ହେଡଲାଇନସ୍:

ବିଭାଗୀୟ କାର୍ଯ୍ୟ।ବଳୀକୁ ଲୁଚାଛପ। ନ ରଖିବା ସୂଚନା ଅଧିକାର ଆଇନର ଅସଲ ଉଦ୍ଦେଶ୍ୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ଵର : କରଦାତାମାନଙ୍କର ଅର୍ଥରେ ପରିଚାଳିତ ସରକାରରୁ ଅପରାଗତା, ଅବହେଳା ଏବଂ ସ୍ଵଛାଚାରିତା ଦୂର ହୋଇ ପ୍ରଶାସନ ଲୋକାଭିମୁଖୀ ଏବଂ ଜନ ମଙ୍ଗଳକାରୀ ହେବା ପାଇଁ ବାଧ୍ୟ ହେବ ଯଦି ଜନତା ଏବଂ ଜନ ପ୍ରତିନିଧିମାନେ ସୂଚନା ଅଧିକାର ଆଇନକୁ ଠିକ ଭାବେ ବୁଝିବେ । ବାଲିପାଟଣା ଓ ବାଲିଅନ୍ତା ପଞ୍ଚାୟତ ସମିତି କାର୍ଯ୍ୟ।ଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟ।ଳୟ ଭୁବନେଶ୍ଵର ଆନୁକୂଲ୍ୟରେ ଦୁଇଦିନ ଧରି ସୂଚନା ଅଧିକାର ଆଇନ ସମ୍ପର୍କରେ କର୍ମଶାଳା ଅନୁଷ୍ଠିତ ହୋଇସାରିଛି । ସମସ୍ତ ଜନ ପ୍ରତିନିଧି ଓ କର୍ମଚାରୀଙ୍କୁ ହର୍ଷ ପରିଚ୍ଛା ବିଶେଷଜ୍ଞ ଭାବେ ଯୋଗ ଦେଇ ଅନଲାଇନରେ କିଭଳି ବିଭିନ୍ନ ବିଭାଗରୁ ସୂଚନା ମଗାଯାଇ ପାରିବ ସେ ସମ୍ପର୍କରେ ତାଲିମ ଦେଇଥିଲେ । 

ଭୁବନେଶ୍ବର ବିଡ଼ିଓ ଜୟସୂର୍ଯ୍ୟ ରଥ, ବାଲିପାଟଣା ବିଡିଓ ରଶ୍ମିରେଖା ଦାସ , ବାଲିଅନ୍ତା ବିଡିଓ ଆରତୀ ସାହୁ କାର୍ଯ୍ୟକ୍ରମ ପରିଚାଳନା କରି କର୍ମଶାଳା ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଭୁବନେଶ୍ଵର ବରଦା ପ୍ରସନ୍ନ ଦାସ ସୂଚନା ଅଧିକାର ଆଇନ ସମ୍ପର୍କରେ ବହୁ ସଂଖ୍ୟାରେ ଜନସାଧାରଣ ସଚେତନତା ହେଲେ ଏହାର ସଫଳ ରୂପାୟନ ହୋଇପାରିବ ବୋଲି ପ୍ରକାଶ କରିଥିଲେ । 

0
0
0
s2sdefault