ହେଡଲାଇନସ୍:

ଏଠି ବାଡ଼ ଖାଉଛି ଫସଲ, ଆଦିବାସୀଙ୍କ ଭିତରେ ତିକ୍ତତା ସୃଷ୍ଟି କରୁଛି ପ୍ରଶାସନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପେସା ଆଇନରେ ଶାସନ, ପ୍ରତିମୂର୍ତ୍ତି ନିର୍ମାଣ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ମୟୂରଭଞ୍ଜ ଜିଲାରେ ଆଦିବାସୀ ଓ ଅଣଆଦିବାସୀ ମଧ୍ୟରେ ଯେଉଁ ତିକ୍ତା ବା ମତାନ୍ତର ସୃଷ୍ଟି ହୋଇଛି ସେଥି ନିମନ୍ତେ ମୟୂରଭଞ୍ଜ ଜିଲାପ୍ରଶାସନକୁ ଜିଲାର ସମସ୍ତ ବର୍ଗ ଓ ସମ୍ପ୍ରଦାୟର ଜନସାଧାରଣ ଉତ୍ତରଦାୟୀ କରାଇଛନ୍ତି । ଜିଲାପ୍ରଶାସନ କୌଣସି କାରଣରୁ ଉଦେ୍ଧଶ୍ୟ ମୂଳକ ଭାବେ ଏହି ତିକ୍ତତା ସୃଷ୍ଟି କରାଉଥିବା ବିଷୟକୁ ନେଇ ଅଭିଯୋଗ ହେଉଥିବା ବେଳେ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ । ମୟୂରଭଞ୍ଜ ଜିଲାପ୍ରଶାସନର ପ୍ରତ୍ୟେକ କାର୍ଯ୍ୟ ଜିଲାର ସ୍ୱାର୍ଥ ବିରୋଧୀ ବୋଲି ଅଭିଯୋଗ ହେଉଥିବା ବେଳେ ପ୍ରଶାସନର ବିଭିନ୍ନ ପଦକ୍ଷେପ ଉପରେ ନ୍ୟାୟାଳୟର ଅଙ୍କୁଶ ଲାଗିବା ଏହାର ସତ୍ୟତାକୁ ପ୍ରତିପାଦିତ କରାଇ ଦେଇଛି । ତେଣୁ ରାଜ୍ୟ ସରକାର ଏଦିଗରେ ଗୁରୁତ୍ୱ ନ ଦେଲେ ଜିଲ୍ଲାର ପରିସ୍ଥିତି ଭବିଷ୍ୟତରେ ଆୟତ୍ତ ବାହାରକୁ ଚାଲିଯିବାର ଯଥେଷ୍ଟ ସମ୍ଭାବନା ଦେଖା ଦେଇଛି । 

ବାରିପଦାରୁ ଦିଲ୍ଲୀପ ମହାନ୍ତି - ପେସା ଆଇନରେ ଶାସନ, ଭଞ୍ଜପୁର ଛକରେ ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି ନିର୍ମାଣ ବାବି ସହିତ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସବକାରୀ ମେଡ଼ିକାଲ ମହାବିଦ୍ୟାଳୟ ଓ ହସପିଟାଲର ନାମ କରଣର ପରିବର୍ତ୍ତନ ନେଇ ହେଉଥିବା ଦାବିକୁ ବିରୋଧ କରି ଆଦିବାସୀମାନେ ଫେବୃଆରୀ ୧ ଗୁରୁବାର ମୟୂରଭଞ୍ଜ  ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜିଲା ପେସା ଗ୍ରାମ ସଭା କୋ-ଅଡର଼୍ିନେସନ କମିଟିର ଜିଲା ସଭାପତି ସୋନାରାମ ସୋରେନ, ଜିଲା ସମ୍ପାଦକ ନୁନାରାମ ମୁର୍ମୁ, ଜିଲ୍ଲା ସଂଯୋଜକ ପାଣ୍ଡୁରାମ ହେମ୍ବ୍ରମ, କୋଷାଧ୍ୟକ୍ଷ କାର୍ମି ମଣି କିସ୍କୁ, ବାରିପଦା ବ୍ଲକ ସଂଯୋଜକ ଉପେନ୍ଦ୍ର ମାର୍ଣ୍ଡି, ଦାଶରଥୀ ମାର୍ଣ୍ଡି, ସୁମତୀ ସୋରେନ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଆଦିବାସୀ ହାତରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧନୁତୀର, ଟାଙ୍ଗିଆ, କଟୁରୀ ଆଦି ଧରି ଏବଂ ହାତରେ ସେମାନଙ୍କ ଦାବିଗୁଡ଼ିକ ଲେଖାଥିବା ପ୍ଲେକାଡର଼୍ ଧରି ବିଭିନ୍ନ ସ୍ଲୋଗାନ ଦେଇ ଏକ ବିଶାଳ ର୍ୟାଲିରେ ସହର ପରିକ୍ରମା କରିବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହେବା ପରେ ଆୟୋଜିତ ବିକ୍ଷୋଭ ସଭାରେ ବକ୍ତାମାନେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ । ଏହାପରେ ଏକ ପ୍ରତିନିଧି ମଣ୍ଡଳୀ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଜିଲାପାଳଙ୍କ ଜରିଆରେ ସେମାନଙ୍କ ଦାବି ଉପରେ ଓଡ଼ିଶାର ରାଜ୍ୟପାଳ, ରାଜ୍ୟ ମାନବିକ ଅଧିକାର କମିଶନ ଓ ଅନୁସୂଚିତ ଜାତି ଜନଜାତି କମିଶନଙ୍କ ଉଦେ୍ଧଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏବିଷୟରେ ଜିଲା ସଭାପତି ସୋନାରାମ ସୋରେନ ନିଜର ପ୍ରତିକ୍ରିୟା ଜଣାଇବାକୁ ଯାଇ ଭାରତ ସରକାର ପଞ୍ଚମ ଅନୁସୂଚୀର କ୍ଷମତା ଆଧାରରେ ୧୯୫୦ରେ ମୟୂରଭଞ୍ଜ ଜିଲାକୁ ଏକ ଆଦିବାସୀ ଅଧୁ୍ୟଷିତ ଜିଲାର ମାନ୍ୟତା ଦେଇଥିବାରୁ ସରକାରଙ୍କ ପେସା ଆଇନ ଜିଲାରେ ଲାଗୁ ହେବା ସଂଗେସଂଗେ ଆଇନ ୧୯୯୬ ଅନୁସାରେ ସମ୍ବିଧାନର ପଞ୍ଚମ ଅନୁସୂଚିତ ଧାରା ୨୪୪(୧)  ଅନୁସାରେ ମୟୂରଭଞ୍ଜ ଜିଲାରେ ଶାସନ ଚାଲିବା କଥା , ମାତ୍ର ଏହି ଆକ୍ଟରେ ଶାସନ କାର୍ଯ୍ୟ ଚାଲିବା ବଦଳରେ ୨୪୫ ଆକ୍ଟ ଅନୁସାରେ ଶାସନ ଚାଲିଛି । ସେହିପରି ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ ମହାବିଦ୍ୟାଳୟ ଓ ହସପିଟାଲର ନାମ କରଣ ପରିବର୍ତ୍ତନ ନିମନ୍ତେ ଦାବି ଉଠିଛି । ପୁଣି ବାରିପଦା ଭଞ୍ଜପୁର ଛକରେ ଆମେ ଯାହାକୁ ଆଦିବାସୀମାନଙ୍କର ତାରା ବୀର ସୁନାରାମ ସୋରେନଙ୍କୁ ପୂଜା କରିଆସୁଛୁ,  ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନକୁ ବିରୋଧ କରାଯାଉଛି । ଏହାଫଳରେ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଏକ ଘୃଣାଭାବ ଜାଗ୍ରତ ହୋଇଅଛି । ଫଳରେ ଆଜି ଏହି ବିଦ୍ରୋହର ସ୍ୱର ଗୁଞ୍ଜରିତ ହୋଇଛି ବୋଲି କହିଥିଲେ । 
              ପ୍ରକାଶ ଥାଉକି, ବାରିପଦା ପୌରପରିଷଦର ଭଞ୍ଜପୁର ଛକ ନିକଟରେ ପୌରପରିଷଦର ଅଧ୍ୟକ୍ଷ ଭାବେ ଦୀନକୃଷ୍ଣ ଦାୟିତ୍ୱ ତୁଲାଇ ଆସୁଥିବା ସମୟରେ ଆଦିବାସୀ ନେତା ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା  କରାଯାଇ ଥିଲା । ଏହାପରେ ଆଦିବାସୀ ସୋସିଓ ଏଜୁକେଶନାଲ ଆଣ୍ଡ କାଲଚୁ୍ୟରାଲ ଆସୋସିଏସନ ପକ୍ଷରୁ ଫେବୃଆରୀ ୩ ଓ ୪ରେ ସୁନାରାମ ସୋରେନଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ନିଜସ୍ୱ ବ୍ୟୟ ବରାଦରେ ଭଞ୍ଜପୁର ଛକରେ ତାଙ୍କର ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନ କରିବା ନିମନ୍ତେ ଜିଲା ପ୍ରଶାସନକୁ ଜମି ଯୋଗାଇ ଦେବା ନିମନ୍ତେ ଆବେଦନ କରିଥିଲେ । ମୟୂରଭଞ୍ଜ ଅତିରିକ୍ତ ଜିଲାପାଳ ଏହାକୁ ବାରିପଦା ପୌରପରିଷଦକୁ ପଠାଇ ଦେଇଥିଲେ ଏବଂ ପୌରପରିଷଦର ପରିଚାଳନା ବୋଡର଼୍ ଭଞ୍ଜପୁର ଛକରେ ରହିଥିବା ବିଦୁ୍ୟତ୍ ବିଭାଗର ସବଷ୍ଟେସନକୁ ନିଜସ୍ୱ ଖର୍ଚ୍ଚରେ ସ୍ଥାନାନ୍ତରିତ କରାଇ ସେଠାରେ ପ୍ରତିମୂର୍ତ୍ତି ସ୍ଥାପନ କରାଇବା ନିମନ୍ତେ ଆସେକାର ଆବେଦନ ଅନୁସାରେ ୧୦/୧୦ ଫୁଟର ଜମି ଚିହ୍ନଟ କରାଇ ପ୍ରସ୍ତାବ  ମାଧ୍ୟମରେ ଯୋଗାଇ ଦେଇଥିଲେ । ମାତ୍ର ପରବର୍ତ୍ତି ସମୟରେ ମୟୂରଭଞ୍ଜ ଜିଲାପ୍ରଶାସନ ନିଜେ ପ୍ରତିମୂର୍ତ୍ତି ସ୍ଥାପନ କରାଇବାର ନିଷ୍ପତ୍ତି ନେଇ ସର୍ବସାଧାରଣଙ୍କର ଏକମାତ୍ର ପାର୍କିଂ ସ୍ଥଳ ସହିତ ଭଞ୍ଜପୁରବାସୀ ୬୦ ବର୍ଷ ଧରି  ପୂଜା ମଣ୍ଡପ ଭାବେ ବ୍ୟବହାର କରିଆସୁଥିବା ଜମି ଉପରେ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଯାହାକୁ ନେଇ ଭଞ୍ଜପୁରବାସୀଙ୍କ ସହିତ ବାରିପଦା ପୌରପରିଷଦର ୧ ଲକ୍ଷ ୧୪ ହଜାରରୁ ଅଧିକ ଜନସାଧାରଣଙ୍କ ଧାର୍ମିକ ଭାବନା ଉପରେ ଆଘାତ ପହଁଞ୍ଚାଇ ଥିଲା । ଫଳରେ ସ୍ଥାନୀୟ ରଞ୍ଜନ କୁମାର ମିଶ୍ର ନାମକ ଏକ ଯୁବକ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ଦାଏର କରିବା ପରେ ନ୍ୟାୟାଳୟ ପକ୍ଷରୁ ଫେବୃଆରୀ ୫ ପର୍ଯ୍ୟନ୍ତ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ନିର୍ମାଣ କାର୍ଯ୍ୟ ଉପରେ ରହିତାଦେଶ ଜାରି କରାଇ ଥିଲେ । 
               ଆଜି ମୟୂରଭଞ୍ଜ ଜିଲାରେ ଆଦିବାସୀ ଓ ଅଣଆଦିବାସୀ ମଧ୍ୟରେ ଯେଉଁ ତିକ୍ତା ବା ମତାନ୍ତର ସୃଷ୍ଟି ହୋଇଛି ସେଥି ନିମନ୍ତେ ମୟୂରଭଞ୍ଜ ଜିଲାପ୍ରଶାସନକୁ ଜିଲାର ସମସ୍ତ ବର୍ଗ ଓ ସମ୍ପ୍ରଦାୟର ଜନସାଧାରଣ ଉତ୍ତରଦାୟୀ କରାଇଛନ୍ତି । ଜିଲାପ୍ରଶାସନ କୌଣସି କାରଣରୁ ଉଦେ୍ଧଶ୍ୟ ମୂଳକ ଭାବେ ଏହି ତିକ୍ତତା ସୃଷ୍ଟି କରାଉଥିବା ବିଷୟକୁ ନେଇ ଅଭିଯୋଗ ହେଉଥିବା ବେଳେ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ । ମୟୂରଭଞ୍ଜ ଜିଲାପ୍ରଶାସନର ପ୍ରତ୍ୟେକ କାର୍ଯ୍ୟ ଜିଲାର ସ୍ୱାର୍ଥ ବିରୋଧୀ ବୋଲି ଅଭିଯୋଗ ହେଉଥିବା ବେଳେ ପ୍ରଶାସନର ବିଭିନ୍ନ ପଦକ୍ଷେପ ଉପରେ ନ୍ୟାୟାଳୟର ଅଙ୍କୁଶ ଲାଗିବା ଏହାର ସତ୍ୟତାକୁ ପ୍ରତିପାଦିତ କରାଇ ଦେଇଛି । ତେଣୁ ରାଜ୍ୟ ସରକାର ଏଦିଗରେ ଗୁରୁତ୍ୱ ନ ଦେଲେ ଜିଲ୍ଲାର ପରିସ୍ଥିତି ଭବିଷ୍ୟତରେ ଆୟତ୍ତ ବାହାରକୁ ଚାଲିଯିବାର ଯଥେଷ୍ଟ ସମ୍ଭାବନା ଦେଖା ଦେଇଛି । 
0
0
0
s2sdefault