ହେଡଲାଇନସ୍:

ରାଷ୍ଟ୍ରୀୟ ମହିଳା କମିଶନ ସଦସ୍ୟାଙ୍କ ଗଜପତି ଜିଲ୍ଲା ଗସ୍ତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ: ଭାରତ ସରକାରଙ୍କ ମହିଳା ବିକାଶ ବିଭାଗ ଅଧିନସ୍ଥ  ରାଷ୍ଟ୍ରୀୟ ମହିଳା କମିଶନ ସଦସ୍ୟା  ଚନ୍ଦ୍ରମୁଖୀ ଦେବୀ  ଗଜପତି ଜିଲ୍ଲା ଗ୍ରସ୍ତରେ ଆସି ଜିଲ୍ଲାର ମହିଳା ବିକାଶ ବିଭାଗ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ପରିଦର୍ଶନ ଓ ଅନୁଧ୍ୟାନ କରିଥିଲେ । 

ପରେ  କମିଶନ ସଦସ୍ୟା  ଚନ୍ଦ୍ରମୁଖୀ ଦେବୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।

    କମିଶନ ସଦସ୍ୟା ଚନ୍ଦ୍ରମୁଖୀ ତାଙ୍କ ପରିଦର୍ଶନ ବେଳେ ପ୍ରଥମେ ଗୋଷାଣୀ ବ୍ଲକର ପାଟ୍ଟୀକୋଟା ଠାରେ ଥିବା ସ୍ଵଧାରା ହୋମ ପରିଦର୍ଶନରେ ଯାଇଥିଲେ । ସେଠାରେ ଅନ୍ତେବାସୀଙ୍କ ପାଇଁ ହୋଇଥିବା ବିଭିନ୍ନ ବ୍ୟବସ୍ଥା ସବୁ ବୁଲି ଦେଖିଥିଲେ । ପରେ ସେଠାରେ ଅନ୍ତେବାସୀ ଓ ଦାୟିତ୍ୱରେ ଥିବା ଆଧ୍ୟିକ୍ଷିକା ସନ୍ତୋସିନୀ ପାଣିଗ୍ରାହୀଙ୍କ ସହ ବିଭିନ୍ନ ବ୍ୟବସ୍ଥା ଉପରେ ଟିକିନିଖି ପଚାରି ବୁଝିଥିଲେ ।

    ତାପରେ କମିଶନ ସଦସ୍ୟା ଚନ୍ଦ୍ରମୁଖୀ  ଫରେଷ୍ଟ ଛକ ଠାରେ ଥିବା ବୃଦ୍ଧାଶ୍ରମ  ଆଶ୍ରା ଓ ତାଙ୍କ କାର୍ଯ୍ୟଳୟ  ସୁପୁତ୍ର ପରିଦର୍ଶନ କରିଥିଲେ । ସେଠାରେ କାର୍ଯ୍ୟଳୟ ପକ୍ଷରୁ ଅନ୍ତେବାସିଙ୍କ ନିମନ୍ତେ ଥିବା ବିଭିନ୍ନ ବ୍ୟବସ୍ଥା ଉପରେ ଉଦ୍ଧିଷ୍ଟ କାଗଜପତ୍ର ସବୁ ଦେଖିଥିଲେ । ବୃଦ୍ଧାଶ୍ରମରେ ଅନ୍ତେବାସିଙ୍କ ସହିତ ବାର୍ତ୍ତାଳାପ କରିବା ସହିତ ଦାୟିତ୍ୱରେ ଥିବା ଅଧିକ୍ଷକ ସୀତାକାନ୍ତ ଦାସଙ୍କୁ  ବିଭିନ୍ନ ବ୍ୟବସ୍ଥା ଉପରେ ପଚାରି ବୁଝିଥିଲେ ।

   ସେଠାରୁ କମିଶନ ସଦସ୍ୟା ଚନ୍ଦ୍ରମୁଖୀ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ନିର୍ଯ୍ୟାତିତ ମହିଳା ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ଥିବା  ୱାନ ଷ୍ଟପ କେନ୍ଦ୍ରକୁ ପରିଦର୍ଶନରେ ଯାଇଥିଲେ । ସେଠାରେ ମଧ୍ୟ କେନ୍ଦ୍ର ବୁଲି ଦେଖିବା ସହ ସେଠାକାର ସମସ୍ତ କାଗଜ ପତ୍ର ଦେଖି ଦାୟିତ୍ୱରେ ଥିବା ସଞ୍ଚାଳିକା ଓ ଅନ୍ୟମାନଙ୍କ  ସହ ବ୍ୟବସ୍ଥା ଉପରେ ପଚାରିଥିଲେ ।

   ପରେ କମିଶନ ସଦସ୍ୟା ଚନ୍ଦ୍ରମୁଖୀ  ପାରଳାଖେମୁଣ୍ଡି ସ୍ଥିତ ମକା-ତୋଟମ୍ମା ମନ୍ଦିର ନିକଟ ଅଞ୍ଚଳରେ ଥିବା ପୋୖଷ୍ୟ ଗ୍ରହଣ କେନ୍ଦ୍ର(ସା) ପରିଦର୍ଶନରେ ଯାଇ ସେଠାକାର ବ୍ୟବସ୍ଥା ସବୁ ଅନୁଧ୍ୟାନ କାରି ଦାୟିତ୍ୱରେ ଥିବା ପରିଚାଳକ ପ୍ରତ୍ୟୁଷ୍ କୁମାର ସୂର୍ଯ୍ୟଙ୍କ ସହ ଆଲୋଚନା କରି କାଗଜ ପତ୍ର ଦେଖିଥିଲେ । କେନ୍ଦ୍ରରେ ଥିବା ୩ ମାସ ବୟସରୁ ଆରମ୍ଭ କରି ଦେଢ ବର୍ଷ ବୟସ ମଧ୍ୟରେ ଥିବା ୬ ଜଣ ଶିଶୁଙ୍କୁ ଦେଖିଥିଲେ ଏବଂ ସେଠାରେ ସେମାନଙ୍କ ଦାୟିତ୍ୱରେ ଥିବା କେୟାର ଟେକର ମାନଙ୍କୁ ଶିଶୁ ମାନଙ୍କ ଲାଳନ ପାଳନ ଓ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । 

     କମିଶନ ସଦସ୍ୟା ଚନ୍ଦ୍ରମୁଖୀଙ୍କ ଏହି ସମସ୍ତ ଗ୍ରସ୍ତ କାର୍ଯ୍ୟକ୍ରମ ବେଳେ ତାଙ୍କ ସହିତ ଆସିଥିବା ରାଜ୍ୟ ମହିଳା କମିଶନର ବରିଷ୍ଠ କ୍ଷେତ୍ର ଅଧିକାରୀ ତଥା ଡିଏସପି. ବିଜୟା ବାରୁଆ ଓ ପିଏସଓ: ସସ୍ମିତା ପତିଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ସ୍ଵଧା ଦେବ ସିଂ , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁନ୍ତଳା କୁମାରୀ ମଲ୍ଲିକ , ଜିଲ୍ଲା ମିଶନ ଶକ୍ତି ସଂଯୋଜିକା ସାରଳା ପାତ୍ର  , ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ରଶ୍ମି ରଂଜନ ସେଠୀ , ସାମାଜିକ ସୁରକ୍ଷା ଅଧିକାରୀ ଯଶୋବନ୍ତି ବେହେରା ଏବଂ ପିଏସଓ ସସ୍ମିତା ପାଣିଗ୍ରାହୀ  ଜିଲ୍ଲା ଚାଇଲଡ ଲାଇନ ସଂଯୋଜକ ନାଗେଶ୍ବର ଚୌଧୁରୀ  ଓ ଅନ୍ୟମାନେ ଗ୍ରସ୍ତ କରିଥିଲେ ।

0
0
0
s2sdefault