ହେଡଲାଇନସ୍:

 ୨୬ ସାର୍ବଜନୀନ ମଣ୍ଡପରେ ପୂଜା ପାଇବେ ଜଗତ୍ ଜନନୀ ମା ଦୁର୍ଗା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶାନ୍ତିଶୃଙ୍ଖଳାର ସହିତ ପରିଚାଳନା ନିମନ୍ତେ ପୁଲିସ ପକ୍ଷରୁ ପ୍ରସ୍ତୁତି ଶେଷ

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲାରେ ମୋଟ ୧୭୮ ପୂଜା ମଣ୍ଡପ ସହିତ ବାରିପଦା ପୌରପରିଷଦ ମଧ୍ୟରେ ୫ଟି ପ୍ରମୁଖ ସହ ମୋଟ ୨୬ଟି ସାର୍ବଜନୀନ ଦୂଗାପୂଜା ମଣ୍ଡପ ସହ ମୋଟ ୨୯ଟି ମଣ୍ଡପରେ ପୂଜା ପାଇବେ ଜଗତ୍ ଜନନୀ ମା, ଦୁର୍ଗା  ଏବଂ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ନିମନ୍ତେ ପୁଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପର୍ବ ଶେଷ ହୋଇସାରିଛି । ଆଜି ଜିଲ୍ଲା ଅରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମୀଳନୀ କକ୍ଷରେ ଆରକ୍ଷୀ ଅଧିକ୍ଷକ ପରମାର ସ୍ମିଥ ପରଷୋତ୍ତମ ଦାସ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଥିଲେ । ଆରକ୍ଷୀ ଅଧିକ୍ଷକ ଗଣମାଧ୍ୟମକୁ ଦେଇଥିବା ସୂଚନା ଆଧାରରେ ବାରିପଦା ପୌରପରିଷଦରେ ଥିବା ସମସ୍ତ ପୂଜା ମଣ୍ଡପଗୁଡ଼ିକରେ ଜନସାଧାରଣ ସୁବିଧାରେ ଶାନ୍ତି ଶୃଙ୍ଖଳାର ସହିତ ମା,ଙ୍କୁ ଦର୍ଶନ କରିବା ଏବଂ ପୂଜାର୍ଚ୍ଚନା କରିବା ନିମନ୍ତେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ପୂଜା ମଣ୍ଡପରେ ପୁଲିସର ବ୍ୟବସ୍ଥା କରାଯାଇଥିବା ବେଳେ ଗୋଟାଏ କଣ୍ଟେ୍ରାଲ ରୁମ ଖୋଲାଯିବ । ପିସିଆର ଭ୍ୟାନ ସହରରେ ଚକ୍କର କାଟି ଅସାମାଜିକ ବ୍ୟକ୍ତିମାନଙ୍କ ଗତିବିଧି ଆଦି ଉପରେ ତୀକ୍ଷ୍ଣ ନଜର ରଖିବେ । ଏହା ବ୍ୟତୀତ ୩ଟି ମୋବାଇଲ ଟିମ ଗଠନ କରାଯାଇଛି । ଗୋଟାଏ ଟିମ ଛିନ୍ନତାଇ ଆଦି କାର୍ଯ୍ୟକଳାପ ଉପରେ ନଜର ରଖିବା ସମୟରେ ଗୋଟାଏ ଟିମ ନିଶାଶକ୍ତ ଗାଡ଼ି ଚାଳକ, ମଦ୍ୟପ, ଯୁବତୀମାନଙ୍କୁ କମେଣ୍ଟ ମାରୁଥିବା ଅସାମାଜିକ ଯୁବକମାନଙ୍କ ଗତିବିଧି ଓ ଅନ୍ୟ ଟିମ ସନେ୍ଦହ ପରିସର ମଧ୍ୟରେ ଆସୁଥିବା ବ୍ୟକ୍ତିମାନଙ୍କୁ ଯାଞ୍ଚ ସହ ସେମାନଙ୍କ ଉପରେ ନଜର ରଖିବେ । ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଓ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ କରିବା ନିମନ୍ତେ ମୋଟ ୧୦ ପ୍ଲାଟୁନ ପୁଲିସ, ୧୨୦ ହୋମଗାଡର଼୍, ୩୬ କନେଷ୍ଟବଳ, ୪୭ ଏଏସଆଇ ଓ ୭୫ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ଆରକ୍ଷୀ ଅଧିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅତିରିକ୍ତ ଏସପି, ଡ଼ିଏସପି ଓ ଏସଡ଼ିପିଓ ଆଦି ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବେ । ପୁଲିସ ପରସ୍ପର ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବେ । ପୂଜା ସମୟରେ ସହରରେ ଚୋରୀ, ଡ଼କାୟତି ଏବଂ ଛିନ୍ନତାଇ ଆଦି ରୋକିବା ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଛି । ଜନସାଧାରଣ ସୁବିଧାକୁ ନଜରରେ ରଖି ଯାନବାହନ ଚଳାଚଳ ଉପରେ କେତେକାଂଶରେ ଅଙ୍କୁଶ ଲଗାଯାଇଛି । ବାରିପଦା ଘରୋଇ ବସଷ୍ଟାଣ୍ଡରୁ ବାଲେଶ୍ୱର, ଭଦ୍ରଖ, କଟକ ଓ ଭୂବନେଶ୍ୱର ଆଦି ଯିବା ଆସିବା କରୁଥିବା ବସଗୁଡ଼ିକ ବଡ଼ବଜାର ବଡ଼ଦାଣ୍ଡରେ ନଯାଇ ଦାରୋଗାଡ଼ାହି ଦେଇ ଚଳାଚଳ କରାଯିବା ନିମନ୍ତେ ପରାମର୍ଶ ଦିଆଯାଇଥିବା ବେଳେ ଉଦଳା, ବଡ଼ସାହି, କପଗତିପଦା ଆଦି ରୁଟରେ ବସ ଚଳାଚଳ ପୂର୍ବ ଭଳି ଯାତାୟତ କରିବ । ଏହା ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଶାନ୍ତି କମିଟି ବୈଠକରେ ପୂଜାମଣ୍ଡପଗୁଡ଼ିକରେ ଅଗ୍ନି ନିର୍ବାପକ ଯନ୍ତ୍ର ରଖିବା, ସିସି ଟିଭି କ୍ୟାମେରା ଖଞ୍ଜିବା, ଆବଶ୍ୟକୀୟ ପାର୍କିଂ ବ୍ୟବସ୍ଥା ଯୋଗାଇ ଦେବା ଆଦି ବିଭିନ୍ନ ଦିଗକୁ ପାଳନ କରିବା ନିମନ୍ତେ ପରାମର୍ଶ ଦିଆଯାଇଥିଲା । 

0
0
0
s2sdefault