ହେଡଲାଇନସ୍:

ଜଳସମ୍ପଦ ବିଭାଗ  ଅତିରିକ୍ତ ସଚିବ  ଅଜ୍ଞାନ ନଚେତ ଦାୟିତ୍ବହୀନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସରକାରଙ୍କ ନଜରରେ ଆଜି ବି କଳିକେଶ ବଲାଙ୍ଗୀର ସାଂସଦ 

ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ଲୋକସଭା ସାଂସଦ କିଏ | କନକ ବର୍ଦ୍ଧନ ସିଂଦେଓ ଙ୍କ ଧର୍ମପତ୍ନୀ ସଂଗୀତା ନା ଅନଙ୍ଗ ନନ୍ଦନ କଳିକେଶ |  ଅବଶ୍ୟ ଗତ ସାଧାରଣରେ ସଂଗୀତା ସିଂଦେଓ ଜିତିଛନ୍ତି, ହେଲେ ରାଜ୍ୟ ସରକାରଂକ ଚିଠିପତ୍ର ଦେଖିଲେ ଜଣ ପଡୁଛି ଯେ ସାଂସଦ ହେଉଛନ୍ତି କଳିକେଶ ସିଂଦେଓ |   

 ୨୦୧୯ ସାଧାରଣ ନିର୍ବାଚନରେ ବଲାଙ୍ଗିର ଲୋକସଭା ଆସନରୁ ବିଜେପି ନେତ୍ରୀ ସଙ୍ଗୀତା ସିଂହଦେଓ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଗତ ୪ମାସ ଧରି ଶ୍ରୀମତୀ ସିଂହଦେଓ ବଲାଙ୍ଗିରର ସାଂସଦ ହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପାଇଁ ଏବେ ବି ବିଜେଡି ନେତା କଳିକେଶ ନାରାୟଣ ସିଂହଦେଓ ବଲାଙ୍ଗିରର ସାଂସଦ ଅଛନ୍ତି । ଏକଥା ଆମେ କହୁନୁ ,  ୨୦୧୯ ସେପ୍ଟେମ୍ବର ୧୯ତାରିଖରେ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ରାଜେନ୍ଦ୍ର କୁମାର ପଟ୍ଟନାୟକ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଲେଖିଥିବା ସରକାରୀ ଚିଠିରେ ବଲାଙ୍ଗିର ସାଂସଦ ଭାବେ କଳିକେଶ ସିଂଦେଓଙ୍କୁ ସମ୍ବୋଧିତ କରାଯାଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା, ଅଗଷ୍ଟ ୩୦ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଭେଟି ଶ୍ରୀ ସିଂହଦେଓ ଯେଉଁ ସମସ୍ୟାର ସମାଧାନ ପାଇଁ ଲିଖିତ ଦାବି ଜଣାଇଥିଲେ ସେହି ଚିଠିକୁ ଆଧାର କରି ହିଁ ଜଳସମ୍ପଦ ବିଭାଗ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିଜର ସବୋର୍ଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛି ।ଅଗଷ୍ଟ ୩୦ ତାରିଖରେ  କଳିକେଶ ଏକ ଲେଟରପ୍ୟାଡରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଲକ୍ଷ୍ମୀଜୋର ନାଳରେ ବନ୍ଧ ଓ ଚେକଡ୍ୟାମ ନିର୍ମାଣରେ ତ୍ରୁଟି ଯୋଗୁ ବଲାଙ୍ଗିରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ଅଭିଯୋଗ କରିଥିଲେ। ଏହି ପ୍ରସଙ୍ଗରେ ସେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିବାବେଳେ ତାଙ୍କ ଅଭିଯୋଗ ଆଧାରରେ ୧୯ ତାରିଖରେ  ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ରାଜେନ୍ଦ୍ର ପଟ୍ଟନାୟକ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଶ୍ରୀ ସିଂହଦେଓଙ୍କୁ ମଧ୍ୟ ଏହି ପଦକ୍ଷେପ ସମ୍ପର୍କରେ ଅବଗତ କରାଯାଇଛି। ତେଣୁ କିଏ ସାଂସଦ, ଏକଥାକୁ ନେଉ ଲୋକ ଦ୍ବନ୍ଦ୍ବରେ | ଆଉ ସେ ଜାଣସମ୍ପଦ ବିଭାଗର ଅଧିକାରୀ ବି କେତେ ଦାୟିତ୍ବହୀନ, ତାହା ସେ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ  ଦେଇଥିବା ଚିଠିରୁ ସ୍ପଷ୍ଟ ପ୍ରମାଣିତ ହୋଇଯାଉଛି |  

 

0
0
0
s2sdefault