ହେଡଲାଇନସ୍:

ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ଯୁବକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

(ଆଠମଲ୍ଲିକ /ସନ୍ତୋଷ ମେହେର ):  ଜନ୍ମଦିନ ସମସ୍ତେ ପାଳନ୍ତି | ପିଠାପଣା, କେକ କଟା ସେଲିବ୍ରେନ ଆଉ କେହି କେହି ଅନାଥାଶ୍ରମ ବା ଵୃଦ୍ଧାଶ୍ରମ ହାଇ ପାଳନ୍ତି ଜନ୍ମଦିନ | ଆଉ କେହି କେହି ନିଜର ବା ନିଜ ସମ୍ପର୍କୀୟଙ୍କ ଜନ୍ମ ଦିନରେ ନିଜେ ରକ୍ତ ଦେଇ ଥାନ୍ତି | ହେଲେ ନିଜ  ଜନ୍ମଦିବସ ଅବସରେ ରକ୍ତଦାନ ଶିବିର ଆୟୋଜନ  କରି  ନିଜ ଜନ୍ମଦିନକୁ ପାଳିଛନ୍ତି ଆଠମଲ୍ଲିକ ବ୍ଲକ ଲୁହାସିଙ୍ଗା ଗ୍ରାମର ପ୍ରଶାନ୍ତ କୁମାର ବାଘ I ପ୍ରଶାନ୍ତ ବଜରଙ୍ଗୀ ଆସୋସିଏସନର ପରାମର୍ଶ ଦାତା ଭାବରେ କାର୍ଯ୍ୟ କରନ୍ତି I ବିଭିନ୍ନ ସମୟରେ ସେ ଅସହାୟ,ଗରିବଙ୍କୁ ରକ୍ତଦାନ କରିବା ସହିତ ସାଙ୍ଗସାଥିମାନଙ୍କୁ ରକ୍ତଦାନ କରିବା ପାଇଁ ପ୍ରେରଣା ଦିଅନ୍ତି I ଏଇ ନିକଟରେ   ନିଜ ଜନ୍ମଦିନ ଅବସରରେ ସେ ଭୁବନେଶ୍ୱର V.S.S ନଗରଠାରେ ବଜରଙ୍ଗୀ ଆସୋସିଏସନ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ କରିଥିଲେ I ଆଓ ତାଙ୍କ ସାଙ୍ଗମାନଙ୍କୁ ମଧ୍ୟ ପ୍ରେରିତ କରିଥିଲେ ରକ୍ତଦାନ କରିଥିଲେ | ଏହି ଅବସରରେ  ପ୍ରଶାନ୍ତ ନିଜେ ରକ୍ତଦାନ କରିବା ସହିତ ତାହାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଆସୁଥିବା ବନ୍ଧୁବାନ୍ଧବ ମାନେ ରକ୍ତଦାନ କରିଥିଲେ I ଏଥିରେ ମୋଟ 25ୟୁନିଟ ରକ୍ତ ରକ୍ତଭଣ୍ଡାରକୁ ପ୍ରଦାନ କରାଯାଇଥିଲା I

ଏହି ଅବସରରେ ପ୍ରଶାନ୍ତ କୁହନ୍ତି "ମୋର ଜନ୍ମଦିନରେ ଯଦି ରକ୍ତଦାନକରି ଅନ୍ୟଜଣଙ୍କର ଜୀବନ ବଞ୍ଚାଇହେଲା ତେବେ ମୋର ଜନ୍ମଦିବସ ପାଳନର ସଦୁପଯୋଗ ହୋଇପାରିବ | ଯଦି ଆମ ଜୀବନରେ ଆମେ କୌଣସି ଲୋକର କାମରେ ଆସିପାରିଲେ, ବା ଜୀବନ ରକ୍ଷା କରିପାରିଲେ ବା ଅସହାୟଙ୍କୁ ସାହାଯ୍ୟ କରିପାରିଲେ, ତେବେ ଆମ ଜନ୍ମର ସାର୍ଥକତା ରହିବ"

ପ୍ରଶାନ୍ତଙ୍କର ଏହି ମହତ କାର୍ଯ୍ୟକୁ ବିଭିନ୍ନ ବୁଦ୍ଧିଜୀବି ମହଲରେ ପ୍ରଶଂସା ମିଳୁଛି I ବର୍ତ୍ତମାନର  ସମାଜରେ ଏହି ଭଳି ମହତ କାର୍ଯ୍ୟ ଆଜିର ଯୁବପିଢ଼ିଙ୍କୁ ଏକ ନୂତନ ପ୍ରେରଣା ଦେଇଛି  I

0
0
0
s2sdefault