ହେଡଲାଇନସ୍:

ରାଉରକେଲାକୁ ଦେଶର ପ୍ରମୁଖ ଶିଳ୍ପ କେନ୍ଦ୍ର କରିବା ପାଇଁ ହେବ ପ୍ରୟାସ- ଧର୍ମେନ୍ଦ୍ର ପ୍ରଧାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ତିନିଦିନିଆ ରାଉରକେଲା ଗସ୍ତରେ କେନ୍ଦ୍ରମନ୍ତ୍ରୀ

 ଇସ୍ପାତ୍ ମନ୍ତ୍ରଣାଳୟ ଦାୟିତ୍ୱ ନେବା ପରେ ପ୍ରଥମ ରାଉରକେଲା ଗସ୍ତ

 ଇସ୍ପାତ ଶିଳ୍ପର ବିକାଶ ପାଇଁ ପ୍ରଶାସନିକ ଅଧିକାରୀଙ୍କ ସହ କରିବେ ଆଲୋଚନା

 ରାଉରକେଲା ଇସ୍ପାତ ଓ ଅନ୍ୟାନ୍ୟ କାର୍ଯ୍ୟର କରିବେ ସମୀକ୍ଷା

ରାଉରକେଲା ସୁଶାନ୍ତ ବେହେରା  – ରାଉରକେଲାକୁ ଭାରତ ସରକାର ପ୍ରାଥମିକତା ଦେଇ ଆସୁଛନ୍ତି । ଆଗାମୀ ଦିନରେ ମଧ୍ୟ ଏଠାରେ ବିଭିନ୍ନ ପ୍ରକଳ୍ପ ଆଣି ରାଉରକେଲା କିପରି ଓଡିଶା ଏବଂ ଦେଶର ପ୍ରମୁଖ ଶିଳ୍ପ କେନ୍ଦ୍ର ହେବ ସେ ନେଇ ସମସ୍ତେ ମିଶି କାମ କରିବୁ ବୋଲି ତିନିଦିନିଆ ରାଉରକେଲା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି । ଇସ୍ପାତ୍ ମନ୍ତ୍ରଣାଳୟ ଦାୟିତ୍ୱ ନେବା ପରେ ପ୍ରଥମ ରାଉରକେଲା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାରଙ୍କ ନିକଟରେ ପୂର୍ବରୁ ରାଉରକେଲା ସମ୍ପର୍କିତ ବିଷୟ ଉଠାଯାଉଥିଲା ବେଳେ ଏବେ ମଧ୍ୟ ସେଭଳି ବିଷୟ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଗତ ୪ ମାସ ହେବ ଇସ୍ପାତ୍ ମନ୍ତ୍ରାଳୟର କାର୍ଯ୍ୟ ବୁଝାବୁଝି କରୁଥିବା ବେଳେ ସେ ରାଉରକେଲାର ବିଭିନ୍ନ ବିଷୟକୁ ବୁଝିବା ପାଇଁ ଆସିଛନ୍ତି । ତିନି ଦିନ ରହଣି ମଧ୍ୟରେ ରାଉରକେଲା ଷ୍ଟିଲ୍ ପ୍ଲାଂଟ ଦେଖିବା ସହ ଖଣି ଅଂଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଇସ୍ପାତ ଶିଳ୍ପର ବିକାଶ ପାଇଁ ଏଠାକାର ଜନସାଧାରଣ ଓ ପ୍ରଶାସନକୁ ଭେଟି ରାଉରକେଲା ଇସ୍ପାତ୍ କାରଖାନା ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । 

ସୂଚନାଯୋଗ୍ୟଯେ  ମନ୍ତ୍ରୀ ଶ୍ରୀ ପ୍ରଧାନ ବିମାନବନ୍ଦର ଠାରେ ପହଂଚିବା ପରେ  ସୁନ୍ଦରଗଡର ସାଂସଦ ତଥା ପ୍ରତିରକ୍ଷା ସଂସଦୀୟ କମିଟିର ଅଧ୍ୟକ୍ଷ, ଶ୍ରୀ ଜୁଏଲ ଓରାମ, ସେଲ ଅଧ୍ୟକ୍ଷ, ଶ୍ରୀ ଅନିଲ କୁମାର ଚୌଧରୀ, ସେଲ ବାଣିଜ୍ୟିକ ନିର୍ଦ୍ଦେଶକ ସୁଶ୍ରୀ ସୋମା ମଣ୍ଡଳ, କାର୍ମିକ ବିଭାଗର ନିର୍ଦ୍ଦେଶକ ଶ୍ରୀ ଅତୁଲ ଶ୍ରୀବାସ୍ତବ, ସେଲ ବୈଷୟିକ ନିର୍ଦ୍ଦେଶକ ଶ୍ରୀ ହରିନନ୍ଦ ରାୟ, ବିରମିତ୍ରପୁର  ବିଧାୟକ, ଶ୍ରୀ ଶଙ୍କର ଓରାମ, ଆରଏସପିର ସିଇଓ, ଶ୍ରୀ ଦୀପକ ଚଟ୍ଟରାଜ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ, ଡକ୍ଟର ବିଜୟ ୟେଦୁଲା ତଥା ସେଲ ଓ ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ତଥା ରାଉରକେଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସେମାନଙ୍କୁ ଉତ୍ସସିତ  ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ରାଉରକେଲାରେ ଅବସ୍ଥାନ ଅବସରରେ ଶ୍ରୀ ପ୍ରଧାନ ଆରଏସପିର ବରିଷ୍ଠ ଅଧିକାରୀ, ଆରଏସପି ଶ୍ରମିକ ଯୁନିଅନ ଓ ଅଫିସର ଆସୋସିଏସନର ପ୍ରତିନିଧି, ଆରଏସପିର ଗ୍ରାହକ, ସରକାରୀ ପଦାଧିକାରୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ତଥା ସ୍ଥାନୀୟ ଲୋକଙ୍କ ସହିତ ସାକ୍ଷାତ ଆଲୋଚନା ଙ୍କ ସହିତ ମତବିନିମୟ କରିଥିବା ଜଣାପଡିଛି  । 

0
0
0
s2sdefault