ହେଡଲାଇନସ୍:

ଜୀବନ କଣ ଜାଣିନି, ଯନ୍ତ୍ରଣା ଭୋଗୁଛି କୁନି ଝିଅଟି : ଇଏ କି ଘୃଣ୍ୟ ପ୍ରବୃତ୍ତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ର ଗୌରଜୁରୀ ଗ୍ରାମରେ ଘଟି ଯାଇଛି ଏକ ଜଘନ୍ୟ ଦୁଷ୍କର୍ମ । ଜଣେ ୧୪ ବର୍ଷର ନାବାଳକ  ନିଜର ଘର ସାମନାରେ ଖେଳୁଥିବା  ଗୋଟେ  ୯ ବର୍ଷର ଝିଅକୁ ବାରିପଟକୁ ଡାକି ନେଇ ଝିଅଟି ସହିତ ଦୁଷ୍କର୍ମ କରିଥିଲା । ଝିଅଟି କୋଣସି ମତେ ସେଠାରୁ ସେ ରହୁଥିବା ତାର ଅଜାଆଇଙ୍କର ଘରକୁ ପଳେଇ ଆସିଥିଲା । ଝିଅର ଅଜାଆଇ ଝିଅର ଏହି ଭଳି ଅବସ୍ଥା ଦେଖି  ଗାଁ ଲୋକଙ୍କୁ ଡାକିଥିଲେ । ଗାଁ ଲୋକେ ତୁରନ୍ତ 108ରେ ଫୋନ କରି ଆମ୍ବୁଲାନ୍ସ ଡାକିଥିଲେ । ଆମ୍ବୁଲାନ୍ସ ଆସିବାରୁ ପ୍ରଥମେ ଝିଅକୁ ପଦ୍ମପୁର ଓ ପରେ ବରଗଡ଼ କୁ ପଠାଇ ଦିଆଯାଇଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷ  ଏହି ଘଟଣା ବାବଦରେ ପୋଲିସ କୁ ଜଣାଇବା ପରେ ପାଇକମାଲ ଥାନା ଅଧିକାରୀ ସଦଲବଳେ ଘଟଣା ସ୍ଥଳକୁ ପହଂଚି  ସରଜମିନ ତଦନ୍ତ କରିବା ସହିତ ଅଭିଯୁକ୍ତ ନାବାଳକକୁ ଧରି ଆଣିଛନ୍ତି  । ଆଜି ପ୍ରଥମେ ନାବାଳକର ଡାକ୍ତରୀ ମୁଆଇନା କରାଯିବା ପରେ ନାବାଳକକୁ ଜୁବେନାଇଲ ଜଷ୍ଟିସ ବୋର୍ଡଙ୍କର ସମ୍ମୁଖରେ ହଜାର କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଜଣାଇଥିଲେ। SI ବିପିନ ବାଗ ଏହି ଘଟଣାର କେଶ ନମ୍ବର169 ଧାର376(2)(i) 6 ପକସୋ ଏକଟରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବରଗଡ଼ ରେ ପିଡ଼ିତାର ଅସୁସ୍ଥତା ବଢି ଯିବାରୁ ତାକୁ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଛି 

 

0
0
0
s2sdefault