ହେଡଲାଇନସ୍:

ବିଜେପୁର ମହାସଂଗ୍ରାମ: ଆଜି ନାମାଙ୍କନ ଦାଖଲ କରିବେ ସମସ୍ତ ଦଲୀୟ ଏବଂ ସ୍ୱାଧୀନ ପ୍ରାର୍ଥୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :-  ବିଜେପୁର ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ର ଶେଷ ଦିନ । ଆଜି ସମସ୍ତ ଦଲୀୟ ଓ ସ୍ୱାଧୀନ ପ୍ରାର୍ଥୀ ପଦ୍ମପୁର ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଶ୍ରୀ ତନ୍ମୟ ଦାରୁଆନ ଙ୍କର ନିକଟରେ ଦାଖଲ କରିବେ ନାମାଙ୍କନ । ସକାଳ ଏଗାରଟା ରୁ ଆରମ୍ଭ ହୋଇ ଦିପହର ତିନିଟା ପ୍ରର୍ଯନ୍ତ ଚାଲିବ ନାମାଙ୍କନ ପ୍ରକ୍ରିୟା । 

     କଂଗ୍ରେସ ପ୍ରାର୍ଥୀ ଭାବରେ ଶ୍ରୀ ଦିଲୀପ କୁମାର ପଣ୍ଡା ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା , ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ସତ୍ୟଭୂଷଣ ସାହୁ, ପ୍ରଦୀପ ମାଝୀ , ପ୍ରଦୀପ ଦେବତା ଓ ଦଲୀୟ କର୍ମକର୍ତା ଙ୍କର ଗହଣ ରେ ଆସି ପ୍ରାର୍ଥୀପତ୍ର ଦାଖଲ କରିବେ । ସେହିଭଳି ବିଜୁ ଜନତା ଦଳର ପ୍ରାର୍ଥୀ ପୂର୍ବତନ ବିଧାୟିକା ଶ୍ରୀମତୀ ରୀତା ସାହୁ , ବରିଷ୍ଠ ମନ୍ତ୍ରୀ ତଥା ବରଗଡ ଜିଲ୍ଲା ପର୍ଯବେକ୍ଷକ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ , ମନ୍ତ୍ରୀ ସୁଶାନ୍ତ ସିଂ , ମନ୍ତ୍ରୀ ଅରୁଣ ସାହୁ , ବିଜୁ ଜନତା ଦଳର ଉପମୁଖ୍ୟସଚେତକ ଶ୍ରୀ ରୋହିତ ପୂଜାରୀ , ବରିଷ୍ଟ ନେତା ତଥା ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ପଦ୍ମପୁର ବିଧାୟକ ଶ୍ରୀ ବିଜୟ ରଂଜନ ସିଂହ ବରିହା , ବିଧାୟିକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଓ ନେତା ତଥା କର୍ମକର୍ତା ଙ୍କର ଗହଣରେ ନିର୍ବାଚନ ଅଧିକାରୀ ଙ୍କର ନିକଟରେ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି । ସେହିଭଳି ଭାରତୀୟ ଜନତା ପାର୍ଟି ର ପ୍ରାର୍ଥୀ ଶ୍ରୀ ସନତ ଗଡ଼ତିଆ ବିଜେପି ରାଜ୍ୟ ସଭାପତି ତଥା କଳାହାଣ୍ଡି ର  ସାଂସଦ ଶ୍ରୀ ବସନ୍ତ ପଣ୍ଡା , ବରଗଡ଼ ସାଂସଦ ଶ୍ରୀ ସୁରେଶ ପୂଜାରୀ , ବରିଷ୍ଠ ନେତା ଶ୍ରୀ କେ ଭି ସିଂ ଦେଓ , ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଓ ଦଲୀୟ କର୍ମୀ ଙ୍କର ଗହଣରେ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିବେ । ଏହା ସହିତ 3 ଜଣ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ନାମାଙ୍କନ ଦାଖଲ କରିବାର ସମ୍ଭାବନା ରହିଛି ।

       ପ୍ରାର୍ଥୀ ମାନଙ୍କର ନାମାଙ୍କନ ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ସାରିଥିବା ଜଣାପଡିଛି | 

0
0
0
s2sdefault