ହେଡଲାଇନସ୍:

ବାଜିଲା ବିଜେପୁର ବିଗୁଲ : ୨୧ରେ ଉପ ନିର୍ବାଚନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସେପ୍ଟେମ୍ବର ୨୩ରେ ଜାରି ହେବ ବିଜ୍ଞପ୍ତି  

ନୂଆଦିଲ୍ଲୀ : ଶେଷରେ ବିଜେପୁର ଉପ ନିର୍ବାଚନ ପାଇଁ ବିଗୁଲ ଫୁଙ୍କିଛନ୍ତି ନିର୍ବାଚନ କମିଶନ | ଆସନ୍ତା ଅକ୍ଟୋବର ୨୧ରେ ହେବ ବିଜେପୁର ଉପନିର୍ବାଚନ | ମାନେ ବଳ କଷାକଷି | ଆଉ ବିଜେଡି ବିଜେପି ଶିବିର ଏଥିପାଇଁ କାଫି ତତ୍ପରତା ଦେଖାଇ ସେମାନଙ୍କ ସାଙ୍ଗଠନିକ କାର୍ଯ୍ୟକ୍ରମ ଜାରି ରଖିଥିବା ବେଳେ, ସମର୍ପଣ ମୁଦ୍ରାରେ ରହି ନିଜକୁ ତୃତୀୟ ସ୍ଥାନକୁ ଠେଲି ଦେଇଥିବା  ରାଜ୍ୟ କଂଗ୍ରେସ ପାଇଁ ବିଜେପୁର କେବଳ ଔପଚାରିକତା ହୋଇ ରହିଯାଇଛି | ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାରୁ ବିପୁଳ ଭୋଟରେ ବିଜୟୀ ହେବ ପରେ ହିଞ୍ଜିଳି ଆସନକୁ ରଖି ବିଜେପୁର ଆସନ ଛାଡିବା ପରେ ଏଠାରେ ଉପନିର୍ବାଚନର ଆବଶ୍ୟକତା ପଡିଥିଲା | ଆଜି ନିର୍ବାଚନ କମିଶନ ହରିଆନା ଓ ମହାରାଷ୍ଟ୍ର ବିଧାନ ସଭା ପାଇଁ ନିର୍ବାଚନ ତାରିଖ ଘୋଷଣା କରିବାସହ  ବିଭିନ୍ନ ରାଜ୍ୟରେ ଖାଲି ପଡିଥିବା ୬୪ଟି ଆସନ ମଧ୍ୟରେ ରହିଛି ଓଡ଼ିଶାର ବରଗଡ଼ ଲୋକସଭା ଆସନ ଅନ୍ତର୍ଗତ ବିଜେପୁର ବିଧାନସଭା ଆସନ |  କମିଶନଙ୍କ ଘୋଷଣା ଅନୁଯାୟୀ ସେପ୍ଟେମ୍ବର ୨୩ ତାରିଖରେ ବିଜେପୁର ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ଓ  ସେପ୍ଟେମ୍ବର ୩୦ ତାରିଖ ପ୍ରାର୍ଥିପତ୍ର ଦାଖଲ କରିବାର ଶେଷ ତାରିଖ ରହିବ। ଅକ୍ଟୋବର ୧ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଓ  ୩ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ହେବ। ଅକ୍ଟୋବର ୨୧ରେ ଭୋଟ୍ ଗ୍ରହଣ ହେବ ସହ ୨୪ ତାରିଖରେ ଭୋଟ୍ ଗଣତି ହେବ ବୋଲି ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି ।

0
0
0
s2sdefault