ଆଗାମୀ ଦିନରେ ଗାନ୍ଧୀ ବିଶ୍ୱ ପଥ ପ୍ରଦର୍ଶକ ଭାବେ ପୂଜା ପାଇବେ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର,(ନିରୋଜ ମିଶ୍ର) -ଗାନ୍ଧିଙ୍କ ୧୫୦ତମ ବାର୍ଷିକୀକୁ ଗାନ୍ଧୀସ୍ମତି କମିଟି ପକ୍ଷରୁ ମହାସମାରୋହରେ ପାଳନ କରାଯାଇଛି । ସ୍ଥାନୀୟ ଗାନ୍ଧୀ ଭବନ ପାଶ୍ୱର୍ରେ ନୂତନ ଭାବେ ସ୍ଥାପିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇ ଏକ ପ୍ରାର୍ଥନା ସଭା କରାଯିବା ସଙ୍ଗେ ଗାନ୍ଧି ବିଚାର ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ଅଧ୍ୟାପକ ରବିଶଙ୍କର ପାଣ୍ଡିଆ, ହେମନ୍ତ ପଣ୍ଡା, ଅଚୁ୍ୟତ ପୁରୋହିତ, ସିଦେ୍ଧଶ୍ୱର ପାଣ୍ଡିଆ, ବିରେନ୍ଦ୍ର ବନଛୋର ଓ ଘାସିରାମ ମିଶ୍ର ଅଂଶ ଗ୍ରହଣ କରି ଅଭିଭାଷଣ ଦେଇଥିଲେ । ଆଗାମୀ ଦିନରେ ମହାତ୍ମା ଗାନ୍ଧୀ ସମଗ୍ର ବିଶ୍ୱରେ ବିଶ୍ୱଗୁରୁଭାବେ ତଥା ପଥ ପ୍ରଦର୍ଶନ ଭାବେ ପୂଜା ପାଇବେ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ସମାଜସେବୀ ଳଲିତକ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ସଭାକୁ ସାମ୍ବାଦିକ ସତ୍ୟସୁନ୍ଦର ଭଞ୍ଜ କରିଥିଲେ । ବୀରେନ୍ଦ୍ର ଝାଙ୍କର ସ୍ୱଗତ ଭାଷଣ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲ ଯୁଧିଷ୍ଟିର ମେହେର । ପଙ୍କଜିନି ପଣ୍ଡା, ବରିଷ୍ଠ  ସାମ୍ବାଦିକ ସତ୍ୟନାରାୟଣ ବେହେରା, ସନାତନ ଠାକୁର, ବିକ୍ରମାନନ୍ଦ ବହିଦାର,ସନ୍ଦିପ କୁଅଁର, ଆଂନ୍ଦ ଚନ୍ଦ୍ର ସାହୁ,  ଚିତ୍ତରଂଜନ ମିଶ୍ର,  ବିଷ୍ଣୁପ୍ରସାଦ କେଡିଆ,  ରାଧାକାନ୍ତ ନାଏକ, କୁଷ୍ଣ ନାଏକ, ସମାରୁ ସ୍ୱାଇଁ, ଜ୍ୟୋତି ଚନ୍ଦ୍ର ବେହେରା, କୌତୁକ ପନ୍ଦର, ସୁଭାଶୁଂ ଶେଖର ପଣ୍ଡା, ପ୍ରଦୁ୍ୟମ୍ନ କୁମାର ମିଶ୍ର, ବିନୋଦ କାଲସାଏ, ଅର୍ଜୁନ କୁମାର ସାହୁ, ଗୋପଭୁଷଣ ନାଥ, ବାଦଲ ମହାକୁର, ସଂଜୟ କୁମାର ଷଢ଼ଙ୍ଗୀ ଓ ପ୍ରସାନ୍ତ ମହାକୁର ପ୍ରମୁଖ ଉପସ୍ଥିତ ଥିଲେ ।  

 

0
0
0
s2sdefault