ହେଡଲାଇନସ୍:

ଧର୍ମପ୍ରାଣା ସମାଜସେବୀ ବୃଦ୍ଧାଙ୍କ ପରଲୋକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମେଲଛାମୁଣ୍ଡା(ମନୋଜ ଭୋଇ)- ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଝାଙ୍କରପାଲି ଗ୍ରମାରେ ଶୁକ୍ରବାର ସଂଧ୍ୟାରେ ଗ୍ରାମର ଜଏଲ ବରିହାଙ୍କ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଲକୁ ତାଙ୍କୁ ୬୨ବର୍ଷ ହେଉଥିଲା । ସ୍ୱର୍ଗତ  ବରିହା ଅଂଚଳର ଜଣେ ଧର୍ମପରାୟଣା ନାରୀ ଭାବେ ବେଶ ଜଣାଶୁଣା ଥିଲେ । ଗ୍ରାମର ମହିଲା ମାନଙ୍କୁ ସ୍ୱଚ୍ଛ ପରିବେଶ ନିର୍ମାଣ ପାଇଁ ବାରମ୍ବାର ଉପଦେଶ ଦେବା ସହ ସ୍କୁଲ ପିଲାଙ୍କୁ ସଂଧ୍ୟାରେ ଗପ ଶୁଣାଉଥିଲେ । ବାର୍ଦ୍ଧକ୍ୟ ସତ୍ୱେ ନିଜେ ନିଜର ଦୈନନ୍ଦିନି କାର୍ଯ୍ୟ ସୁଚାରୁ ରୁପେ ସମ୍ପାଦନ କରି ପାରୁଥିଲେ । ସେ ବିଗତ ଏକ ମାସ ଧରି ଶଯ୍ୟାଶାୟୀ ଥିଲେ । ତାଙ୍କ ମୃତ୍ୟୁ ବେଳକୁ ତାଙ୍କର ସ୍ୱାମୀ ଜଗବନ୍ଧୁ ସାହୁ, ତିନି ଝିଅ ଓ ଏକ ମାତ୍ର ପୁଅ ବ୍ରଜମୋହନ ଏବଂ ନାତି ନାତୁଣି ଉପସ୍ଥିତ ଥିଲେ । ତାଙ୍କ ଶେଷ ଦର୍ଶନ ପାଇଁ ଗ୍ରାମର ଗୌନ୍ତିଆ ସମେତ ଅନେକ ଗଣ୍ୟମାଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ତାଙ୍କୁ ଏକ ଶୋଭା ଯାତ୍ରାରେ ଗ୍ରାମର ମଶାଣିକୁ ନେଇ ପୁଅ ବ୍ରଜମୋହନ ଦ୍ୱାରା ମୁଖାଗ୍ନୀ ଦିଆଯାଇଥିଲା । ତାଙ୍କର ନିଧନରେ ଗ୍ରାମରେ ଶୋକର ଲହରି ଖେଳିଯାଇଥିଲା । 

 

 

0
0
0
s2sdefault