ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ଼ ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ମାନ୍ୟବର ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବରିହା ଙ୍କର ନେତୃତ୍ବରେ ଆଜି ବିଜୁ ଜନତା ଦଳ ତରଫରୁ ପାଇକମାଲ ରୁ ନୃସିଂହନାଥ ପର୍ଯନ୍ତ ପଦଯାତ୍ରା ର ଆୟୋଜନ କରାଯାଇଥିଲା । ଏହି ପଦଯାତ୍ରା ମାଧ୍ୟମରେ ରାଜ୍ୟ ସରକାରଙ୍କ ଉନ୍ନୟନ ମୂଳକ ଜନାହିତକର ଯୋଜନା ଗୁଡିକୁ ବାବଦରେ ସାଧାରଣ ଜନତା ଅବଗତ କରାଇବା  ଦଳର ଲକ୍ଷ ।  ବିଜୁ ଜନତା ଦଳରେ ନୂତନ ସଭ୍ୟ ମାନଙ୍କର ପଞ୍ଜିକରଣ କରାଇବା ପାଇଁ ମାନ୍ୟବର ବିଧାୟକ ତଥା ଦଳର ଜିଲ୍ଲା ସଭାପତି ଶ୍ରୀ ବରିହା କର୍ମୀ ମାନଙ୍କୁ କହିଥିବା ବେଳେ ଆଗାମୀ ଦିନରେ ଆହୁରୀ ଅଧିକ ଉତ୍ସାହିତ ହେଇ ଲୋକଙ୍କ ସେବା କରିବା ପାଇଁ ଦଲୀୟ କର୍ମୀ ଙ୍କୁ କହିଥିଲେ । ଆଜି ଏହି ପଦଯାତ୍ରା ରେ ପାଇକମାଲ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଳତାଫ ମହମ୍ମଦ ଙ୍କର ସମେତ ଦଳର ପ୍ରାୟ ଦେଢ଼ ହଜାର ରୁ ଉର୍ଧ୍ବ ମହିଳା ଓ ପୁରୁଷ କର୍ମୀ ଯୋଗଦାନ କରିଥିଲେ ।

0
0
0
s2sdefault