ଅବେଳାରେ ଚାଲିଗଲେ ଦେବରାଜ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମେଲଛାମୁଣ୍ଡା, (ମନୋଜ ଭୋଇ)- ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ବ୍ରହ୍ମଣିପଠାର ଗ୍ରାମରେ ବୁଧବାର ଦିନ ଗ୍ରାମର ଦେବରାଜ ଜାଲଙ୍କ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଲକୁ ତାଙ୍କୁ ୫୦ ବର୍ଷ ହେଉଥିଲା । ତାଙ୍କର ଅବେଳାରେ ମୃତ୍ୟୁକୁ ନେଇ ଅଂଚଳରେ ଶୋକର ଲହରି ଖେଲିଯାଇଛି । ସେ ଜଣେ ଅଂଚଳର ପରୋପକାରୀ ବ୍ୟକ୍ତି ଭାବେ ବେଶ ଜଣା ଶୁଣା ଥିଲେ । ସେ ନିଜକୁ ଅଂଚଳର ବିଭିନ୍ନ ସାଂଗଠନିକ କାର୍ଯ୍ୟରେ ସର୍ବଦା ନିୟୋଜିତ ରଖୁଥିଲେ । ବିଗତ ଦୁଇ ମାସ ହେବ ତାଙ୍କର ଅଚାନକ ସ୍ୱାସ୍ଥ୍ୟରେ ଅବନତି ଘଟିବାରୁ କିଛି ଦିନ ହେବ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହୋଉଥିଲେ ମାତ୍ର ବୁଧବାର ଦିନ ତାଙ୍କର ଦେହାନ୍ତ ହୋଇଯାଇଥିଲା । ତାଙ୍କ ମୃତ୍ୟୁ ବେଳକୁ ତାଙ୍କର ଦୁଇ ପୁଅ ରୁଦ୍ରଶଙ୍କର ଓ ଚନ୍ଦ୍ରଶେଖର ସହ ପରିବାର ବର୍ଗ ଉପସ୍ଥିତ ଥିଲେ । ତାଙ୍କ ଶେଷ ଦର୍ଶନ ପାଇଁ ଅଂଚଳର  ଅନେକ ଗଣ୍ୟମାଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ତାଙ୍କୁ ଏକ ଶୋଭା ଯାତ୍ରାରେ ଗ୍ରାମର ମଶାଣିକୁ ନେଇ ବଡ ପୁଅ ରୁଦ୍ରଶଙ୍କର(ଟିଲୁ) ମୁଖାଗ୍ନୀ ଦେଇଥିଲେ । ଆସନ୍ତା ୧୨ ତାରିଖ ତାଙ୍କର ଏକାଦଶାହ(ଶୁଦ୍ଧକ୍ରିୟା) ଅନୁଷ୍ଠିତ ହେବ ବୋଲି ପରିବାର ତରଫରୁ ସୂଚନା ଦିଆଯାଇଛି ।

0
0
0
s2sdefault