ପଦ୍ମପୁର ଏନଏସିରେ ସ୍ୱଚ୍ଛ ଭାରତ ଅଭିଯାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ମହାତ୍ମା ଗାନ୍ଧିଜୀଙ୍କର 150 ତମ ଜୟନ୍ତୀ ଅବସରରେ ପଦ୍ମପୁର ବିଜ୍ଞପିତ ଅଞ୍ଚଳ ପରିଷଦର ସମସ୍ତ କର୍ମକର୍ତ୍ତା ମାନେ ଆଜି କାର୍ଯନିର୍ବାହୀ ଅଧିକାରୀ ତଥା ପଦ୍ମପୁର ତହସିଲଦାର  ସରୋଜିନୀ ପ୍ରସନ୍ନ କୁଲୁଙ୍କର ନେତୃତ୍ୱରେ ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା ଅଭିଯାନ ଅନ୍ତର୍ଗତ ସଫେଇ କାର୍ଯ୍ୟକ୍ରମ କରିଥିଲେ । କାର୍ଯନିର୍ବାହୀ ଅଧିକାରୀ ସକାଳେ ସର୍ବପ୍ରଥମେ ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ପରେ ଏନଏସି ଅଫିସ ତଥା ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ କରିଥିଲେ । ଏହି ଅବସରରେ ଉକ୍ତ ସ୍ବଛ୍ଛତା ଅଭିଯାନରେ ଗୋଷ୍ଠୀ ସଂଯୋଜିକା ଚିତ୍ରୋତ୍ପଳା ମେହେର, ଜମାଦାର ଭରତ ପ୍ରଧାନ, କନିଷ୍ଠ ଯନ୍ତ୍ରୀ ରାଣାସାୟ ସିଂ, ସୌମ୍ୟବଳ୍ଳଭ ମହାପାତ୍ର, ରଘୁମଣି ସାହୁ, ତପସ୍ବିନୀ ବରିହା, ଅଭିନାଶ ବହିଦାର, ଉମେଶ  ସୁନା ଏବଂ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

0
0
0
s2sdefault