ସହରାଞ୍ଚଳ ସ୍ତରୀୟ ଆର୍ନ୍ତଜାତୀୟ  ବରିଷ୍ଠ  ନାଗରିକ ଦିବସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ା,(ଅମିତ ପୁରୋହିତ) ସ୍ଥାନୀୟ ପୁଲିସ ପଡିଆ ସ୍ଥିତ ଇଣ୍ଡୋର ଷ୍ଟାଡିୟମ ଠାରେ ସଦର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ସହରାଞ୍ଚଳ ସ୍ତରୀୟ  ବରିଷ୍ଠ  ନାଗରିକ ଦିବସ ପାଳିତ ହୋଇ ଯାଇଛି । ଏନଏସି ଇଓ ରାମଚନ୍ଦ୍ର ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଡିଆରଡିଏ ପିଡି ବୃଷବଚନ୍ଦ୍ର ନାଏକ ମୁଖ୍ୟ ଅତିଥି, ଉପ ଜିଲ୍ଲାପାଳ ତରଣୀସେନ ନାଏକ ବିଶିଷ୍ଟ ଅତିଥି, ଡିଏଲଏସଏ ସମ୍ପାଦକ ଅଜିତ କୁମାର ଓତା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋପଲକ୍ଷ୍ମୀ ହୋତା, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁରେନ୍ଦ୍ର ସାହୁ,  ବରିଷ୍ଠ  ନାଗରିକ ସଂଘ ସଭାପତି କ୍ଷୀରୋଦ ନିବାସ ପଣ୍ଡା, ଏପିଡୋମିଓଲୋଜିଷ୍ଟ ଡା. ବଜ୍ରଙ୍ଗବଳୀ ଜଗତ, ଓଏଲଏମ ଡିପିଏମ ଟିମନ ବାରା, ମହିଳା ବରିଷ୍ଠ  ନାଗରିକ ସଂଘ ସମ୍ପାଦିକା ପ୍ରମୋଦିନୀ ପଣ୍ଡା, ବ୍ରହ୍ମ କୁମାରୀ ଅଂଜଳୀ ଭଉଣୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଯାଜ୍ଞସେନୀ ମହାପାତ୍ର ଓ ଅନିତା ଭଉଣୀ ମଞ୍ଚ ପରିଚାଳନା କରିଥିଲେ ।  ବରିଷ୍ଠ  ନାଗରିକ ସଂଘ ସହ ସଂଯୋଜକ ବିଭୁତି ଭୁଷଣ ପାଣିଗ୍ରାହୀ, ଶ୍ରୀବସô ପାଢି, ଉପେନ୍ଦ୍ର କୁମାର ମୁଣ୍ଡ, ଲୋକନାଥ ସେଠୀ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ । ଅତିଥି ମାନଙ୍କ ଦ୍ୱାରା ଦୀପ ପ୍ରଜ୍ଜ୍ୱଳନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସାଲେଭଟା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତଗାନ କରିଥିଲେ ।  ବରିଷ୍ଠ  ନାଗରିକ ମାନଙ୍କୁ ପାଦ ଧୋଇ ଫୁଳ ଚନ୍ଦନରେ ପୂଜା ଅର୍ଚ୍ଚନା କରି ସମ୍ମାନ ଜଣାଇଥିଲେ ।  ବରିଷ୍ଠ ନାଗରିକ ମାନଙ୍କୁ ସର୍ବଦା ସେବା ଓ ଭକ୍ତି କଲେ ମନରେ ଖୁସି ଓ ଆନନ୍ଦ ମିଳେ । ସେମାନେ ସର୍ବଦା ଆମ ପାଇଁ ପୂଜ୍ୟ ଓ ବନ୍ଦନୀୟ ବୋଲି ଅତିଥି ମାନେ ବକ୍ତବ୍ୟ ରଖିଥିଲେ । ବରିଷ୍ଠ  ନାଗରିକ ମାନଙ୍କୁ ନେଇ ମୁଜିକାଲ ଚ୍ୟାର ପ୍ରତିଯୋଗୀତା ଅନୁଷ୍ଠିତ  ହୋଇଥିଲା । ଏଥିରେ ଚିନ୍ତାମଣି ପାଣିଗ୍ରାହୀ ପ୍ରଥମ, ଅଭୟ ଯୋଷୀ ଦ୍ୱିତୀୟ, ଅମରସିଂ ମହାନନ୍ଦ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସାଲେଭଟା ସ୍କୁଲ ସହ ଶିକ୍ଷୟତ୍ରୀ ସରସ୍ୱତୀ ଶବର, ପ୍ରତିଭା ହୋତା ପ୍ରମୁଖଙ୍କ ସମେତ ଏନଏସି ଓ ଡିଏସ୍ଏସ୍ଓର କର୍ମକର୍ତ୍ତା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।    

 

 

0
0
0
s2sdefault