ହେଡଲାଇନସ୍:

ଜିଲ୍ଲା ବନ ବିଭାଗ ପକ୍ଷରୁ ୬୫ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ଠାରେ ଜିଲ୍ଲା ବନ-ବିଭାଗ ପକ୍ଷରୁ ୬୫ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

   ଏହି ଅବସରରେ ବନ ବିଭାଗ ପକ୍ଷରୁ ଏକ ସଚେତନତା ଶୋଭାଭାଯାତ୍ରାର ଆୟୋଜନ କରାଯାଇ ହାଇସ୍କୁଲ ଛକଠାରୁ ବାହାରି ଥିଲ । ଏହାକୁ ବନଖଣ୍ଡ ଅଧିକାରୀ ବିବେକ କୁମାର ତ୍ୟାଗୀ ଏବଂ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ  ବୃଷକେତୁ ଦାସ ଅତିଥି ଭାବେ ଯୋଗଦେଇ  ମିଳିତ ରେ ସବୁଜ ପତାକା ଦେଖାଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ  ।

    ଶୋଭାଯାତ୍ରାରେ ଛାତ୍ରଛାତ୍ରୀ ମାନେ ଏକ ବିରାଟ ପଟୁଆରରେ ବିଭିନ୍ନ ବନ୍ୟଜନ୍ତୁଙ୍କ ଆକୃତି ବେଶଭୂଷାରେ ସଜ୍ଜିତ ହୋଇ ସହର ପରିକ୍ରମା କରି ବନ୍ୟଜନ୍ତୁଙ୍କ ଓ ଜଙ୍ଗଲ ସୁରକ୍ଷା  ସମ୍ପର୍କରେ ସ୍ଲୋଗାନ ଦେଇ ସଚେତନତା କରିଥିଲେ । 

     ଚଳିତ ଅକ୍ଟୋବର ମାସର ଗତ ୨ ତାରିଖ ଠାରୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ମୁଖ୍ୟତଃ ବନ୍ୟଜନ୍ତୁଙ୍କ ସୁରକ୍ଷା ସହ ଜଙ୍ଗଲ ଓ ପରିବେଶ ସୁରକ୍ଷା ଏବଂ ଜୈବ-ବିବିଧତା ସନ୍ତୁଳନ  ଉପରେ  ଲୋକ ମାନଙ୍କୁ ସଚେତନତା କରାଇବେ ବୋଲି ବନ ବିଭାଗ ପକ୍ଷରୁ କୁହା ଯାଇଛି।

           ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ବନ ସଂରକ୍ଷଣ ଅଧିକାରୀ ପ୍ରଭାକର ଅଧିକାରୀ,ପ୍ରଭାକର ନାୟକ , ଦେବଗିରି ରେଞ୍ଜର ଏମ.ନରସିଂହମଙ୍କ ସମେତ ଅନ୍ୟାନ୍ୟ ବନ ବିଭାଗ ଅଧିକାରୀ ଓ କର୍ମଚାରୀ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲ।

0
0
0
s2sdefault