ହେଡଲାଇନସ୍:

 ସ୍ୱଚ୍ଛ ଭାରତ ପଖୱ।ଡା  କାର୍ଯ୍ୟକ୍ରମ: ପିଲାଏ ବାଣ୍ଟିଲେ ସ୍ୱଚ୍ଛତାର ବାର୍ତ୍ତା 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଚଳିତ ମାସର ୧୭ ରୁ ୨୨ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛ ଭାରତ ପଖୱ।ଡା  କାର୍ଯ୍ୟକ୍ରମ ଅବସରରେ  ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଏନସିସି-ନେଭାଲ ୟୁନିଟ ପକ୍ଷରୁ ବିଭିନ୍ନ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

    ଏହି ଅବସରରେ ନେଭାଲ ୟୁନିଟର ୧୦୦ ଜଣ କେଡ଼େଟ ସ୍ୱଚ୍ଛତାର ବିଭିନ୍ନ ଦିଗ ଉପରେ ସଚେତନତା ମୂଳକ ପ୍ଲା-କାର୍ଡ ସବୁ ଧରି ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । 

ଏହି ସଚେତନତା ଶୋଭଯାତ୍ରାକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ବୃଷ କେତୁ ଦାସ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

    ପରେ ନେଭାଲ ୟୁନିଟ କେଡ଼େଟ ମାନେ ଗୁଣ୍ଡିଚା ମନ୍ଦିର ପରିସର ଓ ମୁଖ୍ୟଚିକିତ୍ସାଳୟ ପରିସରରେ ଥିବା ଅଳିଆ ଆବର୍ଜନା ସବୁକୁ ଝାଡୁ ମାରି ସଫେଇ କରିବା ସହ ଅପରିଷ୍କାର ହୋଇଥିବା ସ୍ଥାନ ସଫା କରି  ବ୍ଲିଚିଙ୍ଗ ପାଉଡର ପକାଇଥିଲେ । ମୁଖ୍ୟ ଚିକିତ୍ସାଳୟରେ ସଫେଇ କାର୍ଯ୍ୟକ୍ରମ ବେଳେ ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକ ତଥା ଡିଏମଓ ଡାଃ ରମେଶ ଚନ୍ଦ୍ର ମିଶ୍ର ଏବଂ  ଏଡିଏମଓ. ଡାଃ ସରୋଜ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

     ଏହି ଅବସରରେ ବିଦ୍ୟାଳୟ ସଭାଗୃହ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । 

   ପରେ  ବିଦ୍ୟାଳୟର ଏନସିସି-ନେଭାଲ ୟୁନିଟ ଅଫିସର ହରିହର ଦାସ, ଆୟୋଜିତ ସଭା କାର୍ଯ୍ୟକ୍ରମରେ ସଭାପତିତ୍ବ କରି ସ୍ୱଚ୍ଛତା ପଖୱ।ଡା କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହି ପରିବେଶକୁ ସ୍ୱଚ୍ଛ ରଖି ସୁସ୍ଥ ସମାଜ ଓ ଦେଶ ଗଠନରେ ସହାୟକ ହେବା ଦିଗରେ ଏନସିସି-ନେଭାଲ କେଡ଼େଟ ଭୂମିକା ଓ କର୍ତ୍ତବ୍ୟ ଉପରେ ସଚେତନ କରାଇଥିଲେ ।

   ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବୃଷକେତୁ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛତା ଆହ୍ବାନକୁ ସଫଳ କରିବା ପାଇଁ ଆମେ ସମସ୍ତେ ସଂକଳ୍ପ ବଦ୍ଧ ହୋଇ ସ୍ୱଚ୍ଛତା ଆଡକୁ ମୁଁହାଇ କାର୍ଯ୍ୟ କରିବାକୁ ହେବ ।

 ଆମେ ପରିବେଶ ମଧ୍ୟରେ ବସବାସ କରୁଛେ , ସେହି ପରିବେଶକୁ ପ୍ରତିଦିନ ସଫା-ସୁତୁରା ଓ ପରିଷ୍କାର ପରିଚ୍ଛନ୍ନ ରଖିବା ଆମର ପ୍ରଧାନ କର୍ତ୍ତବ୍ୟ ।

 ତେଣୁ  ପ୍ରତିଦିନ ପାଇଖାନା ବ୍ୟବହାର କରିବା ସହ ପଲିଥିନ ବ୍ୟବହାରକୁ ସମ୍ପୁର୍ଣ୍ଣ ଭାବେ ବର୍ଜନ କରିବା ଉପରେ ଉପସ୍ଥିତ ନେଭାଲ କେଡ଼େଟ ମାନଙ୍କୁ ଆହ୍ବାନ  କରିଥିଲେ ।

   କାର୍ଯ୍ୟକ୍ରମରେ ମଞ୍ଚରେ ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବି.ବୃନ୍ଦାବନ ରାଓ ଏବଂ ରାମନାଥ ପଣ୍ଡା ପ୍ରମୁଖ ଯୋଗ ଦେଇ ନିଜେ ପରିଷ୍କାର ରହି ପରିବେଶ ସଫା-ସୁତୁରା ରଖିଲେ ଆମ ମନ ସଫା ରହିବା ସହ ସ୍ବାସ୍ଥ୍ୟ ସୁସ୍ଥ ରହିବ ବୋଲି କହିଥିଲେ ।

    ଶେଷରେ ମୁଖ୍ୟଅତିଥି ତଥା ପ୍ରଧାନଶିକ୍ଷକ ବୃଶକେତୁ ଦାସ ଉପସ୍ଥିତ ସମସ୍ତଙ୍କୁ ନିଜେ ଓ ପରିବେଶ ସଫା ଓ ସ୍ୱଛ୍ୱ ରଖିବା ଦିଗରେ ସଂକଳ୍ପ ନେବାପାଇଁ ଶପଥ ପାଠ କରାଇଥିଲେ ।

    ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ମହେନ୍ଦ୍ର କୁମାର ବଡ଼ମୁଣ୍ଡି ଓ ଜିକରୀୟ  ରଇତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

 

0
0
0
s2sdefault