ଭଦ୍ରକ : ସରକାର ସମସ୍ତଙ୍କ ଦାବି ପୁରଣ କରୁଥିବା ବେଳେ ବିଡି ଶ୍ରମିକ ମାନଙ୍କ ଦାବିକୁ ନେଇ ଚୁପ୍ ରହୁଥିବା ଘଟଣା ବିଡି ଶ୍ରମିକ ପରିବାର ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି । ଏବେବି ଦୁଃଖ କଷ୍ଟରେ ନିଜର ପରିବାର ଚଳାଉଥିବା ବିଡି ଶ୍ରମିକ ମାନେ ନିଜର ହକ୍ ପାଇଁ ଲଢେଇ କରୁଥିବା ବେଳେ ସରକାର ସେମାନଙ୍କ ସୁବିଧା ପାଇଁ ଯଥାଶିଘ୍ର ପଦକ୍ଷେପ ନେବାକୁ ସଂଘ ଦାବି କରିଛି । ଭାରତ ସରକାରଙ୍କ ବାସଗୃହ ଯୋଜନା ମାଧ୍ୟମରେ ମିଳୁଥିବା ଅନୁଦାନ ଠିକ୍ ସେ ଭଦ୍ରକରେ ଥରବା ଶ୍ରମିକ ମାନଙ୍କୁ ମିଳି ପାରୁନାହିଁ । ସରକାରଙ୍କ ଯୋଜନା ମାଧ୍ୟମରେ (୧ଲକ୍ଷ ୫୦ ହଜାର ଟଙ୍କା ) ତିନିଟି କିସ୍ତିରେ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୧୮ମାସ ଭିତରେ ମିଳିବା କଥା କିନ୍ତୁ ଏବେ ୨୮ମାସ ବିତିବାକୁ ଯାଉଛି ସେମାନଙ୍କ ଖାତାକୁ ଟଙ୍କା ଆସି ପାରିନଥିବା ଘଟଣାକୁ ନେଇ ବିଡି ଶ୍ରମିକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ସେମାନେ ଧାର କରଜ କରି ଘର ତିଆରି କରି କଷ୍ଟରେ ରହୁଥିବା ବେଳେ ସମୋନଙ୍କ ଟଙ୍କାକୁ ହଡପ କରୁଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଟାନ ଦାବି ପରେ ଘଟଣାର ତଦନ୍ତ ସରିବାର ୨ବର୍ଷ ବିତିଯାଇଥିବା ବେଳେ ଏଯାବତ କୈାଣସି ସହାୟତା ଖଟିଖିଆ ବିଡି ଶ୍ରମିକଙ୍କୁ ମିଳିପାରି ନାହିଁ । ଏହି ଘଟଣାକୁ ନେଇ ଭୂବନେଶ୍ୱରରେ ଥିବା ଡବ୍ଲୁ୍୍ୟ,ସି.ସି ଅଫିସକୁ ଯାଇ ଏକ ପ୍ରତିନିଧି ଦଳ ଚଳିତ ମାସ ୪ ତାରିଖରେ ଭେଟ କରିବା ସହିତ ଦାବିପତ୍ର ଦେଇ ଆସିଥିଲେ । କିନ୍ତୁ ସେଠାରେ କୋଣସି ସନ୍ତୋଷଜନକ ଉତ୍ତର ନ ପାଇ ଫେରି ଆସିଥିବା ବିଡି ଶ୍ରମିକ ମାନେ ରାଜ୍ୟ ବିଡି ସଂଗଠନ ସହିତ ମିଳିତ ଭାବରେ ଆନେ୍ଦାଳନ କରିବେ ବୋଲି ଚେତାବନି ଦେଈଛନ୍ତି । ସଂଗଠନର ସଂପାଦକ ସେଖ ନସିମ , କଲିମୁଦ୍ଧିନ ଖାଁ , ଅବଦୁଲ ହାଫିଜ୍ ପ୍ରମୁଖ କର୍ମକତା ମାନେ ଜିଲ୍ଲାପଳଙ୍କ ଦୃଷ୍ଟି ଆକର୍ଷଣ କରିବେ ଏବଂ ସମସ୍ୟା ସମାଧାନ ନହେଲେ ସପରିବାର ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ।
ରାଜ୍ୟ
ବିଡି ଶ୍ରମିକ ମାନଙ୍କର ଦାବି ପୁରଣ ନହେଲେ ରାସ୍ତାକୁ ଓହ୍ଲାଇବେ : ସଂଘ
- Hits: 493











