ହେଡଲାଇନସ୍:

୬୫ ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ  ଭଲିବଲ ପ୍ରତିଯୋଗିତା ଉଦ୍ଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା  ପାରଳାଖେମୁଣ୍ଡି ଠାରେ ରାଜ୍ୟ ମାଧ୍ୟମିକ କ୍ରୀଡ଼ା ସଂଘ ଓ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ୧୪ ବର୍ଷ ବୟସର କମ୍ ବାଳକ ଏବଂ ୧୭ ବର୍ଷ ବୟସର କମ୍     ବାଳକ ଓ ବାଳିକା ବର୍ଗରେ  ଗତ ୪ ଦିନ ଧରି ଚାଲିଥିବା ୬୫ ତମ ରାଜ୍ୟ-ସ୍ତରୀୟ ବିଦ୍ୟାଳୟ  ଭଲିବଲ ପ୍ରତିଯୋଗିତା ୨୦୧୯-୨୦  ମହାଆଡମ୍ବର ପୂର୍ଣ୍ଣ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଉଦ୍ ଯାପିତ ହୋଇ ଯାଇଛି ।

   ଏହି  ରାଜ୍ୟ-ସ୍ତରୀୟ ଭଲିବଲ ପ୍ରତିଯୋଗିତା ଲଗାଣ ବର୍ଷାର ବାଧକ ଅସୁବିଧା ଯୋଗୁଁ ସମସ୍ତ  ମ୍ୟାଚ ମହାରାଜା ଙ୍କ ବାଳକ ଉଚ୍ଚ-ବିଦ୍ୟାଳୟରେ ଏବଂ ଗଜପତି ଇଣ୍ଡୋର ଷ୍ଟାଡିଅମ ନିକଟରେ ପ୍ରସ୍ତୁତ ପଡ଼ିଆରେ  କରାଯାଇଥିବା ବେଳେ ୩ ବର୍ଗର ଫାଇନାଲ ମ୍ୟାଚ ଗଜପତି ଷ୍ଟାଡିୟମ୍  ଠାରେ ଅନୁଷ୍ଠିତ ହୋଇଥିଲା ।

     ଫାଇନାଲ ମ୍ୟାଚ ଗୁଡ଼ିକର ୧୪ ବର୍ଷ ବୟସର କମ୍  ବାଳକ ବିଭାଗରେ ମାଲକାନଗିରି ଚାମ୍ପିଅନ ହୋଇଥିବା ବେଳେ ଗଜପତି ରନର , ସେହିଭଳି ୧୭ ବର୍ଷ ବୟସର କମ୍ ବାଳିକା ବିଭାଗରେ ଭୁବନେଶ୍ୱର ଚାମ୍ପିଅନ ଓ ନୂଆପଡ଼ା ରନର ଏବଂ ବାଳକ ବିଭାଗ ୧୭-ରେ କୋରାପୁଟ ଚାମ୍ପିଅନ ଓ ଗଞ୍ଜାମ ରନର ହୋଇଥିଲେ ।

 ସମସ୍ତ  ଭଲିବଲ ମ୍ୟାଚକୁ  ରାଜ୍ୟ ସ୍ତରରୁ ଆସିଥିବା ଶାରୀରିକ ଶିକ୍ଷା ପ୍ରଶିକ୍ଷକ ଭାଗିରଥି ମଲ୍ଲିକ , ସତ୍ୟ ନାରାୟଣ ରାୟଗୁରୁ , କୈଳାଶ ଚନ୍ଦ୍ର ପ୍ରଧାନ ଓ ଜ୍ୟୋତି ପ୍ରସାଦ ପରିଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵଧ୍ୟାନରେ ୧୧୨ ଜଣ ରାଜ୍ୟ ଅଫିସିଆଲ ପରିଚାଳନା ଓ ସହଯୋଗ କରିଥିଲେ ।

    ଏହି ରାଜ୍ୟ ସ୍ତରୀୟ ଭଲିବଲ  ପ୍ରତିଯୋଗିତାରେ ରାଜ୍ୟର ୨୮ ଗୋଟି ଜିଲ୍ଲାର ୫୧୦ ଜଣ ବାଳକ ଓ ବାଳିକା ଏବଂ ୬୨ ଜଣ ମ୍ୟାନେଜର କୋଚ ଅଂଶଗ୍ରହଣ କରିଥିଲେ।

   ଏହି ରାଜ୍ୟ ସ୍ତରୀୟ ଭଲିବଲ ପ୍ରତିଯୋଗିତାର ମନୋନୀତ ୧୪ ବର୍ଷ ବୟସ ବିଭାଗ-ବାଳକ ଦଳ ଆନ୍ଧ୍ରର ନେଲୋର ଠାରେ ଡିସେମ୍ବର ୩ ୟ ସପ୍ତାହରେ , ୧୭ ବର୍ଷ ବୟସ ବାଳକ ବିଭାଗ ଜାମ୍ମୁ ଠାରେ ନଭେମ୍ବର-୪ ର୍ଥ ସପ୍ତାହରେ ଏବଂ ୧୭ ବର୍ଷ ବୟସ ବାଳିକା ବିଭାଗ ମହାରାଷ୍ଟ୍ରର ସିରିଡି ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ  ଅଂଶଗ୍ରହଣ କରିବେ ।

    ଏହି ଅବସରରେ ଆୟୋଜିତ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ , ସଭାପତିତ୍ବ କରି ଲଗାଣ ବର୍ଷାର ବାଧକ ଅସୁବିଧା ସତ୍ତ୍ୱେ ୪ ଦିନର ମ୍ୟାଚକୁ ୨ ଦିନରେ ଅତି ସହଜ ଓ ସୁରୁଖୁରୁରେ  ଶାନ୍ତି-ଶୃଙ୍ଖଳାର ସହ ଅତ୍ୟନ୍ତ ସଫଳତା ମଧ୍ୟରେ ଅନୁଷ୍ଠିତ ହୋଇପାରିଛି । ଏହା କେବଳ ସମସ୍ତ କମିଟି ଓ ରାଜ୍ୟ  ଅଫିସିଆଲ ସହିତ ଜିଲ୍ଲା ପ୍ରଶାସନର ସମନ୍ୱୟ ରକ୍ଷା ଯୋଗୁଁ ସମ୍ଭବ ହୋଇପାରିଛି କହି ଭୁୟସୀ ପ୍ରଶଂସା କରିଥିଲେ ।

   ଜିଲ୍ଲାପାଳ ଅନୁପମ ଶାହା ମୁଖ୍ୟ ଅତିଥି ଭାବେ ଯୋଗଦେଇ   ପାଠ ଭଳି  କ୍ରୀଡ଼ା ମଧ୍ୟ  ଜଣକର ଭବିଷ୍ୟତ  ସୃଷ୍ଟି କରିଥାଏ । ଯେ, କୌଣସି ଖେଳ ପ୍ରତି ନିଷ୍ଠା ଓ ଶାନ୍ତି-ଶୃଙ୍ଖଳିତ ଭାବେ ନିୟମିତ ଅଭ୍ୟାସ କଲେ  ସ୍ବାସ୍ଥ୍ୟ ସୁସ୍ଥ ରହିବା ସହ ଭବିଷ୍ୟତରେ ଜଣେ ପ୍ରତିଷ୍ଠିତ ଖେଳାଳୀ  ହୋଇ ପାରିବେ ବୋଲି କହିଥିଲେ । 

  ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସ୍ୱଧା ଦେବ ସିଂ ,  ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା , ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା , ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଶେଷଦେବ ମିଶ୍ର , ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ , ବାଘଶାଳା-ମଠର ମହନ୍ତ ମହାରାଜ ରାଧା ଚାରଣ ଦାସଜୀ , ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ ,ଷ୍ଟେଟ-ବ୍ୟାଙ୍କ  ମୁଖ୍ୟ ଶାଖା ପରିଚାଳକ ବିଷ୍ଣୁ କୁମାର ସାହାଣୀ , ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତା ସଫଳତାର ବିଭିନ୍ନ କ୍ଷେତ୍ରରେ ଭିନ୍ନ ଭିନ୍ନ ଭାବେ ଗୁଣ ଗାନ କରିଥିଲେ । 

  ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶାରୀରିକ ଶିକ୍ଷା ବିଭାଗ ସହ-ନିର୍ଦ୍ଦେଶିକା  ଲକ୍ଷ୍ମୀ ପ୍ରିୟା ଦେଇ ସମସ୍ତ କାର୍ଯ୍ୟକ୍ରମର ବିବରଣୀ ପାଠ କରି ବିଭିନ୍ନ ସୂଚନା ପ୍ରଦାନ କରିଥିଲେ ।  ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୃଷକେତୁ ଦାସ ଯୋଗଦେଇ  ସ୍ୱାଗତ ଭାଷଣ ଦେବା ସହ ସଭା କାର୍ଯ୍ୟକ୍ରମରେ  ସଂଯୋଜନା କରିଥିଲେ । 

  ସମସ୍ତ କାର୍ଯ୍ୟକ୍ରମକୁ  ଜିଲ୍ଲା ବିଜ୍ଞାନ  ନିରୀକ୍ଷକ ସାତ୍ମିକ କୁମାର ପଟନାୟକ , ପ୍ରିୟଦର୍ଶି ମିଶ୍ର ,  ଲକ୍ଷ୍ମଣ କୁମାର ପାଇକ , ସନ୍ତୋଷ କୁମାର ପଣ୍ଡା ,  ବୈକୁଣ୍ଠ ମନ୍ମଥ ,  ମିନକ୍ଷୀ ପାଢ଼ୀ , ଏସ.ଲକ୍ଷ୍ମଣ ରାଓ , ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

 

0
0
0
s2sdefault