ହେଡଲାଇନସ୍:

ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀର ବିଭିନ୍ନ ସମସ୍ୟା ସମାଧାନ ପାଇଁ ଉଦ୍ୟମ ଜାରି ରଖିଛି: ବିଧାୟକ ଶ୍ରୀ ରାଓ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜିଲ୍ଲା ଭାଜପା ପକ୍ଷରୁ ବିଭିନ୍ନ ସମସ୍ୟା ଓ ସମାଧାନକୁ ନେଇ ପାରଳା ବିଧାୟକଙ୍କ ସାମ୍ବାଦିକ ସମ୍ମିଳନୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ରହିଥିବା ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ନେଇ ଜିଲ୍ଲା ଭାଜପା କାର୍ଯ୍ୟାଳୟ ଠାରେ ବିଧାୟକ କେ.ନାରାୟଣ ରାଓଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।

    ବିଧାୟକ ନାରାୟଣ ରାଓ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ , ଜିଲ୍ଲାର କାଶୀନଗର ବ୍ଲକ , ଗୋଷାଣୀ ବ୍ଲକ ଓ ଗୁମ୍ମା ବ୍ଲକରେ ଚାଷୀଙ୍କୁ ଫସଲ ବୀମା ସମସ୍ୟା , କ୍ରୀଡ଼ାବିତ୍ ଙ୍କ ପାଇଁ  ଷ୍ଟାଡିୟମ୍ ସମସ୍ୟା ଓ  ରେଳବାଇ ସମସ୍ୟା ଉପରେ ସମାଧାନ ପାଇଁ ରାଜ୍ୟର ବିଭାଗୀୟ ମନ୍ତ୍ରୀ , ବୀମା କମ୍ପାନୀ ଓ ରେଳବାଇର ବିକାଶ ପାଇଁ ରେଳମନ୍ତ୍ରୀଙ୍କ ଠାରେ ଦାବୀ କରିଛନ୍ତି ଓ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଓ ସମାଧାନ କରାଯିବାର ସହମତି ମିଳିଥିବା ବିଧାୟକ ନାରାୟଣ ରାଓ ପ୍ରକାଶ କରିଥିଲେ ।

    ବିଧାୟକ ଶ୍ରୀ ରାଓ କହିଥିଲେ ଯେ , ଏ ଦିଗରେ ବିଧାନସଭା ଅଧିବେଶନରେ ମଧ୍ୟ ମୁଁ ଦାବୀ ଉପସ୍ଥାପନ କରିଥିଲି । ଗଜପତି ଜିଲ୍ଲାର ବିକାଶ ଅତ୍ୟନ୍ତ ପଛୁଆ ରହିଛି । ମୁଖ୍ୟତଃ ରେଳବାଇ କ୍ଷେତ୍ରରେ  ଅଞ୍ଚଳ ବାସୀଙ୍କ ପାଇଁ ବିଭିନ୍ନ ସୁବିଧା ଉପଲବ୍ଧ ହୋଇପାରିଲେ ହିଁ ଜିଲ୍ଲାର ଦୃତ ବିକାଶରେ ତାହା ବେଶ ସହାୟକ ହୋଇପାରିବ । ସେହି ଦୃଷ୍ଟିରୁ କେନ୍ଦ୍ର ରେଳବାଇ ମନ୍ତ୍ରୀ ପିୟୁଷ୍ ଗୋଏଲଙ୍କ  ଠାରେ ମୁଁ  ଚଳାଚଳ କରୁଥିବା ଗୁଣୁପୁର-ବିଶଖାପାଟଣା ଏବଂ ରାଜ୍ୟରାଣୀ ଏକ୍ସପ୍ରେସ ଟ୍ରେନର ଚଳାଚଳ ସମୟ ପରିବର୍ତ୍ତନ କରାଯିବାକୁ , କାଶୀନଗର ଥରେ ଏକ୍ସପ୍ରେସ ଟ୍ରେନ ରହଣି ଏବଂ ପାରଳାଖେମୁଣ୍ଡି ଷ୍ଟେସନ ପ୍ଲାଟଫର୍ମ ଉଚ୍ଚତା ବୃଦ୍ଧି କରିବା ସହ ଅନ୍ୟାନ୍ୟ ସମସ୍ୟାର ଉନ୍ନତିକରଣର ସମାଧାନ କରିବା ଏବଂ ଗୁଣୁପୁର ଠାରୁ ଥେରୁବାଲି ରେଳପଥ ସମ୍ପ୍ରସାରଣ କରାଯିବା ପାଇଁ ଦାବୀ କରିଛି ଏବଂ ରେଳମନ୍ତ୍ରୀ ମଧ୍ୟ ଏ ଦିଗରେ ପଦକ୍ଷେପ ନେବେ ବୋଲି କହିଥିବା ବିଧାୟକ ଶ୍ରୀ ରାଓ ସୂଚନା ଦେଇଥିଲେ ।

   ସେହିପରି ଜିଲ୍ଲାର ଗୋଷାଣୀ ଓ ଗୁମା ବ୍ଲକ ଓ ପଞ୍ଚାୟତ ଅଞ୍ଚଳରେ ଅନେକ ତିତିଲି ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ଏ  ପଯ୍ୟନ୍ତ  ଫସଲ ବୀମାଭୁକ୍ତ ହୋଇ ନାହାନ୍ତି । ବିମାଭୁକ୍ତରୁ ବଞ୍ଚିତ ଥିବା ଚାଷୀମାନଙ୍କୁ ତୁରନ୍ତ ବିମାଭୁକ୍ତ କରିବା ପାଇଁ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ବୀମା କମ୍ପାନୀଙ୍କ ସହିତ ଏ ଦିଗରେ ଆଲୋଚନା ହୋଇଛି , ସେମାନେ ମଧ୍ୟ ଏ ଦିଗରେ ପଦକ୍ଷେପ ନେଇ ସମାଧାନ କରିବେ ବୋଲି     କହିଥିବା ବିଧାୟକ ଶ୍ରୀ ରାଓ ସୂଚନା ଦେଇଥିଲେ ।

  ଅନ୍ୟ ପକ୍ଷରେ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମର ଉନ୍ନତି ତଥା ଆଧୁନିକ କରଣ କରାଯିବା ସମେତ ଜିଲ୍ଲାର କ୍ରୀଡ଼ା କ୍ଷେତ୍ରରେ ସର୍ବାଙ୍ଗୀନ ଉନ୍ନତି ସକାଶେ  କାଶୀନଗର , ଗୁମ୍ମା , ସେରଙ୍ଗ ଏବଂ ଗୁରାଣ୍ଡି ଠାରେ  ଅତ୍ୟାଧୁନିକ ଷ୍ଟାଡିଅମ ନିର୍ମାଣ କରାଯିବାକୁ ଦାବୀ କରିଥିଲି  ଏବଂ ଏ ସମ୍ପର୍କରେ ପାରଳାଖେମୁଣ୍ଡି ଗସ୍ତରେ  ବିଭାଗୀୟ କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ବେହେରା ଆସିଥିବା ବେଳେ ତାଙ୍କ ସହିତ ମଧ୍ୟ ଏ ସମ୍ପର୍କରେ ଦାବୀ ଓ ଆଲୋଚନା କରିଥିଲି । ସେ ଦିଗରେ ମଧ୍ୟ ସମାଧାନ କରାଯିବା ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ଠାରୁ ସହମତି ମିଳିଛି ଏବଂ ଏହା  ରାଜ୍ୟ ସରକାରଙ୍କ ପାଣ୍ଠି , ସାଂସଦ ପାଣ୍ଠି ଏବଂ ବିଧାୟକ ପାଣ୍ଠିର ମିଳିତରେ ଏହି ସବୁ କାର୍ଯ୍ୟ ପାଇଁ ଉପଯୋଗ ହେବ ବୋଲି ବିଧାୟକ ଶ୍ରୀ ରାଓ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ ।

    ଏହି ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଭାଜପା ଜିଲ୍ଲା ସଭାପତି  ଜି.ଭେଙ୍କେଟ ରାବଣା , ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା  ପି.ଲତା ,କାଶୀନଗର ବ୍ଲକ ଅଧ୍ୟକ୍ଷ ଚିତ୍ରି ସିମାଦ୍ରି  ଏବଂ ପାରଳାର ପୂର୍ବତନ ନଗରପାଳ  ନୃସିଂହ ଚରଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ  ।

0
0
0
s2sdefault