ହେଡଲାଇନସ୍:

ଓଡ଼ିଶାର ଜଗନ୍ନାଥଙ୍କ ମହିମା, କଳା ସଂସ୍କୃତିର କରିସ୍ମା, ବିଜୁ ବାବୁଙ୍କ ଗରିମା ଭାଷାରେ ବର୍ଣ୍ଣନା କରିବା ସହଜ କଥା ନୁହେଁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


"ମୁମ୍ବାଇରୟଶଓ୍ୱ"ରାଓ ଚୌହାନ ସେଣ୍ଟରେ "ଦ ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ' ପୁସ୍ତକର ଉପସ୍ଥାପନା ସମାରୋହ
ଓଡ଼ିଆମାନେ ଯେଉଁଠି ଥାଆ"ୁ ଓଡ଼ିଶା ପାଇଁ ସୁନାମ ଆଣନ୍ତୁ : ନବୀନ
"ବିଜୁ ବାବୁଥିଲେ  ଓଡ଼ିଶାର ପରିଚୟ: ଅରୁପ
"ଆମମାନଙ୍କ ପାଇଁ ବିଜୁ ବାବୁ ଥିଲେ ହିରୋ: ଡାଚ୍ଛର ରମାକା" ପଣ୍ଡା
"କଳାକୁ ଭଲ ପାଉଥି ଲେ ବିଜୁ ବାବୁ: ହରିପ୍ରସାଦ ଚୌରାସିଆ



ମୁମ୍ବାଇ, ୩ ଫେବ୍ରୁଆରି ୨୦୧୮: ""ବିଜୁ ବାବୁ ଚାହୁଁଥିଲେ ଲେ ଓଡ଼ିଆମାନେ ଯେଉଁଠି ଥାଆନ୍ତୁ  ସେମାନେ ଓଡ଼ିଶା ପାଇଁ ସୁନାମ ଆଣନ୍ତୁ  । ଆଜି ମୁମ୍ବାଇର ଓଡ଼ିଆମାନଙ୍କର ସଫଳତା ଦେଖୀ ମୋତେ ବହୁତ ଖୁସି ଲାଗୁଛି । କଳିଙ୍ଗର ପୂର୍ବ ଗୌରବ ଫେରାଇ ଆଣିବା ଏବଂ ଓଡ଼ିଶାକୁ ଶ୍ରେଷ୍ଠ ଭାବେ ଗଢ଼ି ତୋଳିବା ପାଇଁ ମିଳିତ ଭାବରେ ଉଦ୍ୟମ କରିବା ବିଜୁ ବାବୁଙ୍କ ପାଇଁ ହେବ ଶ୍ରେଷ୍ଠ ଶ୍ରଦ୍ଧାଳି'', ମୁମ୍ବାଇଠାରେ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଡିଜିଟ  କରି ଏହା କହିଛ"ି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଜନନାୟକ ତଥା ରାଷ୍ଟ୍ରନେତା ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ସ୍ୱତନ୍ତ୍ର ପୁସ୍ତକ "ଦ ଟଲ୍ ମ୍ୟାନ୍ ବିଏଠିଓ଼ଉଁ ଏଥିପାଇଁ ମନ୍ତ୍ରାଳୟ ନିକଟସ୍ଥୟଶଓ୍ୱ"ରାଓ ଚୌହାନ ସେଣ୍ଟରରେ ଆୟୋଜିତ ଭବ୍ୟ ସମାରୋହରେ ବହୁ ବିଜୁପ୍ରେମୀ ଓ ପ୍ରବାସୀ ଓଡ଼ିଆଙ୍କ ସମାଗମ ଦେଖୁଇବାକୁ   ମିଳିଥିଲା

ସମାରୋହରେ ଉପସ୍ଥିତ ପ୍ରବାସୀ ଓଡ଼ିଆ, କର୍ପୋରେଟ୍ ବ୍ୟକ୍ତିତ୍ଵ ଏବଂ ବିଭିନ୍ନ କ୍ଷେତ୍ରରୁ ଆସିଥିବା ବିଶିଷ୍ଟ ବ୍ୟଚ୍ଛିଙ୍କୁ ସମ୍ବୋଧିତ କରି ମୁଖ୍ୟମମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ  ବିଜୁ ପଟ୍ଟନାୟକଙ୍କ ଭଳି ଜଣେ ବ୍ୟକ୍ତିଙ୍କୁ କୁ ୧୮୪ ପୃଷ୍ଠାର ବହିରେ ବାନ୍ଧି ରଖିବା  ସମ୍ଭବ ନୁହେଁ । "ଦ ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ' ପୁସ୍ତକ ସମସ୍ତଙ୍କ ପାଇଁ ଏକ ଉପାଦେୟ ତଥା ସଂଗ୍ରହଣୀୟ ପୁସ୍ତକ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଶା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲେଖକ ଓ ପ୍ରକାଶକଙ୍କୁ ଏହି ମହତ ପ୍ରୟାସ ପାଇଁ ଧନ୍ୟବାଦ ଜଣାଇଥିଲେ ।
ଗ୍ଲୋବାଲ୍ ଏଚ୍ଆର୍ ଓ ସିଇଓ, କାର୍ବନ୍ ବ୍ଲାକ୍ ବିଜିନେସ୍, ଆଦିତ୍ୟ ବିର୍ଲା ଗ୍ରୁପ ସଂତୃପ୍ତ  ମିଶ୍ର କହିଛନ୍ତି , ""ଓଡ଼ିଶାର ଜଗନ୍ନାଥଙ୍କ ମହିମା, କଳା ସଂସ୍କୃତିର କରିସ୍ମା, ବିଜୁ ବାବୁଙ୍କ ଗରିମା ଭାଷାରେ ବର୍ଣ୍ଣନା କରିବା ସହଜ କଥା ନୁହେଁ । ବିଜୁ ବାବୁଙ୍କ ବ୍ୟଚ୍ଛିତ୍ୱକୁ ଅତି ସଂକ୍ଷେପରେ ବର୍ଣ୍ଣନା କରିବାକୁ ଯଦି ମୋତେ କୁହାଯାଏ ତେବେ ମୁଁ ୬ଟି ଶ³ରେ ବର୍ଣ୍ଣନା କରିବି । ତାହା ହେଉଛି ସ୍ୱପ୍ନ, ସାହସ, ସଙ୍କଳ୍ପ, ସଂଯୋଗ, ସୃଷ୍ଟି ଓ ସାର୍ଥକ । ଏହି ପ୍ରତିଟି ଶ³ ବିଜୁ ବାବୁଙ୍କ ଜୀବନ ଓ କାଯର୍ୟଧାରାରେ ଆମେ ଦେଖ#ବାକୁ ପାଉ ।''

""ବିଜୁ ବାବୁ ଥ#ଲେ ମୋ ପିତା ଭୁବନାନନ୍ଦ ଦାସଙ୍କ ସହପାଠୀ ଓ ଘନିଷ୍ଠ ବନ୍ଧୁ । ରେଭେନ୍ସା କଲେଜରେ ପଢ଼ìଥ#ବା ବେଳେ ଦୁହେଁ ଫୁଟବଲ୍ ଟିମ୍ର ଯଥାକ୍ରମେ ଅଧିନାୟକ ଓ ଉପ ଅଧିନାୟକ ଥିଲେ । ମୁଁ ରାଜସ୍ଥାନରେ କଲେଜରେ ପଢ଼ିବା ସମୟରେ ଅନେକ ଲୋକ ଓଡ଼ିଶା ବାବଦରେ ଅବଗତ ନଥିଲେ  । ହେଲେ ବିଜୁ ବାବୁ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲେ । ବିଜୁ ବାବୁଙ୍କ ପାଇଁ ଓଡ଼ିଶା ନୂଆ ପରିଚୟ ପାଇଥି ଲା । ବିଜୁ ବାବୁଙ୍କ ପାଇଁ ଓଡ଼ିଶା ବାହାରେ ଓଡ଼ିଶା ନୂଆ ପରିଚୟ ପାଇଥିଲା ଲା'', ଏହା କହିଛନ୍ତୁ  ମୁମ୍ବାଇ ପୋଲିସ୍ କମିଶନର ଅରୂପ ପଟ୍ଟନାୟକ ।
ପ୍ରସିଦ୍ଧ ହୃଦ୍ଶଲ୍ୟ ବିଶେଷଜ୍ଞ ତଥା ଏସିଆନ୍ ହାର୍ଟ ଇନଷ୍ଟିଚୁ୍ୟଟ୍ର ପରିଚାଳନା ନିର୍ଦ୍ଦେଶକ ପଦ୍ମଭୂଷଣ ଡାଚ୍ଛର ରମାକା" ପଣ୍ଡା କହିଛନ୍ତି , ""ବିଜୁ ପଟ୍ଟନାୟକ ଥିଲେ ଆମମାନଙ୍କ ପାଇଁ ହିରୋ । ସ୍କୁଲ ଓ କଲେଜରେ ପାଠ ପଢ଼ୁଥିବା ବେଳେ ସେ ଭବିଷ୍ୟତ ପିଢ଼ି ପାଇଁ ଥିଲେ ଜଣେ ଅନୁକରଣୀୟ ନେତା । ସେ କେବଳ ମୋ ପାଇଁ ନୁହନ୍ତି  କୋଟି କୋଟି ଓଡ଼ିଆଙ୍କ ପାଇଁ ଆଦର୍ଶ ।''
 ପ୍ରଖ୍ୟାତ ବଂଶୀ ବାଦକ ହରିପ୍ରସାଦ ଚୌରାସିଆ କହିଲେ ଯେ, ""କଳିଙ୍ଗ ଟୁ୍ୟବ୍ କମ୍ପାନି ପକ୍ଷରୁ ଆୟୋଜିତ ଏକ ସଭାରେ ବଂଶୀ ବାଦନ କରିବାକୁ ମୋତେ ଆମନ୍ତ୍ରିତ କରାଯାଇଥିଲା । ଏହି ସମୟରେ ବିଜୁ ବାବୁଙ୍କ ସହ ମୋର ପ୍ରଥମ ସାକ୍ଷାତ ହୋଇଥିଲା । କଳା ଓ କଳାକରଙ୍କୁ ବହୁତ ଭଲ ପାଉଥିଲେ ଏବଂ ପ୍ରୋତ୍ସାହିତ କରୁଥିଲେ ବିଜୁ ବାବୁ ।''
""ନେତୃତ୍ୱ ନେବାରେ ପାରଙ୍ଗମ ଥିଲେ ବିଜୁ ପଟ୍ଟନାୟକ । ସେ ଥିଲେ ପ୍ରଚଣ୍ଡ ଦୁଃସାହସୀ । ନିଜ ପାଇଁ ସେ କେବେ କିଛି କରିବାକୁ ଚାହୁଁ ନଥିଲେ ଲେ । ଅନ୍ୟମାନଙ୍କୁ ସବୁବେଳେ ଉତ୍ସାହିତ କରୁଥିଲେ । ବିଜୁ ବାବୁଙ୍କ ଉପରେ ଲେଖାଯାଇଥିବା ପୁସ୍ତକ ଆଗାମୀ ପିଢ଼ିଙ୍କୁ ନୂଆ ଦିଗ ଦେଖାଇବ । ଏହି ମହାନ୍ ଜନନାୟକଙ୍କ କାଯର୍ୟ ପରିସର ଏତେ ବ୍ୟାପକ ଯେ କେବଳ ଗୋଟିଏ ପୁସ୍ତକରେ ଏହା କହିବା ସମ୍ଭବ ନୁହେଁ'', ପୁସ୍ତକର ସମୀକ୍ଷା କରି କହିଛ"ି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ ।
""ବିଜୁ ବାବୁଙ୍କ ସମ୍ପର୍କରେ ପୁସ୍ତକ ରଚନା କରିବା ପୂର୍ବରୁ ମୁଁ ଅନେକ ଲୋକଙ୍କୁ ଭେଟିଥିଲି । ସମସ୍ତେ ବିଜୁ ବାବୁଙ୍କ କାଯର୍ୟଧାରାକୁ ପ୍ରଶଂସା କରିବା ସହ ତାଙ୍କୁ ଉତ୍ତୁଙ୍ଗ ବ୍ୟଚ୍ଛି ଭାବେ ବର୍ଣ୍ଣନା କରିଥିଲେ । ତେଣୁ ଭାରତୀୟ ରାଜନୀତିର ଏହି ଉତ୍ତୁଙ୍ଗ ବ୍ୟଚ୍ଛିଙ୍କ ଉପରେ ଲେଖା ଯାଇଥିବା ପୁସ୍ତକର ନାଁ "ଟଲ୍ ମ୍ୟାନ୍' ରଖୀ ବାକୁ ଚିନ୍ତା କରାଗଲା'', କହିଛନ୍ତି ପୁସ୍ତକର ଲେଖକ ସୁନ୍ଦର ଗଣେଶନ୍ । ସମାରୋହରେ "ଦ ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ' ପୁସ୍ତକ ବିକ୍ରି କରିବା ପାଇଁ ଏକ ସ୍ୱତନ୍ତ୍ର ଷ୍ଟଲ ଖୋଲାଯାଇଥ#ଲା । ଏହି ସ୍ୱତନ୍ତ୍ର ପୁସ୍ତକକୁ ପୁସ୍ତକପ୍ରେମୀମାନେ ଆଗ୍ରହ ସହକାରେ କିଣି ନେଇଥିଲେ ।
୨୭ ତାରିଖରେ ଭୁବନେଶ୍ୱରର ଉତ୍କଳ ମଣ୍ଡପଠାରେ "ଦ ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ' ପୁସ୍ତକ ଲୋକାର୍ପିତ ହୋଇଥ#ଲା । ମୁମ୍ବାଇରେ ଶନିବାର ଏହି ପୁସ୍ତକ ଉପସ୍ଥାପିତ ହେବା ପରେ ଜାତୀୟ ସ୍ତରରେ ଏକ ବିଶେଷ ଦୃଷ୍ଟି ଆକର୍ଷଣ କରିପାରିଛି ।



0
0
0
s2sdefault