ହେଡଲାଇନସ୍:

ସଚିବଙ୍କ ସମୀକ୍ଷା ବୈଠକ ଆଉ ତାଗିଦରେ ଯନ୍ତ୍ରୀ-ଠିକାଦାର ଥରହର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଖଣ୍ଡିଆ କାମ ତୁରନ୍ତ ଶେଷ କର, ଟାଇମରେ କାମ ସାର 

  ଠିକ ରହୁ ଗୁଣାତ୍ମକ ମାନ, ସନ୍ଦେହମୁକ୍ତ ହେଉ ଟେଣ୍ଡର 

 ଖଇଚା ହେଲେ  କାର୍ଯ୍ୟାନୁଷ୍ଠାନ ,ଭଲ କଲେ ପୁରସ୍କାର

ଅବହେଳା କଲେ  ବ୍ଲାକଲିଷ୍ଟ ହେବେ ଅସାଧୁ ଠିକାଦ୍ଵାର 

ଭୁବନେଶ୍ୱର (ଶାସକ ପ୍ରଶାସକ) :  ଯାହା ଆଗରୁ ଚାଲିଥିଲା ଏବେ ଚାଲିବନି | କାମରେ ହେଳା ଆଉ ଦାୟିତ୍ୱହୀନତାକୁ ବରଦାସ୍ତ କରାଯିବନି | ସରାକରଂକ ନିର୍ଦ୍ଦେଶ ଅନୁପାଳନ ସହ ଲୋକଙ୍କ ସେବା କରିବାକୁ ଆମେ ଅଛେ | ସରକାର ଲୋକଙ୍କ ପାଇଁ ଯୋଜନା କରୁଛନ୍ତି | ଲୋକଙ୍କ ପାଖରେ ଧାର୍ଯ୍ୟ ସମୟ ଭିତରେ ସେ ଯୋଜନାର ସୁଫଳ ଗୁଣାତ୍ମକ ଢଙ୍ଗରେ ପହଁଚାଇବା ଆମ ଦାୟିତ୍ୱ | ହେଲେ କିଛି  ଅଧିକାରୀଙ୍କ ଖାମଖିଆଲି ନୀତି  ଓ  ଠିକାଦାରଙ୍କ ଦାୟିତ୍ବହୀନ ମାନସିକତା ପାଇଁ ଲୋକମାନେ ସେମାନଙ୍କ ନ୍ୟାୟକୁ ସେବାରୁ କାହିଁକି ବଂଚିତ ହେବେ ! ସରକାର ଅପର୍ଯ୍ୟାପ୍ତ ଅର୍ଥ ବରାଦ କରି କାହିଁକି ଲୋକଙ୍କ ଭିତରେ ସମାଲୋଚିତ ହେବେ !! ଗୋଟାଏ କାମ ୪ ମାସରେ ସାରିବାକୁ ଥିବା ବେଳେ ୪ ବର୍ଷ ପଡ଼ିରହୁଛି କାହିଁକି !!! ଏପରିକି ଗୋଟେ ଗୋଟେ କାମ ବର୍ଷ ବର୍ଷ ଧରି ଅସମ୍ପୂର୍ଣ୍ଣ ରହୁଛି କାହିଁକି ! କାହିଁକି ଧାର୍ଯ୍ୟ ସମୟ ଭିତରେ କାମ ସରିବନି !!!!! ସରକାରଙ୍କ ଯୋଜନା କାହିଁକି ବିଫଳ ହେବ !!!! ଲୋକ ସେବାରୁ କାହିଁକି ବଂଚିତ ହେବେ !!!!!! ଏନଫ ଇଜ ଏନଫ | ଗୋଟିଏ ଦୁଇଟି ଅବା ପାଂଚ ଦଶଟା ନୁହେ, ୬୦୦ରୁ ଅଧିକ ପ୍ରଜେକ୍ଟ କାହିଁକି ଅସମ୍ପୂର୍ଣ୍ଣ ଅଛି ?  ଏମିତି କିଛି ପ୍ରସଙ୍ଗ ଉଠାଇ ସେଦିନ ଅଧିକାରୀ, ଯନ୍ତ୍ରୀ ଆଉ ଠିକାଦାରଙ୍କଙ୍କୁ ନେଇ ଅନୁଷ୍ଠିତ ସମୀକ୍ଷା ବୈଠକରେ ବର୍ଷିଥିଲେ  ଗ୍ରାମ୍ୟଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା | 

ଗ୍ରାମ୍ୟ ଉନ୍ନୟନ ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ସଚିବ ଶ୍ରୀ ଜେନା ଯେଉଁଭଳି ଭାବେ ମାରାଥନ ବୈଠକ ନେଲେ ଆଉ ଯେଉଁଭଳି ଭାବେ ତାଗିଦ କରି ଟାର୍ଗେଟ ଦେଲେ ତାହା ଆମେ ଜାଣିବାରେ ଅନ୍ୟ କୌଣସି ଅଫିସର ଏଭଳି କରିନଥିଲେ | ବର୍ଷ ବର୍ଷ ଧରି କାମ ଗୁଡିକ ଅସମ୍ପୂର୍ଣ୍ଣ ରହିଥିବା ଯୋଗୁ କ୍ଷୋଭ ବ୍ୟକ୍ତ କରିଥିଲେ ସଚିବ | ଆଉ ଆମ ବୈଠକରେ ଉପସ୍ଥିତ ଯନ୍ତ୍ରୀ ଠିକାଦାରଙ୍କ ଉପରେ  ବିରକ୍ତ ହୋଇଥିଲେ | ତୁରନ୍ତ କାମା ସାରିବାକୁ ନିର୍ଦେଶ ଦେଇଥିଲେ ସଚିବ | ସରକାରଙ୍କ  କାମରେ ଅବହେଳା କରିଥିବା ଠିକାଦାରମାନଙ୍କୁ କଲା ତାଲିକାଭୁକ୍ତ କରିବା ପାଇଁ ମଧ୍ୟ ସଚିବ ଶ୍ରୀ ଜେନା ଚେତାବନୀ ବି ଦେଉଥିଲେ ବୋଲି ଅଧିକାରୀ ଜଣକ କହିଛନ୍ତି | 

 ଏହା ସହିତ ବିଜୁ ସେତୁ ଯୋଜନା ଓ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଚଳିତ ବର୍ଷ ଅଧିକ ପ୍ରକଳ୍ପ ହାତକୁ ନେଇ ଧାର୍ଯ୍ୟ ସମୟ ଭିତରେ ସାରିବା ପାଇଁ ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହ ଟେଣ୍ଡରରେ ସ୍ୱଚ୍ଛତା ଅବଲମ୍ବନ କରିବା ପାଇଁ ଶ୍ରୀ ଜେନା ତାଗିଦ କରିଥିବା ବେଳେ ଏବେ କେଉଁ କେଉଁ ପ୍ରକଳ୍ପ ନୂଆ ହାତକୁ ନିଆଯିବ ସେଇ ପ୍ରପୋଜାଲ  ପ୍ରସ୍ତୁତି ସହ ବାକିଆ କାମ ସାରିବା ପାଇଁ ଯଥେଷ୍ଟ ତତ୍ପରତା ପ୍ରକାଶ ପାଇଛି | ବିଭାଗୀୟ ସଚିବ ଏଇଆ ବି କହିଦେଇଛନ୍ତି ଯେ ଯିଏ ଭଲ କାମ କରିବ  ତାକୁ ପୁରସ୍କାର ଆଉ ଅବହେଳା କରେ କାର୍ଯ୍ୟାନୁଷ୍ଠାନ, ସେ ଯନ୍ତ୍ରୀ ହୁଅନ୍ତୁ ବା ଠିକାଦାର | 

ବାକିଆ କାମ ଗୁଡିକ କାହିଁକି ଅଟକିଛି ଓ କାହିଁକି ସରିପାରୁନି ତାର ସମୀକ୍ଷା କରି ସେଗୁଡିକୁ ଗତିଶୀଳ କରିବାକୁ ସମ୍ପୃକ୍ତ ଡିଭିଜନର ନିର୍ବାହୀ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେବା ସହ କାମଗୁଡିକୁ ତୁରନ୍ତ ସାରିବା ପାଇଁ ବୈଠକରେ ଉପସ୍ଥିତ ଠିକାଦାର ମାନଙ୍କୁ ତାଗିଦ କରିବା ପରେ ଏବେ ବିଭିନ୍ନ ଡିଭିଜନରେ ତତ୍ପରତା ପ୍ରକାଶ ପାଇଛି ଖଣ୍ଡିଆ କାମ ସାରିବା ପାଇଁ | ସଚିବଙ୍କ ଏହି ନିର୍ଦ୍ଦେଶ ପରେ ପରେ ଏବେ ବିଭାଗ ଭିତରେ ଗୋଟେ ପ୍ରକାର ତତ୍ପରତା ସୃଷ୍ଟି ହୋଇଥିବା ବେଳେ  ଓ ଭୟ ଜାଗ୍ରତ ହୋଇଛି ଠିକାଦାରଙ୍କ  ଭିତରେ |

କେବଳ ସେତିକି ନୁହେଁ, ରାଜ୍ୟର ବିଭିନ୍ନ ଡିଭିଜନରେ  କାର୍ଯ୍ୟ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ ପୋଷ୍ଟିଙ୍ଗ ଦେଇଥିବା ସେମାନଙ୍କ ମଧ୍ୟରୁ ପ୍ରାୟ ୬୬ ଜଣ ଡେପ୍ଲୟମେଣ୍ଟରେ  ଭୁବନେଶ୍ୱର ବିଭିନ୍ନ କାର୍ଯ୍ୟାଳୟରେ କାମ କରୁଥିଲେ | ହେଲେ ସରକାର ଯେଉଁ ଯେଉଁ ସ୍ଥାନରେ ସେମାନଙ୍କୁ ନିଯୁକ୍ତି ଦେଇଛନ୍ତି  ତୁରନ୍ତ ସେ ଯାଗାରେ  ଯୋଗ ଦେବା ପାଇଁ ପ୍ରମୁଖ ସଚିବ ଶ୍ରୀ ଜେନା ନିର୍ଦ୍ଦେଶ ଦେବା ପରେ ସେମାନେ ଭୁବନେଶ୍ୱର ଛାଡି  ନିଜ ନିଜ ପ୍ଲେସ ଅଫ ପୋଷ୍ଟିଂ ଅଭିମୁଖେ ଚାଲିଗଲେଣି | ସଚିବଙ୍କ ଏଭଳି ନିର୍ଦ୍ଦେଶରେ କିଛି ଲୋକ ଅସଂତୁଷ୍ଟ ହେଉଥିଲେ ବି ଏହା ବିଭାଗକୁ କ୍ରିୟାଶୀଲ କରିବାରେ ସହାୟକ ହେବ ବୋଲି ଅଧିକାରୀ ଜଣକ କହିଛନ୍ତି |

   

0
0
0
s2sdefault