ହେଡଲାଇନସ୍:

ନୂଆପଡା ଅଞ୍ଚଲବାସୀଙ୍କ ପାଇଁ ମରଣଜନ୍ତା ପାଲଟିଛି ରାଜପଥ ନମ୍ବର ୩୫୩ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ୫ ବର୍ଷ ମଧ୍ୟରେ ୨୦ଟି ଦୁର୍ଘଟଣା ଘଟି ୫୦ ଜଣଙ୍କର ମୃତ୍ୟୁ

ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ ବିଧାୟକ ରାଜୁ ଢୋଲକିଆ  

 

ବଙ୍ଗୋମୁଣ୍ଡା(ଖଗପତି କୁମ୍ଭାର) ସରକାର କ୍ଷିପ୍ରଗତିରେ ରାସ୍ତା ନିର୍ମାଣକୁ ଗୁରୁତ୍ୱ ଦେଉଥିବାଢିଣ୍ଡୁରା ପିଟୁଥିବାବେଲେ ଜାତୀୟ ରାଜପଥ ନଂ -୩୫୩ ବଙ୍ଗୋମୁଣ୍ଡା -ପୁରୁମପୁରି ରାସ୍ତା ଅବସ୍ଥାକୁ ଦେଖିଲେ ଏହା ପ୍ରସହନ ବୋଲି ମନେ ହୁଏ । ଲୋକଙ୍କ ଗମନାମଗନର ସୁବିଧାକୁ ଦୃଷ୍ଟିରେ ରଖି ୨୦୧୪ ମସିହାରେ ଏହି ରାସ୍ତାର ଉନ୍ନତିକରଣପାଇଁ ସରକାରଙ୍କ ତରଫରୁ ଅରମ୍ଭ କରାଯାଇଥିଲା । ଜସନସାଧାରଣ ମଧ୍ୟ ଆସାବାଦି ଥିଲେ । ରାସ୍ତାର ଉନ୍ନତିକରଣ ହେଲେ  ଗମନାଗମନ ପ୍ରକିୟା ତ୍ୱରାନ୍ନିତ ହେବ । ନଚେତ ଲୋକଙ୍କ ଆଶା ଆଶାରେ ହି ରହିଗଲା । ଅପରପକ୍ଷେ ରାସ୍ତା ମଧ୍ୟରେ ବଡ ବଡ ଗର୍ତ୍ତ ସୃଷ୍ଟି ହେଇଥିବାରୁ ଲୋକଙ୍କ ପାଇ ଅଭିଶାପ  ପାଲିଟିଛି । ତଥ୍ୟ ଅନୁଯାଇ ବିଗତ ୫ ବର୍ଷ ମଧ୍ୟରେ ୨୦ଟି ଦୁର୍ଘଟଣା ଘଟି ୫୦ ଜଣଙ୍କର ମୃତ୍ୟୁ ହୋଇଛି ।  ଜନସାଧାରଣଙ୍କ ଅସୁବିଧାକୁ  ଦୃଷ୍ଟିରେ ରଖି  ବିଧାୟକ ତଥା ଜିଲ୍ଲା  ଯୋଜନା କମିଟି  ଅଧ୍ୟକ୍ଷ   ଶ୍ରୀ ରାଜେନ୍ଦ୍ର ଢୋଲକିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି, କେନ୍ଦ୍ରମନ୍ତ୍ରୀ ଶ୍ରୀ  ନିତିନ ଗଡକରି  ତଥା ଓଡିଶାର ମୁଖ୍ୟମନ୍ତ୍ରୀ  ଶ୍ରୀ ନବୀନ ପଟ୍ଟନାୟକଙ୍କୁ  ତାରିଖ  ୦୪-୧୦-୨୦୧୯ ରେ ଚିଠି ଲେଖିଛନ୍ତି । ବିଧାୟକଙ୍କ ଏହିକାର୍ଯ୍ୟକୁ ଜନସାଧାରଣ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଯଥାଶିଘ୍ର ରାସ୍ତା ନିର୍ମାଣ ପାଇଁ ଦାବି ଜଣାଇଛନ୍ତି ।

0
0
0
s2sdefault