ହେଡଲାଇନସ୍:

ଗେଟରେ ତାଲା ପକାଇ ବ୍ଲକ କର୍ମଚାରୀ ହଟହଟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦେଢ ଘଣ୍ଟା ପରେ ଲୁହା କଟରରେ କାଟି ଗେଟ ଖୋଳିଲେ

ନୂଆପଡ଼ା,(ଅମିତ ପୁରୋହିତ) : ଆଜି କୋମନା ବ୍ଲକ ସମ୍ମୁଖରେ ବିଜେପି ନେତା ଓ କର୍ମୀମାନେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ପ୍ରତିବାଦ ସଭାକରି ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ଏହି ସମୟରେ ଆନେ୍ଦାଳନକାରୀଙ୍କ ଭୟ ବ୍ଲକ ପ୍ରଶାସନ ତରଫରୁ ବ୍ଲକର ମୁଖ୍ୟ ଗେଟରେ ତାଳା ପକାଇ ଭିତରେ ଲୁଚି ରହିଥିଲେ । ଆନେ୍ଦାଳନର ଶେଷ ପର୍ଯ୍ୟାୟରେ ବିଜେପି ନେତା ଓ କର୍ମୀମାନେ ବିଡିଓଙ୍କ ଦାବୀ ପତ୍ର ପ୍ରଦାନ କରିବାକୁ ଯାଇଥିଲେ । ବ୍ଲକର ମୁଖ୍ୟ ଗେଟରେ ତାଳା ପଡିଥିବାରୁ ବିଡିଓ ଦାବୀପତ୍ର ଗ୍ରହଣ କରିବା ପାଇଁ ବାହାରି ପାରିନଥିଲେ । ଅଫିସ କର୍ମଚାରୀ ତାଲା ଖୋଳିବାକୁ ବହୁ ଚେଷ୍ଟା କରିଥିଲେ ବି ଖୋଳି ପାରିନଥିଲେ । ଏମିତି ଦେଢ ଘଣ୍ଟା ବିତି ଯାଇଥିଲା । ଶେଷରେ ଗେଟ ଖୋଳିବା ପାଇଁ ଲୁହା କଟର ମେସିନ ଆଣି ଗେଟକୁ କାଟିବାକୁ ପଡିଥିଲା । ଗେଟଭାଙ୍ଗି ବିଡିଓ ବାହାରିବା ପରେ ତାଙ୍କୁ ବିଜେପି ନେତା କର୍ମୀ ଦାବୀ ପତ୍ର ପ୍ରଦାନ କରିଥିଲେ । ବ୍ଲକ ପ୍ରଶାସନର ଏଭଳି ନୀତିକୁ ଲୋକେ ନିନ୍ଦା କରିଛନ୍ତି ।  

 

0
0
0
s2sdefault