ହେଡଲାଇନସ୍:

ଭୁଲ ମାଗିଲେ ପରେଶ ରାୱଲ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁମ୍ବାଇ : ପୂର୍ବତନ ବିଜେପି ସଂସଦ ତଥା ଅଭିନେତା ପରେଶ ରାୱଲ ଭୁଲ ମାଗିଛନ୍ତି | ଆଉ ସେ ଭୁଲ ମାଗିଛନ୍ତି ଗୋରଖପୁର ବିଆରଡ଼ି ହସ୍ପିଟାଲ ର ଜଣାଶୁଣା ଶିଶୁରୋଗ ବିଶେଷଜ୍ଞ ଡ଼ କାଫିଲ ଖାନଙ୍କୁ | ସୂଚନାଯୋଗ୍ୟ ବିଆରଡ଼ି ହସ୍ପିଟାଲର ୨୦୧୭ ମସିହାରେ  ଘଟିଥିବା ଅମ୍ଳଜାନ ଅଭାବ ଜନିତ ଶିଶୁ ମୃତ୍ୟୁ ଘଟଣାରେ ଡ଼ କଫିଲ ଖାଁଙ୍କ ବିରୋଧରେ ବିରୋଧରେ ଆସିଥିଲା ଦାୟିତ୍ୱରେ ଅବହେଳା ଆଉ ଦୁର୍ନୀତି ଅଭିଯୋଗ, ଯେଉଁ ମାମଲାରେ ତଦନ୍ତ କମିଟି  ଡ଼ କାଫିଲଙ୍କୁ ଦୋଷକୁକ୍ତ କରିବା ସହ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ନିରାଧାର ବୋଲି ଉଲ୍ଲେଖ କରିଛନ୍ତି | ସୂଚନାଯୋଗ୍ୟ ଯେ ଉତ୍ତରପ୍ରଦେଶ ଯୋଗୀ ସରକାର ଡ଼ କାଫିଲଙ୍କ ବିରୋଧରେ ଦାୟିତ୍ୱରେ ଅବହେଳା ଆଉ ଦୁର୍ନୀତି ଅଭିଯୋଗ ଆଣିବା ସହ ତାଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ | ହେଲେ ରାଜ୍ୟ ସରକାରଙ୍କ ପ୍ରମୁଖ ଶାସକ ସଚିବ ହିମାଂଶୁ କୁମାର ଘଟଣାର ତଦନ୍ତ କରିବା ସହ ଡ଼ କାଫିଲଙ୍କୁ ଦୋଷମୁକ୍ତ ବୋଲି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ | 

ମଙ୍ଗଳବାର ଦିନ ଡ଼ କାଫିଲ ବଲିଉଡ ଅଭିନେତା ପରେଶଙ୍କ ଠାରୁ କ୍ଷମା ଯାଚନା ଚାହିଁଥିଲେ | "ତଦନ୍ତ ରିପୋର୍ଟ ପଢି ଅତିକମରେ ଆପଣ ଆପୋଲୋଜି ମାଗିବେ" ବୋଲି କାଫିଲ ତାଙ୍କ ଟ୍ୱଇଟରେ ଉଲ୍ଲେଖ କରିଥିଲେ | କାରଣ ଅତୀତରେ ପରେସ ରାୱଲ ତାଙ୍କୁ ସମାଲୋଚନା କରି “hero in the eyes of ever active termite clan”.ବୋଲି  ଅଗଷ୍ଟ ୨୦୧୭ ର ଘଟଣା ପରେ ଉଲ୍ଲେଖ  କରିଥିଲେ |

ଆଉ କାଫିଲଙ୍କ ଏହି ଟୁଇଟ ପରେ ବୁଢାବାରଦିନ ପରେଶ ରାୱଲ ଏକ ଟୁଇଟ ମାଧ୍ୟମରେ କ୍ଷମା ମାଗିଛନ୍ତି | ପରେସ ତାଙ୍କ ଟୁଇଟର ଲେଖିଛନ୍ତି ଯେ  , “There is no shame in apologising when one is wrong… I apologise to @drkafeelkhan”| ଆଉ ପରେଶଙ୍କ ଅପଲୋଜି କୁ ଗ୍ରହଣ କରି ଧନ୍ୟବାଦ ଜଣାଇଛନ୍ତି ଡ଼ କାଫିଲ | 

 

0
0
0
s2sdefault