ହେଡଲାଇନସ୍:

ଜିଲ୍ଲା ଭାଜପାର ସାଙ୍ଗଠନିକ ନିର୍ବାଚନ କର୍ମଶାଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଆଗାମୀ ନିର୍ବାଚନ ସବୁକୁ ଦୃଷ୍ଟି ଆଗରେ ରଖି ଗଜପତି ଜିଲ୍ଲା ଭାଜପା ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା  ଭାଜପା କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ନିର୍ବାଚନ କର୍ମଶାଳା  ଅନୁଷ୍ଠିତ ହୋଇ ଯାଇଛି ।  ଭାଜପା ଜିଲ୍ଲା ସଭାପତି ଡି. ଭେଙ୍କେଟ ରାବଣାଙ୍କ ସଭାପତିତ୍ଵରେ  ଭାଜପା ରାଜ୍ୟ ପ୍ରଭାରୀ ତଥା ଗଜପତି ଜିଲ୍ଲା ପାଇଁ ଦଳୀୟ ପର୍ଯ୍ୟବେକ୍ଷକ ଶ୍ରୀ ଅନନ୍ତ କୁମାର ନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ ।

     ଭାଜପା ଦଳ ମଧ୍ୟରେ ରାଜ୍ୟରେ ନିକଟ ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ ସ୍ତରର ନିର୍ବାଚନ ପ୍ରକ୍ରିୟା  ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ  । ଅନ୍ୟ ପକ୍ଷରେ ଦଳୀୟ ସଦସ୍ୟତା ବୃଦ୍ଧି କରିବା , ପ୍ରତି ଗ୍ରାମ୍ୟ ଓ ବୁଥ୍ ସ୍ତରରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡ଼ିକ ଉପରେ ଲୋକମାନଙ୍କୁ ସଚେତନ କରାଇ ଦଳୀୟ ସାଙ୍ଗଠନିକ ଶକ୍ତିକୁ ମଜଭୁତ କରି ନରେନ୍ଦ୍ର ମୋଦୀ ସରକାରଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଆହ୍ବାନ କରିଥିଲେ ।

   ଭାଜପା ଜିଲ୍ଲା ସଭାପତି  ଜିଲ୍ଲାର ଗଠନ ହୋଇଥିବା ମଣ୍ଡଳ ସ୍ତରୀୟ  ନେତୃବର୍ଗଙ୍କ  ନାମ ତାଲିକା ପାଠ କରି ସେମାନଙ୍କ ଭୂମିକା ଓ କର୍ତ୍ତବ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ । ଭାଜପା ଜିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।

     ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନିତା ରାଣୀ ବେହେରା , ମୋହନାର ପୂର୍ବତନ ବିଧାୟିକା ବାସନ୍ତୀ ମଲ୍ଲିକ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

   ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପି. ଲତା, ଗୋଷାଣୀ ବ୍ଲକ ଅଧ୍ୟକ୍ଷା ଚାପ୍ରା ତାରିକେଶ୍ବରୀ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସିଦ୍ଧେଶ୍ବର ମିଶ୍ର ,  ମହିଳା ମୋର୍ଚ୍ଚା ସଭାନେତ୍ରୀ ଅରୁଣିମା ସାହୁ , କାଶୀନଗର ବ୍ଲକ ଅଧ୍ୟକ୍ଷ ଚିତ୍ରି ସିମାଦ୍ରି ,ପ୍ରଶାନ୍ତ ମଲ୍ଲିକ, ପି.କ୍ରିଷ୍ଣା, ନୃସିଂହ ଚରଣ ପଟ୍ଟନାୟକ, ଚିଟି ବାବୁ, ଅରୁଣ କୁମାର ପଟ୍ଟନାୟକ, ତ୍ରିପତି ନାୟକଙ୍କ ସମେତ ବହୁ ସଂଖ୍ୟାରେ ଜିଲ୍ଲା ଓ ବ୍ଲକ ସ୍ତରର ନେତୃବର୍ଗ ଯୋଗଦେଇ ଥିଲେ ।

 

0
0
0
s2sdefault