ପୋଲିସ ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ସାଲେପଲି ଗ୍ରାମ ପଦ୍ମପୁର ପାଇକମାଲ ରାସ୍ତାରେ ଆଜି ଗାନ୍ଧୀ ଜୟନ୍ତୀ ଉପଲକ୍ଷେ  ପାଇକମାଲ ପୋଲିସ ଦ୍ୱାରା ଏକ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ରାସ୍ତା ରେ ଯିବା ଆସିବା ଗାଡି ଚାଳକ ମାନଙ୍କୁ ଟ୍ରାଫିକ ନିୟମ ବାବଦରେ ସଚେତନ କରାଯାଇଥିଲା । ସାଲେପଲି ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷୟତ୍ରୀ ମାନେ ଏହି କାର୍ଯ୍ୟକ୍ରମ ରେ ପୋଲିସ ସହିତ ମିଶି ଗାଡି ଚାଳକ ମାନଙ୍କୁ ସଚେତନ କରାଇବା ସହିତ ସିଟ ବେଲ୍ଟ ବାନ୍ଧିବା , ହେଲମେଟ ପିନ୍ଧିବା , ମଦ୍ୟପାନ କରି ଗାଡି ନ ଚଲେଇବା , 3 ଜଣ ଗାଡ଼ିରେ ବସି ଯାତ୍ରା ନକରିବା ଇତ୍ୟାଦି ନିୟମ ବାବଦରେ ସଚେତନ କରାଇଥଲେ । ଏହି କାର୍ଯ୍ୟକ୍ରମ ରେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଚୁଡାମଣି ବାରିକ , ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ SI ଶ୍ରୀ ବିପିନ ବାଗ , ASI ଶ୍ରୀ ପ୍ରକାଶ ଭୋଇ , ASI ଶ୍ରୀ ସନ୍ତୋଷ ସାହୁ , ASI ଶ୍ରୀ ସୁନୀଲ କୁମାର ଦାଶ , ହାବିଲଦାର ଶ୍ରୀ ସନ୍ତୋଷ ମହାପାତ୍ର ଓ ଥାନାର ଅନନ୍ୟା କର୍ମଚାରୀ ଅଂଶଗ୍ରହଣ କରିଥିଲେ ।

 

0
0
0
s2sdefault