ଆନ୍ତଃ ମହାବିଦ୍ୟାଳୟସ୍ତରୀୟ ରେଡକ୍ରସ୍ ତାଲିମ୍ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ମହାବିଦ୍ୟାଳୟରେ ଆନ୍ତଃ ଜିଲ୍ଲା ରେଡକ୍ରସ୍ ତାଲିମ୍ ଶିବିରର  ଉଦ୍ଘାଟନ ପର୍ବ ଅନୁଷ୍ଠିତ  ହୋଇଯାଇଛି । ଏହାକୁ ରେଢାଖୋଲ ଉପଜିଲ୍ଲାପାଳ ବିଶିକେସନ ଦେହୁରୀ ପଦୀପ ପ୍ରଜ୍ଜଳନ କରି ଉଦ୍ଘାଟନ କରିଥିଲେ । ଏହି ତାଲିମ୍ ଶିବିରରେ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧୀର କୁମାର ସାହୁ ସଭାପତିତ୍ୱ କରିଥିଲେ । ନାକ୍ଟିଦେଉଳ ପଂଚାୟତ ସମିତିର ଅଧ୍ୟକ୍ଷା ମନ୍ଦାକିନି ରାଉଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଉପଜିଲ୍ଲାପାଳ ବିଶିିକେଶନ ଦେହୁରୀ ଯୋଗଦେଇ ରକ୍ତଦାନ ମହତ ଦାନ , ଜଣେ ମଣିଷ ରକ୍ତଦାନ କଲେ କୌଣସି ରୋଗ ହେଇ ନଥାଏ ବୋଲି ପ୍ରକାଶ କରିବା ସହ ରକ୍ତଦାନ ସଂପର୍କରେ ଏକ ସ୍ୱରଚିତ କବିତା ପାଠ କରିଥିଲେ ।ରେଡ୍କ୍ରସ  ସଂଯୋଜକ ଖଗେଶ୍ୱର ଦାଶ ରେଡକ୍ରସର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ  ଆଲୋଚନା କରିଥିଲେ । ଅତିଥି ମାନଙ୍କୁ ସ୍ୱାଗତମ ନୃତ୍ୟ ମାଧ୍ୟମରେ ସ୍ୱାଗତ କରାଯାଇଥିଲା  ।ଏହି ସ୍ୱାଗତ  ନୃତ୍ୟରେ କାଦମ୍ବିନି ବେହେରା ,ଦମୟନ୍ତୀ ସାହୁ , ବୀଣାପାଣୀ କିଶାନ , ସୁଷମା କିଶାନ, ସସ୍ମିତା କିଶାନ, କାମିନୀ କିଶାନ, ସରିତା ସାହୁ , ରିଙ୍କି ସାହୁ ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଅଧ୍ୟାପକ ଦେବେଶ କୁମାର ବିଶ୍ୱାଳ ଅତଥି ପରିଚୟ ପ୍ରଦାନ କରିଥିବା ବେଳେ  ଅଧ୍ୟାପକ କନ୍ଦର୍ପ ରାଉଳ ସ୍ୱାଗତ ଭାଷଣ ଦେଇଥିଲା । ଅଧ୍ୟାପକ ଦୀପେନ୍ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିବିରରେ ଆନ୍ତଃ ଜିଲ୍ଲା ମହାବିଦ୍ୟାଳୟର ୧୪୨ ଜଣ ଛାତ୍ରଛାତ୍ରୀ ଯୋଗଦେଇଥବା ବେଳେ କଲେଜର ଅଧ୍ୟାପକ ମାନେ ମଧ୍ୟ ଯୋଗ ଦେଇଥିଲେ । ଏହି ଶିବିରକୁ ଅଧ୍ୟାପକ ସତ୍ୟନାରାୟଣ ପଟେଲ , ଲଳିତ ମୋହନ ପଣ୍ଡା , ଅର୍ଜୁନ  ମିଶ୍ର , ହେମାନନ୍ଦ ପ୍ରଧାନ , ବିନୀତା ମୁର୍ମୁ, ଆର୍ . ପୁଷ୍ପାଞଳୀ କାର୍ଯ୍ୟକ୍ରମରେ ସହଯାଗ କରିଥିଲେ । 

0
0
0
s2sdefault