ହେଡଲାଇନସ୍:

ବ୍ରାହ୍ମଣୀ ନଦୀର ଜେନାପୁର ବ୍ରିଜ ୪ ପେଂବୃୟାରୀରୁ ୯ ପେଂବୃୟାରୀ ପର୍ଯ୍ୟନ୍ତ ବନ୍ଦ ରହିବ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଯାଜପୁରରୁ ଜୟଶଙ୍କର  :ଚଳିତ ମାସ ୪ ତାରିଖ ଠାରୁ ୯ ତାରିଖ ପର୍ଯ୍ୟନ୍ତ ବ୍ରାହ୍ମଣୀ ନଦୀର ଜେନାପୁର ଠାରେ ଥିବା ବ୍ରିଜ ଊପରେ ଭାରିଯାନ ଚଳାଚଳକୁ ଅସ୍ଥାୟୀ ରୂପେ ବନ୍ଦ ରଖାଯିବ ।  ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କର ଏହି ରାସ୍ତା ମରାମତିର ଆବଶ୍ୟକତା ଥିବାରୁ ଏ ସଂପର୍କରେ କର୍ତ୍ତୃପକ୍ଷ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ   ରଂଜନ କୁମାର ଦାସ ତାଙ୍କ ମାଜିଷ୍ଟେ୍ରଟିଆଲ କ୍ଷମତା ବଳରେ ମୋଟର ଯାନ ନିୟମ ୧୧୫ ଓ ଓଡିଶା ମୋଟର ଯାନ ନିୟମ  ୧୯୯୩ ରୁଲ ୧୭୩ ଅନୁଯାୟୀ ଏହି  ବ୍ରିଜ୍ ଦେଇ ସମସ୍ତ ସାମଗ୍ରୀ ପରିବହନ ଓ ଯାତ୍ରୀ  ପରିବହନ ଯାନ ଗୁଡିକର ଚଳାଚଳ ଊପରେ ପ୍ରତିବନ୍ଧକ ଲଗାଇଚ୍ଥନ୍ତି ।  ପୂର୍ବରୁ କଳିଙ୍ଗ ନଗରର ଅତିରିକ୍ତ ଏସ୍.ପି.  ଙ୍କ  ଅଧ୍ୟକ୍ଷତାରେ ଜାନୁୟାରୀ ୧୮ ତାରିଖରେ ଏ ସଂପର୍କିତ ଏକ ବୈଠକରେ ଊପରୋକ୍ତ ରାସ୍ତାର ମରାମତି ପାଇଁ ନିର୍ଦ୍ଧାରିତ ତାରିଖରେ ଯାନ ଚଳାଚଳ ବନ୍ଦ ରଖିବାକୁ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଥିଲା ।  ସେହି ନିଷ୍ପତ୍ତି ଓ ସୁପାରିଶ ଆଧାରରେ ଜିଲ୍ଲାପାଳ  ଶ୍ରୀ ଦାସ ପେଂବୃୟାରୀ ୪ ତାରିଖ ଠାରୁ ୯ ତାରିଖ ପର୍ଯ୍ୟନ୍ତ ୬ ଦିନ ପାଇଁ ଦିବା ୧୧ ଘଟିକା ଠାରୁ  ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ସାଧାରଣ ଜନତାଙ୍କର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହି ରାସ୍ତାରେ  ଯାନବାହନ ଚଳାଚଳ ବନ୍ଦ ରଖିବାକୁ ନିଦେ୍ର୍ଧଶନାମା ଜାରି କରିଚ୍ଥନ୍ତି ।  ଏଥିରେ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଚ୍ଥି ।  

 

0
0
0
s2sdefault