ହେଡଲାଇନସ୍:

ଅସ୍ଥାୟୀ ବନ କର୍ମଚାରୀ ସ୍କ୍ୱାଡ଼ଙ୍କ ଦୁଃଖ ବୁଝିଲେ ମନ୍ତ୍ରୀ ସୁଶାନ୍ତ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଶ୍ରମିକମାନଂକ ସୁଖ ଦୁଃଖର ସାଥି ମନ୍ତ୍ରୀ ସୁଶାନ୍ତ ସିଂ

ଅସ୍ଥାୟୀ ବନ କର୍ମଚାରୀଙ୍କ ପାରିଶ୍ରମିକ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ

      ବରଗଡ /ଭୁବନେଶ୍ୱର :- ଜଙ୍ଗଲ ଏବଂ ପରିବେଶ ବିଭାଗ ଅଧୀନରେ ବର୍ତମାନ 7000ରୁ  ଅଧିକ ପାରା ଗାର୍ଡ ହିସାବରେ ନିୟୋଜିତ ହୋଇ  ଅତ୍ୟନ୍ତ ସ୍ୱଳ୍ପ ଦରମାରେ ଅନେକ ବିପଦପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି |  ଜୀବନକୁ ବାଜି ଲଗେଇ ହାତୀ ଜଗିବା, ଜଙ୍ଗଲରେ ନିଆଁ ଲାଗିଥିଲେ ନିଆଁରୁ ରକ୍ଷା କରିବା ତଥା ଜଙ୍ଗଲରୁ କାଠ ଚୋରୀ ରୋକିବା ଭଳି ବିଭିନ୍ନ ବିପଦପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି |  ସେମାନେ ଦୈନିକ ପାରିଶ୍ରମିକ ମାତ୍ର  280 ଟଙ୍କା | ଏହି କର୍ମଚାରୀମାନଙ୍କ ପ୍ରତିନିଧିମାନେ ଆସି ଭେଟିଲେ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ | ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିବା ସହ ମନ୍ତ୍ରୀଂ ଶ୍ରୀ ସିଂହଙ୍କୁ ସେମାନେ ଲିଖିତ ଆକାରରେ ତାଙ୍କ ସଙ୍ଘର  ଦାବି ବିଷୟରେ ଜଣେଇଥିଲେ | ସେମାନଙ୍କ ସମସ୍ୟା, ଚାଲେଞ୍ଜ ଆଉ ପାରିଶ୍ରମିକ ବିଷୟରେ ଅବଗତ ହେବ ପରେ ମନ୍ତ୍ରୀ ଶ୍ରୀ ସିଂ ସମବେଦନା ଦେଖାଇବା ସହ ସେମାନଙ୍କ ସମସ୍ୟା ନିଶ୍ଚିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ |  ଆଉ ମନ୍ତ୍ରୀ ତାହା ଭୁଲି ନଥିଲେ,  ସେମାନଙ୍କ ସମସ୍ୟା ଦାବି ସମ୍ପର୍କରେ ଉଲ୍ଲେଖ କରି ଏକ ଚିଠି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଶ୍ରୀ ସିଂ |  ଏହି ଚିଠିରେ ଉକ୍ତ କର୍ମଚାରୀ ମାନଙ୍କ ଦରମା ବୃଦ୍ଧି କରିବା ନିମନ୍ତେ ସ୍ପଷ୍ଟ ଭାବେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ମନ୍ତ୍ରୀ ସୁଶାନ୍ତ |  ସେମାନଙ୍କ ଦୁଃଖ ଓ ଅସୁବିଧା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଂଚାଇ ଥିବା ଯୋଗୁ ତଥା ସେମାନଙ୍କ ପ୍ରତି ଉଦାର ମନୋଭାବ ପୋଷଣ କରିଥିବା ଯୋଗୁ  ଶ୍ରମମନ୍ତ୍ରୀଙ୍କୁ  ଅସ୍ଥାୟୀ ବନ କର୍ମଚାରୀ  ସ୍କ୍ୱାଡ଼ ସଙ୍ଘର କର୍ମଚାରୀ ମାନେ ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି |  ପ୍ରକାଶ ଥାଉକି ଏହି କର୍ମଚାରୀମାନେ ସ୍ୱଳ୍ପ ଦରମାରେ ଦୀର୍ଘ ସାତ ବର୍ଷ ଧରି ସୁଚାରୁ ରୂପେ କାର୍ଯ୍ୟ କରିବା ଦ୍ୱାରା ପରିବେଶ ସୁରକ୍ଷା ସଙ୍ଗେ ସଙ୍ଗେ ଜୀବଜନ୍ତୁଙ୍କୁ ସୁରକ୍ଷା ପ୍ରଦାନ କରିଆସୁଛନ୍ତି | ଏମାନଙ୍କ ଦରମା ବୃଦ୍ଧି କରାଗଲେ ବିଶେଷ ଭାବେ ଅନେକ ଲୋକେ ଉପକୃତ ହୋଇପାରିବେ ଓ ପରିବେଶ ସୁରକ୍ଷା ଦିଗରେ ସେମାନଙ୍କ କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି

 

0
0
0
s2sdefault