ହେଡଲାଇନସ୍:

 କେନ୍ଦ୍ରୀୟ ଟିମଙ୍କ ପାଇଁ ସଜେଇ ହେଉଛି ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

-ଇନ୍ଧନ ନ ଥିବା ବାହାନାରେ ଚାଲୁନ ଥିଲା ଜେନେରେଟର 

-ସରକାରୀ ଅନୁଦାନ ପ୍ରଦାନ କରୁନଥିବା ଦର୍ଶାଇ ରୋଗିଙ୍କୁ ଯୋଗାଇ ଦିଆ ଯାଉନଥିଲା ଶୁଖା ଖାଦ୍ୟ 

-ମାସ ମାସ ସଂଖ୍ୟା ଟଏଲେଟରେ ପଡୁନ  ଥିଲା ଫିନାଇଲ 

-ଚାଲୁନଥିଲା ଏକ୍ସରେ ମେସିନ 

ଘୁ. ଉଦୟଗିରି :ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲାର ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,  ଯାହା ଉପରେ ନିର୍ଭର କରନ୍ତି 8ଟି ପଞ୍ଚାୟତର ସମେତ ରାଇକିଆ, ଟିକାବାଲି ଏବଂ ଅନ୍ୟ ବ୍ଲକର ଜନସାଧାରଣ.| ହେଲେ ପରିତାପର ବିଷୟ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମସ୍ୟାରେ ବୁଡି ରହିଥିବା ବେଳେ କାହାର ନଜର ନାହିଁ |  ଗୋଟିଏ ପଟେ ଡାକ୍ତରଙ୍କ ସମସ୍ୟା ଲାଗି ରହିଥିବା ବେଳେ ରୋଗୀଙ୍କ ପାଇଁ ସରକାରୀ ସୁବିଧା ସୁଯୋଗ ଯୋଗାଇବାରେ ମେଡିକାଲ କର୍ମଚାରୀ ବିଫଳ | ବର୍ଷ ବର୍ଷ ଧରି ରୋଗୀଙ୍କୁ ସରକାରୀ ଖାଦ୍ୟ ପ୍ରଦାନ କରାଯାଉ ନ ଥିଲା | ତା ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ ହେଲେ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ଧକାରମୟ ହେଉଥିଲା, ରୋଗୀ ହନ୍ତସନ୍ତ ହେଉଥିଲେ |  ଚାଲୁନଥିଲା ଜେନେରେଟର, ଏକ୍ସରେ ଯନ୍ତ୍ର, ଗରିବ ଜନସାଧାରଣଙ୍କ ପାଇଁ ଦୁରୁହ ଥିଲା ଆମ୍ବୁଲାନ୍ସ ଏବଂ ଶବ ବୁହା ଗାଡି, ପ୍ରସବ ପାଇଁ ପଠାଯାଉ ଥିଲା ଫୁଲବାଣୀ କିମ୍ବା ଅନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ | ଲୋକଙ୍କ ଅଭିଯୋଗ ଅନୁଯାୟୀ  ମୁଖ୍ୟ ଚିକିତ୍ସାଧିକାରୀ  ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆସନ୍ତି 12ଟା ସମୟରେ | ଅନେକ ସମୟରେ ଡାକ୍ତରଙ୍କ ଅବହେଳା ଏବଂ ଅନୁପସ୍ଥିତ ଯୋଗୁଁ ରାଗିଙ୍କ ମୃତ୍ୟୁ ଘଟୁ ଥିବାର ଅଭିଯୋଗ ହେଉ ଥିଲା | ମେଡିକାଲ ଆବର୍ଜନାରେ ପରିପୂର୍ଣ୍ଣ ଥିଲା | ରୋଗୀ  ଏହି ଠାରେ ରହି ଚିକିତ୍ସା ହେବାକୁ ମଙ୍ଗୁନ ଥିଲେ | 

. ହେଲେ କିଛି ଦିନ ହେବ ମେଡିକାଲରେ ଆମରାବତୀ ର ଭ୍ରମ ସୃଷ୍ଟି ହୋଇଛି  | କର୍ମଚାରିଙ୍କ ମଧ୍ୟରେ ସତେ ଯେମିତି ଦେବତ୍ୱ ଜାଗ୍ରତ ହୋଇଛି | କର୍ମଚାରୀଙ୍କ ଭିତରେ କର୍ମ ପ୍ରବଣତା ଓ ସେବା ମନୋଭାବ ଲହଡି ଭାଙ୍ଗୁଛି |  ସମସ୍ତେ କର୍ମଚାରୀ କର୍ମଠ,ବିଶ୍ୱାସ ଯୋଗ୍ୟ ହେବା ସହ ମେଡିକାଲ ବି ଶୃଙ୍ଗାର ମୁଦ୍ରାରେ |  ଖବର ପାଇବା ପରେ ଆମ ପ୍ରତିନିଧି ଗଗନ କୁମାର ପ୍ରଧାନ ମେଡିକାଲ ପରିଦର୍ଶନ ଯାଇଥିଲେ | ମେଡିକାଲରେ କର୍ମଚାରୀଙ୍କ ତାତ୍ପରତା ଏବଂ ମରାମତି କାମକୁ ନେଇ କର୍ମଚାରୀ ଏବଂ ରୋଗୀଣାଙ୍କ ମତାମତ ଲୋଡ଼ିଥିଲେ | ଦୁଇ ଦିନରୁ ତିନି ଦିନ ହେବ ରୋଗୀକୁ ଶୁଖା ଖାଦ୍ୟ ପ୍ରଦାନ କରାଯାଉ ଥିବା ଜଣେ ଚିକିତ୍ସାଧୀନ ରୋଗୀ କହିବା ସହ ଏକ କେନ୍ଦ୍ରୀୟ ଟିମ ଆଗାମୀ ଦିନରେ ମେଡିକାଲ ପରିଦର୍ଶନରେ ଆସୁ ଥିବାରୁ ସଫେଇ ଏବଂ ମରାମତି କାମ ହେଉ ଥିବା ଜଣେ କାର୍ଯ୍ୟରତ କର୍ମଚାରୀ ମତପ୍ରକାଶ କରି ଛନ୍ତି | ହେଲେ ଏବେ ଯଦି ରୋଗୀ ସେବା ଠିକଣା ଢଙ୍ଗରେ ହୋଇପାରୁଛି ତେବେ ଏହି ମନୋବୃତ୍ତି କଣ ସବୁଦିନ ପାଇଁ ରହିପାରନ୍ତାନି !! ଲୋକଂକ ଆଶଙ୍କା  କେନ୍ଦ୍ରୀୟ ଦଳ ପରିଦର୍ଶନ ପରେ "ତୁ ଯେତେ ମାଠିବୁ ମାଠେ ମୁଁ ସେହି ଦରପୁଡା କାଠେ " ନୀତିରେ ପୁରୁଣା ଆଦତ ଫେରି ଆସିବନି ତ !!! କେନ୍ଦ୍ରୀୟ ଦଳ ପରିଭ୍ରମଣ ପରେ ଅଂଚଳର ଗରିବ ନିରୀହ ଆଦିବାସୀ ପାଇବେ କି ସରକାରୀ ସୁବିଧା,ଏକ୍ସରେ ଯନ୍ତ୍ର ସବୁଦିନ ଚାଲୁ ହେବା, ଶୁଖା ଖାଦ୍ୟ ରୋଗୀଙ୍କୁ ମିଳିବା , ଗରିବ ଶ୍ରେଣୀର ଗର୍ଭବତୀଙ୍କୁ ଅନ୍ୟ ମେଡିକାଲକୁ ସ୍ଥାନାନ୍ତରିତ ନନକରି  ଏହି ଠାରେ ମିଳିବକି ପ୍ରସବ କରିବାର ସୁବିଧା ଯୋଗାଇଦେବା , ସରକାରୀ ଆମ୍ବୁଲାନ୍ସ ଗରିବ ଶ୍ରେଣୀର ରୋଗୀଙ୍କୁ ମିଳିବା , ଗରିବ ଶ୍ରେଣୀର ରୋଗିଣାଙ୍କୁ ମିଳିବ କି ସରକାରୀ ମାଗଣା ଔଷଧ, ଗରିବ ଆଦି ସବୁବେଳେ ଉପଲବ୍ଧ ହେଵତ !!! ବର୍ଷ ବର୍ଷ ଧରି କୋଟି କୋଟି ଟଙ୍କା ସରକାରୀ ଅନୁଦାନରେ ଅର୍ଦ୍ଧନିର୍ମିତ ମେଡିକାଲ ଘର ସମ୍ପୂର୍ଣ୍ଣ ହେବକି ବୋଲି ଅଞ୍ଚଳ ବାସିଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି.ଅନେକ ସମୟରେ ଘୁ. ଉଦୟଗିରି ମେଡିକାଲର ଅବ୍ୟବସ୍ଥାକୁ ନେଇ ଜନ ଅସନ୍ତୋଷ ଦେଖା ଦେଉଥିଲା.| କିଛି ଦିନ ପୂର୍ବେ ଶବ ବୁହା ଗାଡି ନ ମିଳିବାରୁ ମୃତକ ପରିବାର ବାଇକ ଯୋଗେ ମୃତ ଦେହ ବହି ନେଉ ଥିବାର ଘଟଣା ବେଶ ଚିନ୍ତାଜନକ  ଏବଂ ଚର୍ଚ୍ଚାର ଘଟଣା ପାଲଟି ଥିଲା | ମେଡିକାଲ କର୍ମଚାରୀଙ୍କ ମନୋମୁଖୀ  କାମ ଏବଂ ମେଡିକାଲର ଅବ୍ୟବସ୍ଥାକୁ ନେଇ ଜନସାଧାରଣ ଚିନ୍ତିତ ଥିଲେ | ହେଲେ ଆଗକୁ  ମେଡିକାଲ ଅବ୍ୟବସ୍ଥାରେ ସୁଧାର ଆଣିବା ସହ ଲୋକଙ୍କୁ ସେବା ଉଚିତ ଢଙ୍ଗରେ ଯୋଗାଇ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି | 

0
0
0
s2sdefault