ହେଡଲାଇନସ୍:

ବିଜେଡି ପାର୍ଟ ଅଫିସ ପୋଡ଼ିବା ପରେ...

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ସାମ୍ବାଦିକ ସଂଘରେ ଧସେଇ ପଶିଲେ ମନ୍ତ୍ରୀପୁଅ!


କେନ୍ଦୁଝର: “ସାମ୍ବାଦିକ ସଂଘରେ ଧସେଇ ପଶିଲେ ମନ୍ତ୍ରୀ ପୁଅ, ଧାନ ଓ ଅଗାଡ଼ି ହେଲେ ଅଲଗା” । ଏଭଳି ଏକ ଫେସବୁକ ଷ୍ଟାଟସ କେନ୍ଦୁଝର ଜିଲାରେ ଭାଇରାଲ ହୋଇ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ପୁରା ପ୍ରସଙ୍ଗକୁ ବୁଝିବା ପୂର୍ବରୁ ଏହା ସ୍ପଷ୍ଟ ଯେ, ସମ୍ବାଦିକ ବେଶରେ ମନ୍ତ୍ରୀ ପୁଅ ସାମ୍ବାଦିକ ସଂଘରେ ପଶିବା ପରେ ସଂଘ କୁଆେ ଡ଼ ଫାଟି ଦୁଇଫାଳ ହୋଇଯାଇଛି । ସାମ୍ବାଦିକ ବୋଲାଉଥିବା କେତେକ ଠିକାଦାର ଏବେ କେବଳ ମନ୍ତ୍ରୀପୁଅଙ୍କ ସଂଘରେ ଥିବା ବେଳେ ସେଠାରୁ ନିଜକୁ ଦୁରେଇ ରଖିବାକୁ ଉଚିତ ମନେ କରିଛନ୍ତି ସାମ୍ବାଦିକତା ବୃତିରେ ସକ୍ରିୟ ଥିବା ସାମ୍ବାଦିକ ମାନେ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ଗଣମାଧ୍ୟମର ପ୍ରତିନିଧିତ୍ୱ କରୁଥିବା ସାମ୍ବାଦିକ ବୃତ୍ତିର ସମାଜରେ ଯଥେଷ୍ଟ ମୂଲ୍ୟବୋଧ ରହିଛି । ମାତ୍ର ବର୍ତମାନର ସମାଜରେ ଏହି ମୂଲ୍ୟବୋଧ ଧିରେଧିରେ ହ୍ରାସ ପାଉଥିବା ପରିଲକ୍ଷିତ ହେଉଛି । ଏହାର ମୁଖ୍ୟ କାରଣ ହେଉଛି ଏହି ବୃତିକୁ ନିଜ ସ୍ୱାର୍ଥ ପାଇଁ ରଜନେତା ମାନେ ଏହାକୁ କରାୟତ କରୁଛନ୍ତି । ଗଣମାଧ୍ୟମକୁ ପ୍ରତିନିଧିତ୍ୱ କରୁଥିବା ଜଣେ ସାମ୍ବାଦିକର ମୁଖ୍ୟ ଧର୍ମ ହେଉଛି କି, ସେ ଜନସାଧାରଣ୮୍କ ସନେ୍ଦହରୁ ଉଦ୍ଧ୍ୱର୍ରେ ରହିବା ଉଚିତ । ମାତ୍ର ସମ୍ପ୍ରତି ପରିସ୍ଥିତିରେ ସାମ୍ବାଦିକତାକୁ ନେତା ମନ୍ତ୍ରୀ ମାନେ ଚରିତାର୍ଥତା କରିବାକୁ ପଛାଉ ନାହାନ୍ତି । ଏଭଳି ଏକ ବଳିଷ୍ଠ  ଉଦାହରଣ କେନ୍ଦୁଝର ଜିଲାରେ ଦେଖିବାକୁ ମିଳିଛି । ଶାସକ ବିଜେଡିର ଟାଣୁଆ ନେତା ତଥା ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବପ୍ରିୟ ପାତ୍ରଙ୍କ ସାମ୍ବାଦିକତା ବୃତିକୁ ନେଇ ଏବେ ଚା ଦୋକାନ ଠାରୁ ଆରମ୍ଭ କରି ରାସ୍ତାଘାଟରେ ଚର୍ଚ୍ଚା  । ଏପରିକି କିଛି ଦିନ ତଳେ ଦେବପ୍ରିୟଙ୍କ ସୌଖୁନୀ ମୋଟର ସାଇକେଲ କିଣିବା ଘଟଣା ବିଭିନ୍ନ ମହଲରେ ଯେତିକି ଚର୍ଚ୍ଚାର ଖୋରାକ ଯୋଗାଇ ଥିଲା ତାଙ୍କର ସାମ୍ବାଦିକତା ପ୍ରସଙ୍ଗ ଏବେ ସମଗ୍ର ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଦବେପ୍ରିୟ ଜଣେ ସାମ୍ବାଦିକ ବୋଲି ଜିଲା କଣ ତାଙ୍କ ଆନନ୍ଦପୁର ଅଂଚଳରେ ମଧ୍ୟ ବୋଧ ହୁଏ କେହି ଶୁଣି ନଥିଲେ । କିନ୍ତୁ ସେ ଜଣେ ସାମ୍ବାଦିକ ଓ ଆନନ୍ଦପୁର ପ୍ରେସ କ୍ଲବରେ ଧସେଇ ପଶିଥିବା ନେଇ ଚର୍ଚ୍ଚା ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଚା ଦୋକାନ ପର୍ଯ୍ୟନ୍ତ ଚାଲିଛି । ସେ ଜଣେ ସାମ୍ବାଦିକ ବୋଲି ସେତେବେଳେ ଜଣାପଡ଼ିଲା ଯେତେବେଳେ ଦେବପ୍ରିୟଙ୍କର ଶାଳପଡ଼ାସ୍ଥିତ ତଥାକଥିତ ବିଜେଡି ପାର୍ଟି ଅଫିସରେ ନିଆଁ ଲାଗିଥିଲା । ପାର୍ଟି ଅଫିସରେ ନିଆଁ ଲାଗିବା ଘଟଣାକୁ ଭିନ୍ନ ମୋ ଡ଼ ଦେବାକୁ କୁଆଡେ଼ ମନ୍ତ୍ରୀଙ୍କ ପୁଅକୁ ସାମ୍ବାଦିକ ବେଶରେ ସଜାଇବା ଅଭିଯାନ ଆରମ୍ଭ ହୋଇଥିଲା । ଆନନ୍ଦପୁରରେ ପ୍ରାୟ ୪୦ରୁ ଅଧିକ ସାମ୍ବାଦିକ କାର୍ଯ୍ୟରତ ଥିବା ବେଳେ ୪-୫ଜଣ ସାମ୍ବାଦିକ ମନ୍ତ୍ରୀପୁଅଙ୍କ ରାଜନୈତିକ କାର୍ଯ୍ୟାଳୟ କୁ କୁଆଡେ଼ ଏକ ଖବର କାଗଜ ଅଫିସ ବୋଲି ପ୍ରଚାର କରିଥିଲେ । କଥା ଏତିକି ନୁହଁ, ସେହି ସାମ୍ବାଦିକ ମାନେ ମଧ୍ୟ ଏନେଇ ଉପଜିଲାପାଳଙ୍କୁ ଏକ ଦରଦ ଭରା ଦାବିପତ୍ର ଦେଇ ଦୋଷୀଙ୍କ ବିରୋଧରେ କାର୍ଯାନୁଷ୍ଠାନ  ପାଇଁ ଦାବି କଲେ । ଯଦିଓ ସେହି ହାତଗଣତି ସାମ୍ବାଦିକ ମାନଙ୍କ ମଧ୍ୟରେ କେହି ବିଶିଷ୍ଟ କିମ୍ବା ସକ୍ରିୟ ସାମ୍ବାଦିକତା କରୁଥିବା ସାମ୍ବାଦିକ ନଥିଲେ । କିନ୍ତୁ ଏସମ୍ପର୍କରେ ସୋସିଆଲ ମିଡିଆରେ ପ୍ରଚାର ହେବା ପରେ ତା ପର ଠାରୁ ମନ୍ତ୍ରୀପୁଅଙ୍କ ସାମ୍ବାଦିକତା ଓ ତାଙ୍କର କିଛି ବୋଲକରା ସାମ୍ବାଦିକଙ୍କ ଆଚରଣକୁ ନେଇ ଲୋକେ ବାଟଘାଟରେ ଥଟ୍ଟା ପରିହାସ କରିବା ଆରମ୍ଭ କଲେ । ସମଗ୍ର ଜିଲାରେ ଏବେ ମନ୍ତ୍ରୀ ବଦ୍ରିପାତ୍ର ଓ ସନାତନ ମହାକୁଡ଼ଙ୍କ ଅଘୋଷିତ ଯୁଦ୍ଧ କାହାରିକୁ ଅଛପା ନାହିଁ । ଗତକିଛି ଦିନ ହେବ ପରିବର୍ତିତ ରାଜନୈତିକ ବାତାବରଣରେ ଠେକିଏ ପାଣି ପିଇଥିବା ମନ୍ତ୍ରୀ କୁଆଡେ଼ ନିଜ ସୁରକ୍ଷା ପାଇଁ ପୁଅକୁ ସାମ୍ବାଦିକ ସଂଘକୁ ଠେଲି ଦେଇଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି ।

0
0
0
s2sdefault