ହେଡଲାଇନସ୍:

ଉନ୍ନୟନ କମିଶନର ଗଲେ ଲମ୍ବା ଛୁଟିରେ !!!!!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର(ଗିରିଜା ଦାଶ) ଓଡିଶା ସରକାରଙ୍କ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କରୁଥିବା ୧୯୮୪ ବ୍ୟାଚର  ଆଇଏଏସ ଅଫିସର ଆର . ବାଲକ୍ରିଷ୍ଣନ ଅସୁସ୍ଥତା କାରଣରୁ ଲମ୍ବା ଛୁଟିରେ ଯାଇଥିବା ଜଣାପଡିଛି | କିଛିଦିନ ତଳେ ଶ୍ରୀ ବାଲକ୍ରିଷ୍ଣନ ଅସୁସ୍ଥତା ଅନୁଭବ କରିବାରୁ ଜାନୁୟାରୀ ମାସରେ ଚିକିତ୍ସା ପାଇଁ ଚେନ୍ନାଇ ଯାଇଥିଲେ | ଓଡିଶା ଫେରି କାର୍ଯ୍ୟରେ ଯୋଗଦେବା ମାତ୍ର କିଛି ଦିନ ପରେ ପୁଣି ଅସ୍ୱାଭାବିକତା ଅନୁଭବ କରିଥିଲେ | ଏବେ ପୁଣି ସେ ଅଧିକ ଚିକିତ୍ସା ପାଇ ଲମ୍ବା ଛୁଟିରେ ଯିବା ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ |  ୮୪ ବ୍ୟାଚର ଏହି ଅଫିସର ଓଡିଶା ଓ ଭାରତ ସରକାରଙ୍କ ଅଧୀନରେ ବହୁ ଗୁରୁତ୍ୱପୂର୍ଣ ପଦପଦବୀରେ କାର୍ଯ୍ୟ କରିଛନ୍ତି | ନିର୍ବାଚନ ପରିଚାଳନା ଓ ବିପର୍ଯୟ ପରିଚାଳନାରେ ତାଙ୍କର ଅଭିଜ୍ଞତା ତଥା ବିଶେଷ ଜ୍ଞାନ ପାଇଁ ସେ ବେଶ ଜଣାଶୁଣା |  ନିର୍ଵାଚନ ଆୟୋଗରେ ସେ ଉପନିର୍ବାଚନ କମିଶନର ଭାବେ ଦୁଇ ଥର ସଫଳତାର ସହ ଦାଇତ୍ୱ ନିର୍ବାହ କରିଛନ୍ତି | ଇଣ୍ଡୋଲୋଜିର ଜଣେ ଗବେଷକ ଭାବେ ତଥା ଓଡିଶାର କଳା ସଂସ୍କୃତି ସର୍ବୋପରି ସିନ୍ଧୁ ସଭ୍ୟତା ସମ୍ପର୍କିତ ଅନେକ ସନ୍ଦର୍ଭ ଜାତୀୟ ତଥା ଆନ୍ତର୍ଜାତୀୟ ଜର୍ଣ୍ଣାଲରେ ପ୍ରକାଶ ପାଇଛି | ୨୦୧୪  ଡିସେମ୍ବରରୁ ଉନ୍ନୟନ କମିଶନର ଭାବେ କାର୍ଯ୍ୟରତ ଶ୍ରୀ ବାଲକ୍ରିଷ୍ଣନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ବି କାର୍ଯ୍ୟ କରିଛନ୍ତି |

ଛୁଟିରେ ଯିବା ପାଇଁ ତାଙ୍କୁ ଅନୁମତି ମିଳିଥିବା ବେଳେ ଶ୍ରୀ ବାଲକ୍ରିଷ୍ଣନ ଲମ୍ବା ଛୁଟିରୁ ଫେରିବା ପର୍ଯ୍ୟନ୍ତ ଉନ୍ନୟନ  କମିଶନର ପଦବୀ କାହାକୁ ଦିଆଯିବ | ବର୍ତ୍ତମାନ ପରିସ୍ଥିତିରେ ହଠାତ କାହାକୁ ନଦେଇ ମୁଖ୍ୟ ଶାସନ ସଚିବ ନିଜ ହାତରେ ଏହାକୁ ରଖି ପାରନ୍ତି | ହେଲେ ଏହି ପଦବୀ ର ଗୁରୁତ୍ୱ ତଥା ସରକାରଙ୍କ ଏହି ପାଳିର ଶେଷ ବର୍ଷ ହୋଇଥିବା ଯୋଗୁ ଖୁବଶୀଘ୍ର କାହାକୁ ଜଣକୁ ଉନ୍ନୟନ କମିଶନର ପଦବୀରେ ଅବସ୍ଥାପିତ କରାଯାଇପାରେ | ହେଲେ  ୮୪ ବ୍ୟାଚର ଆଇଏଏସ ଅଫିସର ଡ଼ ଅରୁଣ କୁମାର ପଣ୍ଡା, ଅଶୋକ ଦଲୱାଇ କେନ୍ଦ୍ରୀୟ ଡେପୁଟେସନ ରେ ଥିବା ବେଳେ ସୁନୀଲ ଭର୍ଗବ ଦିଲ୍ଲୀ ରେ ଚିଫ ରେସିଡେଣ୍ଟ କମିଶନର ଅଛନ୍ତି ତେଣୁ ୮୫ ଅବା ୮୬ ବ୍ୟାଚର କାହାକୁ ଜଣକୁ ଦିଆଯାଇପାରେ | 

୧୯୮୫ ବ୍ୟାଚର ସଂଗ୍ରାମ ମିଶ୍ର(ଓଡିଶା ପନୟଗାର ନିଗମ,ସିଏମଡି), ବିପିନ ସାକ୍ସେନା (ରାଜସ୍ବ ପାର୍ଷଦ ସଭ୍ୟ) ସଚିବାଳୟ ବାହାରେ ଥିବାବେଳେ  ଉପେନ୍ଦ୍ର ପ୍ରସାଦ ସିଂହ, ସୁରେନ୍ଦ୍ର ନାଥ ତ୍ରିପାଠୀ ରାଜ୍ୟ ବାହାରେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି | ସେହି ବ୍ୟାଚର ଗଗନ କୁମାର ଧଳ ବର୍ତ୍ତମାନ କୃଷି ଉତ୍ପାଦନ କମିଶନର ଥିବା ବେଳେ ତାଙ୍କୁ ଡିଷ୍ଟ୍ୟୁର୍ଵ ନକରି ସେହି ଗୁରରୁତ୍ୱପୁର୍ଣ ପଦବୀରେ ରହିବାକୁ ଚାହିଁବେ ସାରକତ |  ତେବେ ଏହି କାରଣରୁ ଊନନୟନ କମିଶନର ପଦବୀ ପାଇଁ ପାଳି ପଡିପାରେ ୧୯୮୬ ବ୍ୟାଚର | 

୧୯୮୬ ବ୍ୟାଚର  ଅସିତ ତ୍ରିପାଠୀ ସ୍ବରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅଛନ୍ତି | ସେହିପରି ଏଲ ଏନ ଗୁପ୍ତ ଅଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ଦାଇତ୍ୱରେ ! ସେହି ବ୍ୟାଚର ସୁରେଶ ମହାପାତ୍ର ଏବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜଙ୍ଗଲ ଓ ପରିବେଶ ବିଭାଗ ଦାଇତ୍ୱରେ | ସେହି ବ୍ୟାଚର ସୁଦର୍ଶନ ପାଲ ଠାକୁର କେବିକେ ପ୍ରଶାସକଭାବେ ସଚିବାଳୟ ବାହାରେ  ଥିବା ବେଳେ ଜି ଭି ଭି ଶର୍ମା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଚ୍ଚଶିକ୍ଷା ବିଭାଗ ଦାଇତ୍ୱରେ ଅଛନ୍ତି |  ସମସ୍ତେ ଦକ୍ଷ ଅଫିସର ହୋଇଥଲେ ବି  ପ୍ରଶାସନିକ ଓ ରାଜନୈତିକ ଗଣିତ ବିଚାରକୁ ନେଇ ଆପାତତଃ ଉନ୍ନୟନ କମିଶନର ପଦବୀ ପାଇଁ ଯଦି ନା କାହାର  ନାମ ଯଦି ଶୁଣାଯାଉଛି ତେବେ ସେମାନେ ହେଉଛନ୍ତି ଅସିତ ତ୍ରିପାଠୀ ଅବା ସୁରେଶ ମହାପାତ୍ର |  ହେଲେ ନିର୍ବାଚନ ବର୍ଷ ହୋଇଥିବା ଯୋଗୁ ଯଦି ଅସିତ ବାବୁଙ୍କ ଭଳି ବ୍ୟକ୍ତିଙ୍କୁ ଡିଷ୍ଟର୍ବ ନକରିବାକୁ ଚାହିଁବେ ତେବେ ସୁରେଶ ମହାପାତ୍ର ହୋଇ ପାରନ୍ତି ଉନ୍ନୟନ କମିଶନର | ନ ଯଦି ବରିଷ୍ଠତା ଆଧାରରେ ଅସିତ ବାବୁଙ୍କୁ ଉନ୍ନୟନ କମିଶନର କରାଯାଏ ତେବେ ସୁରେଶ ମହାପାତ୍ରଙ୍କୁ ସ୍ବରାଷ୍ଟ୍ର ଵିଭାଗରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇପାରେ, କାରଣ ଉନ୍ନୟନ କମିଶନର ଓ ଘରୋଇ ବିଭାଗ ରା଼କ୍ୟ ସରକାରଙ୍କ ଦୁଇଟି ଗୁରୁତ୍ୱପୂର୍ଣ ପଦବୀ |  

0
0
0
s2sdefault