ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜନ୍ମ-ଦିବସ ପାଳନ ଅବସରରେ ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଗତ ୨୫ ତାରିଖ ଠାରୁ ଏକ ସପ୍ତାହ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

     ଏହି  ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟରେ ପରିବେଶ ସ୍ୱଚ୍ଛତା , ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା , ମହାତ୍ମାଗାନ୍ଧୀଙ୍କ  ଆଦର୍ଶ ଓ ନୀତିନିୟମ ପାଳନ ନିମନ୍ତେ ଶପଥ ଗ୍ରହଣ ଓ ପୁରସ୍କାର ବିତରଣ ପ୍ରଭୃତି କାର୍ଯ୍ୟକ୍ରମ ସବୁ ଅନ୍ତର୍ଭୁକ୍ତ ରହିଛି।

         ସମସ୍ତ କାର୍ଯ୍ୟକ୍ରମ ଗୁଡ଼ିକ ଅଧ୍ୟକ୍ଷା  ଡ଼ଃ. ଅରୁଣା କୁମାରୀ ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳନା ହୋଇଥିବା ବେଳେ ଏନ ସି ସି ଅଧିକାରୀ  ଅନିତା କୁମାରୀ ପାଢ଼ୀ , ଏନ ଏସ୍ ଏସ୍ ଅଧିକାରୀ ସଂଯୁକ୍ତା ପାତ୍ର , ଯୁବ ରେଡ଼କ୍ରସ ଅଧିକାରୀ ସୋଫିଆ କୁମାରୀ ମଣ୍ଡଳଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ   ଗଣ ସହଯୋଗ କରିଥିଲେ ।

       ବକ୍ତୃତା ପ୍ରତିଯୋଗିତାରେ କେ:ଅନୁସା ନାୟକପ୍ରଥମ ସ୍ଥାନ ଏବଂ ମୋନାଲିସା ପଣ୍ଡା ଦ୍ବିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିବା ବେଳେ ପ୍ରବନ୍ଧ ପ୍ରତିଯୋଗିତାରେ କେ: ଅମୃତା ପ୍ରଥମ ସ୍ଥାନ ଓ ସୁମିତା ପରିଛା ଦ୍ବିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ।

0
0
0
s2sdefault