ହେଡଲାଇନସ୍:

ମାନବ ସେବା ହିଁ ମାଧବ ସେବା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୋହେଲାରେ ଅଗ୍ରସେନ ଜୟନ୍ତୀ

ସୋହେଲା(ଶାସକପ୍ରଶାସକ)-ସ୍ଥାନୀୟ ଅଗ୍ରସେନ ଭବନଠାରେ ମାରୱାଡି ସମାଜ ପକ୍ଷରୁ ଆଜି ମହାରାଜ ଅଗ୍ରସେନଙ୍କ ଜୟନ୍ତୀ ପାଳନ କରାଯାଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ,ସମ୍ମାନୀତ ଅତିଥିଭାବରେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ଓ  ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା ତଥା ମୁଖ୍ୟ ବକ୍ତାଭାବରେ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନର ସଂପାଦକ ବିଜୟ କୁମାର କେଡିଆ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ମଲ୍ଲିକ ନିଜ ବକ୍ତବ୍ୟରେ ସମାଜ ସେବା କ୍ଷେତ୍ରରେ ମାରୱାଡି ସମାଜକୁ ପ୍ରଶଂସା କରିଥିଲେ । ଜଂଗଲ ଧ୍ୱଂସ ହେଉଥିବାରୁ ଏବେ ପରିବେଶ ଉପରେ ପ୍ରଭାବ ପଡିବା ସହିତ ତାପମାତ୍ରା ବଢ଼ିବାରେ ଲାଗିଛି । ପରିବେଶ ପ୍ରଦୂଷଣ ବଢ଼ିବାରେ ଲାଗିଛି । ଜୀବଜଗତକୁ ବଂଚାଇବାକୁ ହେଲେ ବ୍ୟାପକ ଜଂଗଲ ସୃଷ୍ଟି କରିବାର ଆବଶ୍ୟକତା ରହିଛି । ତେଣୁ ମାରୱାଡି ସମାଜ ପକ୍ଷରୁ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ବ୍ୟାପକ ବୃକ୍ଷରୋପଣ କରିବାକୁ ନିବେଦନ କରିଥିଲେ । ସମାଜର ଅବହେଳିତ ବର୍ଗଙ୍କୁ ସହଯୋଗ ତଥା ସେବା ଯୋଗାଇଦେବା ଆମର କର୍ତବ୍ୟ ବୋଲି କହିଥିଲେ । ମହାତ୍ମା ଗାନ୍ଧୀଙ୍କ ସତ୍ୟ ଓ ଅହିଂସାକୁ ଆଶ୍ରିତ ହେବା ପାଇଁ ଉପଦେଶ ଦେଇଥିଲେ । ମନ୍ତ୍ରୀ ସୁଶାନ୍ତ ସିଂହ ମଧ୍ୟ  ମାନବ ସେବା ହିଁ ମାଧବ ସେବା ବୋଲି କହି ସମାଜ ସେବା କରିବା ଦିଗରେ ମାରୱାଡି ସମାଜକୁ ପ୍ରଶଂସା କରିଥିଲେ । ମଂଚରେ ଅନ୍ୟମାନଙ୍କ ମଧ୍ୟରେ ମହିଳା ମଣ୍ଡଳର ସଭାନେତ୍ରୀ ଶ୍ରୀମତୀ କ୍ରିଷ୍ଣା ଦେବୀ ଅଗ୍ରୱାଲ,ଅଗ୍ରୱାଲ ସଭାର ସଭାପତି ସୁରେଶ କୁମାର ଅଗ୍ରୱାଲ,ମାରୱାଡି ଯୁବା ମଂଚର ସଭାପତି ଦୀପକ କୁମାର ଅଗ୍ରୱାଲ ପ୍ରମୁଖ ମଂଚାସୀନ ଥିଲେ । ପ୍ରାରମ୍ଭରେ ଅତିଥିମାନେ ମହାରାଜ ଅଗ୍ରସେନଙ୍କ ଫଟୋ ଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ୱଳନ କରିଥିଲେ । ସ୍ୱାଗତ ଭାଷଣ ଦେଇଥିଲେ ଅଗ୍ରୱାଲ ସଭାର ସଭାପତି ସୁରେଶ କୁମାର ଅଗ୍ରୱାଲ । ସଭାକୁ ସଂଚାଳନ କରିଥିଲେ ଅଲୋକ କୁମାର ଅଗ୍ରୱାଲ ଓ ପୂଜା ଅଗ୍ରୱାଲ । ଧନ୍ୟବାଦ ଅର୍ପଣ କରିଥିଲେ ମହିଳା ମଣ୍ଡଳର ସଂପାଦିକା ଅଂଜୁ ଅଗ୍ରୱାଲ । ଏହି ଅବସରରେ ଅନେକ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ  ହୋଇଥିଲା । ଅଂଗଦାନ ଉପରେ ଏକ ନାଟକ ମଧ୍ୟ ମଂଚସ୍ଥ ହୋଇଥିଲା । କୃତୀ ପ୍ରତିଯୋଗିମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଂଚଳର ମାରୱାଡି ସମାଜର ଭାଇଭଉଣୀମାନେ ବହୁସଂଖ୍ୟାରେ  ଯୋଗଦେଇଥିଲେ । 

 

0
0
0
s2sdefault