ହେଡଲାଇନସ୍:

ରାଜଧାନିଥି ନୂଆଁଖାଇ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ / ଭୁବନେଶ୍ୱର :- ପଶ୍ଚିମ ଓଡ଼ିଶାର ଗଣାପର୍ବ ନୂଆଁଖାଇ । ନୂଆଁଖାଇ ପରେ କେବଳ ପଶ୍ଚିମ ଓଡିଶା ନୁହଁ ଦେଶର  ଓ ବିଦେଶର  ବିଭିନ୍ନ ସ୍ଥାନରେ ରହୁଥିବା ପଶ୍ଚିମ ଓଡିଶା ବାସୀ ଅତି ଆଡମ୍ବରରେ ନୂଆଁଖାଇ ଭେଟ ଘାଟ ର ଆୟୋଜନ କରିଥାନ୍ତି । ନିଜର ମାଁ ମାଟି ପ୍ରତି ପ୍ରେମ ଓ ନିଜର ସଂସ୍କୃତି ଓ ପରମ୍ପରା କୁ ଆଧାର କରି ଅତି ଆନନ୍ଦ ଓ ଉତ୍ସାହ ରେ ଆୟୋଜିତ ହୋଇଥାଏ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ । 

    ଆଜି ରାଜଧାନୀ ଭୁବନେଶ୍ବର ସ୍ଥିତ ରବୀନ୍ଦ୍ର ମଣ୍ଡପରେ ମହାସମାରୋହ ଆୟୋଜିତ ହେଇଯାଇଛି "ରାଜଧାନିଥି ନୂଆଁଖାଇ 2019 "କାର୍ଯ୍ୟକ୍ରମ । ସୁର ଭାଇବ୍ରେସନ ଓ ରୁମ୍କୁଝୁମନା ଦ୍ୱାରା ଆୟୋଜିତ ଏହି କାର୍ଯକ୍ରମରେ , ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ସୁବାସ ଚୌହାନ , ମନ୍ତ୍ରୀ ପଦ୍ମନାଭ ବେହେରା, ଶ୍ରୀମୟୀ ମିଶ୍ର , ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ବିଧାୟକ ଶ୍ରୀଶ୍ରୀକାନ୍ତ ସାହୁ , ରାଜ୍ୟଯୁବ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ବିଜୟ ନାୟକ , ସୁଶୀଲ ଦାସ, ପୂର୍ବତନ ଆୟକର କମିଶନର ଶ୍ରୀ ଶରତ କୁମାର ଦାସ , ଜୟଶ୍ରୀ ଧଳ ଶାଶ୍ୱତ ତ୍ରିପାଠୀ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ । ଏହି ମଞ୍ଚରେ ରୀତା ଶଥପଥୀ , ଦେବାଶିଷ ପଟ୍ଟନାୟକ, ଜଗନ୍ନାଥ ତ୍ରିପାଠୀ , ବିଦୁସ୍ମିତା ଦାସ , ଅନୁରାଧା ଦାସ, ଇଶ୍ୱରୀ ବେହେରା ପ୍ରମୁଖ ଙ୍କୁ ସମ୍ମାନିତ କରାଯାଇଥିଲା । ଏହାପରେ ସମ୍ବଲପୁରୀ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ରବୀନ୍ଦ୍ର ମଣ୍ଡପ ସହିତ ପୁରା ରାଜଧାନୀ ଦୁଲୁକି ଉଠିଥିଲା । ଆଜିର ଏହି ସଫଳ ଆୟୋଜନ ପାଇଁ ଆୟୋଜକ ମାନଙ୍କ ତରଫରୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

0
0
0
s2sdefault