ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡା :-(ଅମିତ ପୁରୋହିତ) ନୂଆପଡ଼ା ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଆଜି ନୂଆପଡା ଜିଲ୍ଲା ରାଜଖରିଆର ଠାରେ ଜନସମ୍ପର୍କ ପଦଯାତ୍ରା ର ଆୟୋଜନ କରାଯାଇଥିଲା । ଏହି ପଦଯାତ୍ରା ମାଁ ସମଲେଶ୍ବରୀ ଙ୍କର ମନ୍ଦିର ରୁ ବାହାରି ପୁରୁଣା କଲ୍ୟାଣ ମଣ୍ଡପ ପର୍ଯନ୍ତ ଯାଇଥିଲା । ନୂଆପଡା ଜିଲ୍ଲା ର ଦଲୀୟ ପର୍ଯବେକ୍ଷକ ଶ୍ରୀ ସୋଭାଗ୍ୟ ରଂଜନ ନାୟକଙ୍କ ପ୍ରତ୍ୟେକ ତତ୍ୱବାଧାନ ରେ ଆୟୋଜିତ ଏହି ପଦଯାତ୍ରା ରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବାବଦରେ ସାଧାରଣ ଜନତା କୁ ସଚେତନ କରାଇବାର ପ୍ରୟାସ କରାଯାଇଥିଲା । ଏହାସହିତ ଆଜି ସିଙ୍ଗଲ ଇଉଜ ପ୍ଲାଷ୍ଟିକ ବ୍ୟବହାର ନକରିବା ପାଇଁ ମଧ୍ୟ ଲୋକଙ୍କୁ ସଚେତନ କରୁଥିବାର ଦେଖିବାକୁ ମିଳିଛି । ଏହି କାର୍ଯକ୍ରମରେ ଖରିଆର ଟାଉନ ସଭାପତି ଦୀପକ ଖମାରି, ବିଧାୟକ ପ୍ରାର୍ଥୀ ଲମ୍ବୋଦର ନିଆଲ, ଦଳର ମହିଳା ଜିଲ୍ଲା ସଭାପତି ସରସ୍ୱତୀ ବାଗ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ମହମ୍ମଦ ୟାସିନ, କଳ୍ପନା ବେହେରା , ଖରିଆର ବ୍ଲକ ସଭାପତି ସନ୍ତୋଷ ବିଶି , କୃଷକ ସେଲର ସଭାପତି ସନ୍ତୋଷ ନିଆଲ, ଯୁବ ବିଜୁ ଜନତା ଦଳର ସମ୍ପାଦକ ମହମ୍ମଦ ସାଜିଦ, ଚନ୍ଦ୍ର ସାହୁ ଅଭିଷେକ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault