ମାହାତ୍ମାଗାନ୍ଧିଙ୍କ ୧୫୦ତମ ଜନ୍ମ ବାର୍ଷିକ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମେଲଛାମୁଣ୍ଡା,(ମନୋଜ ଭୋଇ) ମେଲଛାମୁଣ୍ଡାସ୍ଥିତ ଜୁନିଅର ମହାବିଦ୍ୟାଳୟ ପରିସରରେ ମାହାତ୍ମାଗାନ୍ଧିଙ୍କ ୧୫୦ତମ ଜନ୍ମ ବାର୍ଷିକ ପାଳନ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନୋଦ ବିହାରୀ ମିଶ୍ରଙ୍କ ସଭାପତୀତ୍ୱରେ ଅନୁଷ୍ଠିତ  ସଭାରେ ଅଧ୍ୟାପକ ମିନକେତନ ବିଶ୍ୱାଲ, ଅଧ୍ୟାପକ ଡ. ପ୍ରଦୀପ ପଧାନ, ଅଧ୍ୟାପକ ମହେଶ ମିଶ୍ର, ଅଧ୍ୟାପକ ସୁଶାନ୍ତ ନାୟକ ଓ ଅଧ୍ୟାପକ ଭୂପତୀ କାଲୋ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଂଚାସୀନ ଥିଲେ । ଅଧ୍ୟକ୍ଷ ଶ୍ରୀ ମିଶ୍ର ଗାନ୍ଧିଜୀଙ୍କ ଜୀବନୀ ଓ ଶିକ୍ଷା ଉପରେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଶ୍ରୀ ବିଶ୍ୱାଲ ସଭାର ଆଭିମୁଖ୍ୟ ପ୍ରଦାନ କରିଥିଲେ । ସେହିପରି ଅଧ୍ୟାପକ ଶ୍ରୀ ମିଶ୍ର, ଶ୍ରୀ କାଲୋ ଏବଂ ଶ୍ରୀ ନାୟକ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ପ୍ରବନ୍ଧ, ପତ୍ର ଲିଖନ, ଚିତ୍ରଙ୍କନ ଓ ସ୍ଳୋଗାନ ଲିଖନରେ କୃତିତ୍ୱ ଲାଭ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମ ସବୁକୁ ସୁନୁଲ ଜୈନ, ସୁବାଷ ପଧାନ, ହୃଷିକେଶ ସାହୁ, ରଘୁମଣି ମହାନନ୍ଦ, ତ୍ରିନାଥ କାଣ୍ଡ, ସବିତା ସେଠ, ସଯୁକ୍ତା କାଣ୍ଡ ଓ ଉପେନ୍ଦ୍ର ଜାଲ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପକ ମହେଶ ମିଶ୍ର ଶାନ୍ତି ପାଠ ସହ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault