ହେଡଲାଇନସ୍:

ହାତୀ ଦଳିଦେଲା, ଚାଲିଗଲା ଜୀବନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁନ୍ଦରଗଡ/ ହୋରଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଲକ ଅନ୍ତର୍ଗତ ଟେଙ୍ଗରା ବାହାଲ ଗ୍ରାମର କିଶୋର ପ୍ରଧାନ(୩୫) ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଜଣାପଡିଛି |  ଆଜି ସକାଳୁ କୁତ୍ରା ବିଜୁ ଏକ୍ସପ୍ରେସୱ ରେ ଲାଗି ରହିଥିଲା ହାତୀପଲଙ୍କ ଆତଙ୍କ | ଏହି ହାତୀ ପଲରେ   ୧୭ଗୋଟି ହାତୀ ଅଛନ୍ତି ସେହି ଭିତରେ ଛୁଆ ହାତୀ ଗୋଟିଏ ମଧ୍ୟ ଅଛି | ହେଲେ ହାତୀଙ୍କ ଉନ୍ମତ  କାଣ୍ଡ ଦେଖିବା ପାଇଁ ଗାଁ ଲୋକେ ସମେତ ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କ ଦେଖିବା ପାଇଁ ରୁଣ୍ଡ ହୋଇଯାଇଥିଲେ |  ପ୍ରଶାସନ ପାଖରୁ ଘଉଡ଼ାଇବା ପାଇଁ ଉଦମ୍ୟ ଜାରୀ ରହିଥିଲା ହେଲେ ହାତୀ ଘଉଡ଼ାଉଥିବା ସମୟରେ କିଶୋର କୁରୁଙ୍ଗା ଡ୍ୟାମ ପାଖରେ ହାତୀଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ | ହାତୀ ତୁରନ୍ତ ଆକ୍ରମଣ କରିଥିଲା | ସେଥିରୁ ଯେତେ ବଞ୍ଚେଇବା ପାଇଁ ଉଦ୍ୟମ ଜାରୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ଓ ହାତୀପଲ ଏହି ବ୍ୟକ୍ତିଙ୍କୁ ମାରି ଦେଇଥିଲେ ,ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା |

0
0
0
s2sdefault