ହେଡଲାଇନସ୍:

ଓଡ଼ିଶା ବନ ଉନ୍ନୟନ ନିଗମର ଉପଦେଷ୍ଟା ଭାବେ ଦାୟିତ୍ୱ ନେଲେ ଦେବାଶିଷ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ): ବନ ଉନ୍ନୟନ ନିଗମର ଉପଦେଷ୍ଟା ଭାବେ ନିଯୁକ୍ତି ପାଇଥିବା ବିଜୁ ଜନତା ଦଳର  ଟାଣୁଆ ଯୁବ ସଂଗଠକ  ଶ୍ରୀ ଦେବାଶିଷ ମଲ୍ଲିକ ଆଜି ଦାୟିତ୍ୱ ଗ୍ରହଣ କରଛନ୍ତି | ନିଗମର ଅଧ୍ୟକ୍ଷ ଡ. ଗଗନ କୁମାର ଧଳ ପୁଷ୍ପଗୁଚ୍ଛ ଦେଇ ଶ୍ରୀ ମଲ୍ଲିକଙ୍କୁ ସ୍ୱାଗତ ଜଣାଇଥିଲୋ ଶ୍ରୀ ମଲ୍ଲିକ ନିଗମର ଅଧିକାରୀ ଓ  କର୍ମଚାରୀମାନଙ୍କ ସହ ନିଗମର କାର୍ଯ୍ୟାବଳୀ ସଂପର୍କରେ ବିଷଦ ଆଲୋଚନା କରିବା ସହ ୫ "ଟି' ସୂତ୍ରରେ ନିଗମକୁ ଅଧିକ କ୍ରିୟାଶୀଳ କରିବା ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲୋ 

ନିଗମ କାର୍ଯ୍ୟାଳୟରେ ଶ୍ରୀ ମଲ୍ଲିକଙ୍କୁ ସାଂସଦ ଅନୁଭବ ମହାନ୍ତି, ମହିଳା କମିଶନର ଅଧ୍ୟକ୍ଷା ମିନତୀ ବେହେରା, ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦର ଅଧ୍ୟକ୍ଷ ସୁବାସ ଚୌହାନ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ଉପଦେଷ୍ଟା ଅନୁଭବ ପଟ୍ଟନାୟକ, ଓଡ଼ିଶା ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀ ପ୍ରମୁଖ ଶୁଭେଚ୍ଛା ଜଣାଇଥିଲୋ

 

0
0
0
s2sdefault