ହେଡଲାଇନସ୍:

କେନ୍ଦ୍ରୀୟ ଯୋଜନାର ନାଁ ବଦଳାଇବାକୁ ବିରୋଧ : ବିଡିଓ ଅଫିସ ଘେରିଲା ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ା,(ଅମିତ ପୁରୋହିତ) : ରାଜ୍ୟ ସରକାର କ୍ରମାଗତ ଭାବେ କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜ ନାଁରେ କରି ରାଜ୍ୟବାସୀଙ୍କୁ ଭୁଆଁ ବୁଳାଉଛନ୍ତି । କେନ୍ଦ୍ର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ ସରକାର ବିଜୁ ପକ୍କାର ବୋଲି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି । କେନ୍ଦ୍ର ସରକାର ଦେଶବାସୀଙ୍କ ହିତକୁ ଦୃଷ୍ଟିରେ ରଖି ଅନେକ ଜନହିତକାରୀ ଯୋଜନା ପ୍ରଣୟନ କରୁଛନ୍ତି । ତାକୁ ରାଜ୍ୟର ବିଜେଡି ସରକାର କେନ୍ଦ୍ରୀୟ ଯୋଜନାକୁ ହଡପ୍ କରି ନାଁ ବଦଳାଇ ନିଜର ବାହା ବାହା ନେଉଛନ୍ତି । ଏହାର ପ୍ରତିବାଦରେ ରାଜ୍ୟ ବିଜେପିର ନିଦେ୍ର୍ଧଷ କ୍ରମେ ଜିଲ୍ଲା ବିଜେପି ତରଫରୁ ଜିଲ୍ଲାର ୫ଟି ବ୍ଲକ କାର୍ଯ୍ୟାଳୟ ଓ ୨ଟି ଏନଏସି ସମ୍ମୁଖରେ ଗଣ ବିକ୍ଷୋଭ ଓ ପ୍ରତିବାଦ ସଭା କରିଥିଲା । 

    ଆଜି ପୂର୍ବାହ୍ନରେ କୋମନା ପୁରୁଣା ବ୍ଲକ ରାଜିବ ଗାନ୍ଧୀ ସେବା କେନ୍ଦ୍ର ଠାରେ ବିଜେପି ରାଜ୍ୟ ଉପ ସଭାପତି ପ୍ରଶନ୍ନ ପାଢିଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଏକତ୍ରିତ ହୋଇଥିଲା । ସେଠାରୁ ବିଜେପି କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରାବାଜି କରି ବିଜେପି ନେତା ଓ କର୍ମୀ ବର୍ଷି ଥିଲେ । ବ୍ଲକ ଅଫିସ ସମ୍ମୁଖରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା । କେନ୍ଦ୍ର ସରକାରଙ୍କ ଆବାସ ଯୋଜନା, ସୁକନ୍ୟା ଯୋଜନା ଭଳି ଯୋଜନାକୁ ରାଜ୍ୟ ସରକାର ହାଇଜ୍ୟାକ୍ କରୁଛନ୍ତି । ଏହା ସଂଘୀୟ ବ୍ୟବସ୍ଥାରେ ରୁଗଣ ମାନସିକତାର ପରିଚୟ ବୋଲି ବିଜେପି ନେତା ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେଠାରୁ ଏକତ୍ରିତ ହୋଇ ବ୍ଲକ ଅଫିସ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ । କୋମନା ପୁଲିସ ବିଜେପି ନେତା ଓ କର୍ମୀଙ୍କୁ ବୁଝା ସୁଝା ଜରିଥିଲା । ମଧ୍ୟାହ୍ନରେ ବିଡିଓ ଶ୍ୟାମଳ ରାୟଙ୍କୁ ରାଜ୍ୟପାଲଙ୍କ ଉଦେ୍ଧଶ୍ୟରେ ଦାବୀପତ୍ର ପ୍ରଦାନ କରିଥିଲେ । ଏଠାରେ ମନିଜର ଆର୍ଯ୍ୟ, ବିକ୍ରମ ଆଡବଙ୍ଗ, ଇଶ୍ୱର ନାଏକ, ପ୍ରବିଣ ଭୋଇ, କରୁଣାକର ହୋତା, ପିତାମ୍ବର ନାଗ, ଗୁଲବାଚନ୍ଦ ମାଝି ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ନୂଆପଡ଼ା ଠାରେ ନଗର ମଣ୍ଡଳ ସଭାପତି ପ୍ରଦୀପ ମହାପାତ୍ରଙ୍କ ନେତୃତ୍ୱରେ ବିଜେପି ନେତା ଓ କର୍ମୀ ମାନେ ଏନଏସି ଓ ବ୍ଲକ ଅଫିସ ସମ୍ମୁଖରେ ପ୍ରତିବାଦ ସଭା କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ଏନଏସି ଇଓ ରାମଚନ୍ଦ୍ର ମାଝି ଓ ବିଡିଓଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ । ବିଜେପି ନେତା ହୋମସିଂ ମାଝି, ପପୁ ଠାକୁର, ଭଗତ ସିଂ, ଶୁଶାନ୍ତ ପତି, ଅଭିନନ୍ଦନ ପଣ୍ଡା, ସବିତା ଜେନା, ରାଜଶ୍ରୀ ଠାକୁର, ସାବିତ୍ରୀ ସାହୁ, ଜେମାମଣି ପାଣ୍ଡେ ପ୍ରମୁଖ ଶତାଧିକ ବିଜେପି ନେତା ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । 

0
0
0
s2sdefault