ହେଡଲାଇନସ୍:

ଧର୍ମେନ୍ଦ୍ରଙ୍କ ରେକର୍ଡ ହାଇ ଜମ୍ପ, ନବୀନଙ୍କ ପାଦ ଖସିଲା  ସାତପାଦ ପଛକୁ :  ରାମଦେବଙ୍କ ବ୍ୟାକ ଗିଅର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦୁଇ,  ମୁଖ୍ୟ ବିଚାରପତି ଜଷ୍ଟିସ ଗୋଗୋଇ ତିନି, ଆରଏସଏସ ମୁଖ୍ୟ ମୋହନ  ଭାଗବତ ଚାରି , ରିଲାଏନ୍ସ ମୁକଜ୍ୟ ମୁକେଶ ଅମ୍ବାନୀ ପାଞ୍ଚ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଛଅ, ନିରାପତ୍ତା ପରାମର୍ଶଦାତା  ଅଜିତ ଦୋଭାଲ ସାତ, ଅର୍ଥମନ୍ତ୍ରୀ  ନିର୍ମଳା ସୀତାରାମାନ  ଆଠ, ଭୁପୃଷ୍ଠ  ପରିବହନ ମନ୍ତ୍ରୀ ନିତିନ  ଗଡ଼କରୀ ନଅ, ବିଜେପି କାର୍ଯ୍ୟକାରୀ ସଭାପତି ଜେ ପି,ନଡ୍ଡା ଦଶ | 

୩୨ତମ ପାହାଚରେ ଥିଲେ | ଏକ ଡିଆଁକେ ୧୮ ପାହାଚ ଦେଇ ୧୪ ନମ୍ବର ପାହାଚରେ ପହଂଚି ଦେଶର ସବୁଠୁ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ସ୍ଥାନ ପାଇଛନ୍ତି ଓଡ଼ିଆ ପୁଅ ତଥା ବିଜେପିର ଅନ୍ୟତମ ଜାତୀୟ କ୍ରାଇସିସ ମ୍ୟାନେଜର କେନ୍ଦ୍ର ତୈଳ, ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ଜାତୀୟ ରାଜନୀତିରେ ତାଙ୍କର ପ୍ରଭାବ ଯେ ଅଖଣ୍ଡ,ତାହା ପ୍ରମାଣିତ କରଦେଇଛି ଇଣ୍ଡିୟାନ ଏକ୍ସପ୍ରେସ ପକ୍ଷରୁ ସଦ୍ୟ ପ୍ରକାଶିତ ଦେଶର ଶହେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା | ଆଉ ଏହି ତାଲିକା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାତପାଦ ପଛକୁ ଠେଲି ଦେଇଛି | ୨୦୧୮ରେ ୩୨ତମ ସ୍ଥାନରେ ଥିବା ନବୀନ ପହଂଚି ଯାଇଛନ୍ତି ୩୯ତମ ସ୍ଥାନକୁ | ଆଉଜଣେ ଓଡ଼ିଆ ପୁଅ ପି କେ ମିଶ୍ର ୪୪ ତମ ପାହାଚରେ ଥିଲେ | ହେଲେ ଏକାଥରକେ ୨୫ ପାହାଚ ଡେଇଁ ପହଂଚି ଛନ୍ତି ୧୯ତମ ପାହାଚରେ | ସେହିପରି ରିଜର୍ଭ ବ୍ୟାଙ୍କର ଗଭର୍ନର ହେବ ପରେ ନୂଆ କରି କ୍ଷମତାଶାଳୀ ବ୍ୟକ୍ତିଙ୍କ ସାରଣୀରେ ନିଜ ନାମ ଦର୍ଜ କରି ଲାଟେରାଲ ଏଣ୍ଟ୍ରିରେ ପ୍ରବେଶ କରି ସିଧା ୨୯ ତମ ପାହାଚରେ  ଆସ୍ଥାନ  ଜମାଇ ପାରିଛନ୍ତି ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ | 

ସବୁଠାରୁ ମଜାକଥା ହେଲା ଏହି ତାଲିକା ଅନୁଯାୟୀ ୨୦୧୮ ତୁଳନାରେ ପ୍ରଭାବହୀନ ହୋଇ ପଡିଛନ୍ତି ଯୋଗଗୁରୁ ରାମଦେବ |  ନୈରାଶ୍ୟଜନକ ଭାବେ ତାଙ୍କ ପାଦ ଏମିତି ଖସିଛି ଯେ ସେ ସିଧା ୨୮ ତମ ପାହାଚରୁ ଯାଇ ପହଂଚି ଯାଇଛନ୍ତି ୬୭ ତମ ପାହାଚରେ | କିନ୍ତୁ ଗୁରୁ ରବିଶଙ୍କର ନୂଆ କରି ତାଲିକାରେ ସ୍ଥାନ ପାଇଁ ରହିଛନ୍ତି ୬୮ ତମ ସ୍ଥାନରେ | 

କଂଗ୍ରେସ ନେତା ରାହୁଲ ଗାନ୍ଧୀ ୧୧ତମ ପାହାଚରୁ ପହଁଚିଯାଇଛନ୍ତି ୨୫ତମ ପାହାଚରେ | କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପଞ୍ଚମ ପାହାଚରୁ ଯାଇ ପହଂଚି ଯାଇଛନ୍ତି ୧୭ତମ ପାହାଚରେ | 

0
0
0
s2sdefault