
0
s2sdefault