ହେଲମେଟ ପିନ୍ଧିଥିବା ଚାଳକଙ୍କୁ ଏସପିଙ୍କ "ରୋଜି ଥ୍ୟାଙ୍କସ"

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଟ୍ରାଫିକ ସଚେତନତା ପାଇଁ ରାଜରାସ୍ତାରେ ଏସପି 

ହେଲମେଟ ପିନ୍ଧିଥିବା ଚାଳକ ମାନଙ୍କୁ ଗୋଲାପ ଫୁଲ ଦେଇ ପ୍ରସଂଶା କଲେ

ସୋହେଲାରେ ସଚେତନତା ରାଲି

ବରଗଡ/ସୋହେଲା  :- ଆଜି ମହାତ୍ମା ଗାନ୍ଧୀ ଙ୍କର 150ତମ ଜୟନ୍ତୀ ଅବସରରେ ରେ ବରଗଡ ପୋଲିସ ତରଫରୁ ଟ୍ରାଫିକ ସଚେତନତା ପାଇଁ ବିଭିନ୍ନ କାର୍ଯକ୍ରମ କରାଯାଇଥିଲା । ରାସ୍ତା ରେ ଯିବା ଆସିବା କରୁଥିବା ଗାଡି ଚାଳକ ମାନଙ୍କୁ ଟ୍ରାଫିକ ନିୟମ ବାବଦରେ ଅବଗତ କରାଇବା ସହିତ ନିୟମ ମାନି ଗାଡି ଚଳାଇବା ପାଇଁ ପ୍ରବର୍ତା ଯାଉଥିଲା । ଏହି ଅବସରେ ବରଗଡ଼ ଜିଲ୍ଲାର SP ପଦ୍ମିନୀ ସାହୁ ନିଜେ ଉପସ୍ଥିତ ରହି ହେଲମେଟ ପିନ୍ଧିଥିବା ଚାଳକ ମାନଙ୍କୁ ଗୋଲାପ ଫୁଲ ପ୍ରଦାନ କରିଥିଲେ ।   ସେହିଭଳି ସୋହେଲା ଥାନା ଦ୍ୱାରା ଆୟୋଜିତ ହେଇଥିଲା ଏକ ସଚେତନତା ରେଲି । ଏହି ରେଳିରେ ଅଧିକାରୀ ଶ୍ରୀ ନିର୍ମଳ ଚନ୍ଦ୍ର ମହାପାତ୍ର ଙ୍କ ସହିତ ଥାନାର ସମସ୍ତ ଅଧିକାରୀ ଓ କର୍ମଚାରୀ ତଥା ସୋହେଲା ଅଟୋ ମହାସଂଘ ର କର୍ମକର୍ତା , ମହମ୍ମଦ ଭୋଳା , ଅରୁଣ ଗୁପ୍ତା , କଦେଵ କୁମ୍ଭାର , ସମାଜସେବୀ ଅନୀଲ କୁମାର ପ୍ରଧାନ , ସୋହେଲା ଗାଁ କଲ୍ୟାଣ ସମିତିର କର୍ମକର୍ତ୍ତା , କଳ୍ପନା ମହାପାତ୍ର , ସୁଲୋଚନା ନାୟକ , ଜାନକୀ ପଧାନୀ, ଯଶୋବନ୍ତ ଭୋଇ ସୁଶୀଳା ଟିଗା , ସୋହେଲା ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ତଥା ଶିକ୍ଷକ ହରିହର ସାହୁ , ପ୍ରମୋଦ ସିଂହ , ରେଣୁକା ସାହୁ ଭରତ ମେହେର , ପ୍ରମୁଖ ,  ଅଟୋ ମହାସଙ୍ଗ ର ସମସ୍ତ ଅଟୋ ଓ ଅଶୋକା ବିଲିକନ ର ଆମ୍ବୁଲାନ୍ସ ସହିତ ଥାନା ଛକ ରୁ ଏକ ବିଶାଳ ରେଳିରେ ବାହାରି ନଗର ପରିଭ୍ରମଣ କରିଥିଲେ । ସଡକ ସୁରକ୍ଷା ଜୀବନ ରକ୍ଷା ନାରାରେ ରେଲି ସହର ପରିକ୍ରମା କରିବା ପରେ ଥାନା ଛକ କୁ ଫେରିଥିଲା । ସଚେତନତା କାର୍ଯ୍ୟକ୍ରମ ରେ ହେଲମେଟ ପିନ୍ଧିଥିବା ଚାଳକ ମାନଙ୍କୁ ଥାନା ଅଧିକାରୀ ଚକଲେଟ ପ୍ରଦାନ କରିଥିଲେ ।

0
0
0
s2sdefault