ହେଡଲାଇନସ୍:

ହାଇଦ୍ରାବାଦ୍ ଏନ୍ଏମ୍ଡିସି କର୍ପୋରେଟ୍ ଅଫିସରେ କେନ୍ଦ୍ରମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅଧିକ ଲୁହାପଥର ଉତ୍ପାଦନ ଉପରେ ପ୍ରାଥମିକତା ଦେଉ ଏନ୍ଏମ୍ଡିସି : ଧର୍ମେନ୍ଦ୍ର ପ୍ରଧାନ

ହାଇଦ୍ରାବାଦ/ଭୁବନେଶ୍ୱର– କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ରାଷ୍ଟ୍ରୀୟ ଖଣିଜ ବିକାଶ ନିଗମ(ଏନ୍ଏମ୍ଡିସି)ର ହାଇଦ୍ରାବାଦ ସ୍ଥିତ କର୍ପୋରେଟ୍ ଅଫିସ ପରିଦର୍ଶନ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କମ୍ପାନୀର ମୁଖ୍ୟ ପରିଚାଳନା ଅଧିକାରୀ, ନିଦେ୍ର୍ଧଶକ ତଥା ଅଧିକାରୀଙ୍କୁ ଭେଟିବା ସହ ଏନ୍ଏମ୍ଡିସି କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ଶ୍ରୀ ପ୍ରଧାନ କହିଥିଲେ ଯେ ଭାରତର ସବୁଠୁ ବଡ ଖଣିଜ କମ୍ପାନୀ ଏନ୍ଏମ୍ଡିସିକୁ ଅଧିକରୁ ଅଧିକ ଲୁହା ପଥର ଉତ୍ପାଦନ  କରିବା ଦିଗରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ଏହା ଦ୍ୱାରା ଇସ୍ପାତ୍ ଉତ୍ପାଦନକାରୀକମ୍ପାନୀଙ୍କୁ କଂଚାମାଲ ଯୋଗାଣରେ ସୁନିଶ୍ଚିତ ହେବା ସହ ବଜାର ମୂଲ୍ୟ ନିୟନ୍ତ୍ରଣରେ ରଖିବାକୁ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଥିଲେ ଯେ ଏନ୍ଏମ୍ଡିସି ଦାୟିତ୍ୱବାନ ହୋଇ ଡିଜିଟାଲ ମାଧ୍ୟମର ଉପଯୋଗ କରି ଖଣିଜ ଉତ୍ପାଦିତ  କରୁଅଛି । କାର୍ଯ୍ୟରତ ପ୍ରକଳ୍ପ ବିଶେଷ ଭାବରେ ଏନ୍ଏମ୍ଡିସି ଆଇରନ୍ ଏବଂ ଷ୍ଟିଲ୍ ପ୍ଲାଂଟ (ଏନଆଇଏସପି) ପ୍ରକଳ୍ପକୁ ନିୟମିତ ଭାବରେ ତଦାରଖ କରିବାକୁ ଶ୍ରୀ ପ୍ରଧାନ ନିଦେ୍ର୍ଧଶ ଦେଇଥିଲେ । ଏହା ଦ୍ୱାରା କମ୍ପାନୀର ପ୍ରାଥମିକତାକୁ ପୂରଣ କରାଯାଇପାରିବ ବୋଲି ଶ୍ରୀ ପ୍ରଧାନ କହିଥିଲେ । ଏହି ପରିଦର୍ଶନ କାଳରେ ଶ୍ରୀ ପ୍ରଧାନ ଏନ୍ଏମ୍ଡିସିର ‘ସ୍ଲରି୍ ପାଇପଲାଇନ ପ୍ରକଳ୍ପ’ର ସମୀକ୍ଷା ମଧ୍ୟ କରିଥିଲେ ।

ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଏହି ଏନ୍ଏମ୍ଡିସି କର୍ପୋରେଟ୍ କାର୍ଯ୍ୟାଳୟକୁ ପ୍ରଥମ ଗସ୍ତ ଥିଲା । ଏନ୍ଏମ୍ଡିସିର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ପ୍ରଧାନଙ୍କ ସହ ଏକ ବୈଠକରେ ଏନଏମଡିସିର କାର୍ଯ୍ୟକାରୀତା ଉପରେ କହିବା ସହ ବିଭିନ୍ନ ପ୍ରକଳ୍ପ ଉପରେ ମଧ୍ୟ ଆଲୋଚନା କରିଥିଲେ ।

0
0
0
s2sdefault