ହେଡଲାଇନସ୍:

"ନରସିଂହ ଚଉଦ ବର୍ଷର ଯୁବକ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

"ନିରଞ୍ଜନ ଓ  ନରସିଂହ ଗିନିଜ ବୁକ ଅଫ ରେକର୍ଡରେ ସ୍ୱତନ୍ତ୍ର ସ୍ଥାନ ପାଇବେ" : ରିପୁନାଥ ଖୋଲିଦେଲେ ଗୁମର, କହିଲେ କଂଗ୍ରେସ ପ୍ରାର୍ଥୀ କି ପାରିବାର

ଭୁବନେଶ୍ୱର : ଗୋଟାଏ ଉପ ନିର୍ବାଚନ ହାଣ୍ଡଲ କରିପାରୁନାହାନ୍ତି, ଲୋକଙ୍କୁ ନିର୍ବାଚନ ପାଇଁ ଟଙ୍କା ମାଗି ଚର୍ଚାରେ ଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବେ ପ୍ରାର୍ଥୀ ଚୟନକୁ ନେଇ ବିବାଦରେ | ଶୃଙ୍ଖଳା କଥା କହି ବୁଲୁଥିବା  ନିରଞ୍ଜନ  ଗତ ନିର୍ବାଚନରେ କଂଗ୍ରେସକୁ ବିରୋଧ କରିଥିବା, ଅତୀତରେ ଦଳ ବିରୋଧରେ ବିଦ୍ରୋହୀ ପ୍ରାର୍ଥୀ ହୋଇ ଦଳରୁ ବିଦା ହୋଇଥିବା ସମ୍ବାଦ ଖବରକାଗଜର ପୂର୍ବତନ କର୍ମଚାରୀଙ୍କୁ ବିଜେପୁର ଟିକେଟ ଦେଇ ଏବେ ବିବାଦରେ | କଂଗ୍ରେସ ନେତା  ରିପୁନାଥ ସେଠ କାହା ନାମା ଉଲ୍ଲେଖ ନକରି ପିସିସି ସଭାପତି ଓ ଏକ୍ସପର୍ଟ କମିଟିର ମୁଖ୍ୟ ନରସିଂହ ମିଶ୍ରଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି | 

ହ୍ଵାଟ୍ସଆପ ଗ୍ରୁପରେ ରିପୁ ଖୋଲିଛନ୍ତି ମନର କଥା | ସେ କହିଛନ୍ତି " କଂଗ୍ରେସ ଏକ୍ସପାର୍ଟ କମିଟି ସୁପାରିଶ ଆଧାରରେ ଦଳ ପ୍ରତି ନିଷ୍ଠା, ଆନୁଗତ୍ୟ, ସମର୍ପିତ ମନୋଭାବକୁ ମାପଦଣ୍ଡ ଭାବେ ନେଇ ନେଇ ସର୍ବଶ୍ରେଷ୍ଠ ତଥା ବଳିଷ୍ଠ ନେତାଙ୍କୁ ପ୍ରାର୍ଥୀ କରି ବିଜେପୁର ଉପନିର୍ବାଚନ ସମାନ କରିବାକୁ ଯାଉଛି | ପ୍ରାର୍ଥୀ ଜଣକ ହେଉଛନ୍ତି ସମ୍ବାଦ ଖବରକାଗଜର ପୂର୍ବତନ କର୍ମଚାରୀ | ସେ ୨୦୦୪ରେ କଂଗ୍ରେସର ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ବିଦ୍ରୋହୀ ପ୍ରାର୍ଥୀ ଭାବେ ବିଜେପୁର  ଲଢ଼ିଥିଲେ | ସେ ସେତେବେକେ ୨୨୦୦ ଭୋଟ( ଅବଶ୍ୟ ଏ ଭୋଟ ସଂଖ୍ୟା ପ୍ରାୟ ୨୮୦୦)  ପାଇଥିଲେ | ତାପରେ ପରେ ସେ ବିଜେଡିରେ ଯୋଗ ଦେଇଥିଲେ | ତାର କିଛି ବର୍ଷ ପରେ ବିଜେଡି ଛାଡି ବିଜେପିରେ  ଜଏନ କରିଥିଲେ |ବି ଗତ ସାଧାରଣ ନିର୍ବାଚନରେ ସେ ବିଜେପି ପାଇଁ କାମ କରିଥିଲେ | ଆଉ ଭୋଟ ପରେ ସେ କଂଗ୍ରେସରେ ଜଏନ କଲେ | ପାର୍ଟିର ଗାଇଡଲାଇନ କଡାକଡି ଭାବେ ଅକ୍ଷର ଅକ୍ଷର ଅନୁସରଣ କରି କଂଗ୍ରେସ ଦଳ ପ୍ରତି ଲୋକଙ୍କ ଉତ୍ସର୍ଗୀକୃତ ଭାବନାକୁ ଅନୁଧ୍ୟାନକରି ଏକ୍ସପର୍ଟ କମିଟିର ଅଧ୍ୟକ୍ଷ (ନରସିଂହ ମିଶ୍ର) ସବୁଠାରୁ ଯୋଗ୍ୟ ପ୍ରାର୍ଥୀ ବାଛି ଥିବା ଯୋଗୁ ଲାଲ ସଲାମ" | ଏଠାରେ ସୂଚନାଯୋଗ୍ୟ ଯେ କଂଗ୍ରେସ ପରମ୍ପରାରେ ଲାଲ ସଲାମ କହିବା ବା କମ୍ରେଡ ସମ୍ବୋଧନ କରିବାର ପରମ୍ପରା ନଥିବା ବେଳେ ନରସିଂହଙ୍କୁ କାହିଁକି ଏପରି ସମ୍ବୋଧନ କଲେ ତାହା ପାଠକେ କନଫ୍ୟୁଜ ହେଉଥିବେ | କାରଣ କୁଆଡେ ଏଇଆ ଯେ ନରସିଂହଙ୍କ ଜନ୍ମ କମ୍ୟୁନିଷ୍ଟରୁ ବୋଲି ରିପୁ ତାଙ୍କୁ ଏଭଳି ତାତ୍ସଲ୍ୟପୂର୍ଣ୍ଣ ସମ୍ବୋଧନ କରିଥିବା ଚର୍ଚ୍ଚା ହେଉଛି | 

ସେ ଆହୁରି ମଧ୍ୟ ଲେଖିଛନ୍ତି " ବିଜେପୁରର ସ୍ଥାନୀୟ କର୍ମକର୍ତ୍ତାଙ୍କ ଆଗ୍ରହ ଯେ ଆପର ସର୍ବାଧିକ ଦକ୍ଷ ଆଉ ରାଜ୍ୟ ବ୍ୟାପି ଲୋକପ୍ରିୟ ପିସିସି ସଭାପତି ଦଳୀୟ ପ୍ରାର୍ଥୀ ଭାବେ ଅବତୀର୍ଣ ହୁଅନ୍ତୁ | ତାଙ୍କ ଭିତରେ ଯୁବ  ସୁଲ୍ଲଭ ଗୁଣ  ରହିଛି (ଯାହାକି ସେପ୍ଟେମ୍ବର ୨୩ରେ ନ୍ୟୁଜଫ୍ୟୁଜ ରେ ରା଼କ୍ୟବସି ଦେଖି ସାରିଛନ୍ତି) ଓ କଂଗ୍ରେସ ଭଳି  ୧୩୪ ବର୍ଷର ଦଳରେ ୧୪ ବର୍ଷର ଯୁବକ କଂଗ୍ରେସ ବିଧାୟକ ଦଳ ନେତା(ନରସିଂହ ମିଶ୍ର)  ଅଛନ୍ତି | ସିଏଲପି ଲିଡର ନରସିଂହ ମିଶ୍ରଙ୍କର ଘର ପଶ୍ଚିମ ଓଡ଼ିଶାରେ ଆଉ ତାଙ୍କର କମାଣ୍ଡ ବି ଅଛି ପଶ୍ଚିମ ଓଡିଶା ଉପରେ | ସେ ଗତ ବିଜେପୁର ଉପନିର୍ବାଚନର ୭ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ କର୍ଟେସି ଭିଜିଟ କଲାଭଳି(ଯାହା ମିଡ଼ିଆ ଆସିଥିଲା)  ଯଦି ନକରିବେ ତେବେ କଂଗ୍ରେସ ବିପୁଳ ଭୋଟରେ ବିଜୟୀ ହେବ | ଜଗନ୍ନାଥ ପଟ୍ଟନାୟକଙ୍କ ଭଳି ଅନ୍ୟ ପଶ୍ଚିମ ଓଡିଶା ନେତାଙ୍କ ପ୍ରଚାରର  ଆବଶ୍ୟକତା ପଡ଼ିବନି | ଆଉ କଂଗ୍ରେସର ହତ ଶିରି ଫେରି ଆସିବା ଓ ପାର୍ଟି ଅଳ୍ପ ସମୟ ଭିତରେ ରିଭାଇଭ କରିବ  |  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ସିଏଲପି ଲିଡର ନରସିଂହ ମିଶ୍ର  ଗିନିଜ ବୁକ ଅଫ ରେକର୍ଡରେ ସ୍ୱତନ୍ତ୍ର ସ୍ଥାନ ପାଇଯିବେ |  

0
0
0
s2sdefault