ହେଡଲାଇନସ୍:

୧୧୧ ବୋତଲ କଫ୍ ସିରପ ଜବତ, ଜଣେ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡ଼ା,(ଅମିତ ପୁରୋହିତ) : ସଦର ପୁଲିସ ସ୍ଥାନୀୟ ମନ୍ଦିରପଡାରେ ଚଢାଉ କରି ୧୧୧ ବୋତଲ କପ ସିରପ ଜବତ କରିଛି । ବେଆଇନ କପ ସିରପ ବିକ୍ରି ଅଭିଯୋଗରେ ମନ୍ଦିରପଡାର ଦେବେନ୍ଦ୍ର କୁମାର ସାହୁ(୪୦)କୁ ଗିରଫ କରିଛି । ଗତ କାଳି ସନ୍ଧ୍ୟାରେ ମନ୍ଦିରପଡାରେ ଦେବେନ୍ଦ୍ର ନିଜ ଘରେ ବେଆଇନ ଭାବେ କପ ସିରପ ଗଚ୍ଛିତ ରଖି ବିକ୍ରି କରୁଥିଲେ । ବିଶେଷ ସୂତ୍ରରୁ ସଦର ପୁଲିସ ଖବର ପାଇ ତାଙ୍କ ଘରେ ଚଢାଉ କରିଥିଲା । ସେଠାରେ ୧୧୧ ବୋତଲ କପ ସିରପକୁ ଜବତ କରିବା ସହ ବେଆଇନ କପ ସିରପ ବିକ୍ରି ଅଭିଯୋଗରେ ଦେବେନ୍ଦ୍ରକୁ ଗିରଫ କରିଥିଲେ । ଏନେଇ ସଦର ଥାନାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରିଥିଲେ । ଆଜି ମଧ୍ୟାହ୍ନରେ ଅଭିଯୁକ୍ତ ଦେବେନ୍ଦ୍ରକୁ କୋର୍ଟ ଚାଳାଣ କରିଥିବା ବେଳେ ତାଙ୍କ ଜାମିନ ନାମଂଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ଆଇଆଇସି ଆଦିତ୍ୟ ମହାକୁଡ ସୂଚନା ଦେଇଛନ୍ତି । 

0
0
0
s2sdefault