ହେଡଲାଇନସ୍:

ବାଳିକା ହାଇସ୍କୁଲ୍ ରେ ହିନ୍ଦୀ ଦିବସ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର :  ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ସେବାଶ୍ରୀ ଭୋଇଙ୍କ ଅଧ୍ୟକ୍ଷତାରେ ହିନ୍ଦୀ ଦିବସ ପାଳିତ ହୋଇଯାଇଛି  । ହିନ୍ଦୀ ଶିକ୍ଷକ ସୁରେନ୍ଦ୍ର କୁମାର ଭୋଇ ଉଦେ୍ଧଶ୍ୟ ଜ୍ଞାପନ କରିଥିଲେ  । ବରିଷ୍ଠ  ଶିକ୍ଷକ ବୃନ୍ଦାବନ ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ  । ପ୍ରେମାନନ୍ଦ ବେହେରା ଓ ଜୀବନାନନ୍ଦ ସାହୁ ସଂଗୀତ ପରିଚାଳନା କରିଥିଲେ  । ଏହି ଶୁଭାବସରରେ ଜିଲ୍ଲାସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ  ଓ ରାଜ୍ୟସ୍ତରରେ ଅଂଶଗ୍ରହଣ ପାଇଁ ମନୋନୀତ ଛାତ୍ରୀ ରାଜନନ୍ଦିନୀ ହରିପାଲ, ସ୍ୱପ୍ନା ମହାନନ୍ଦ, ହୀନା ମହାନନ୍ଦ, ଆରତୀ ଶିକା, ପ୍ରୀତିସୁଧା ଭୋଇ ଓ ଦୀପା ନାଏକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା  । ପୁରସ୍କାର ବିତରଣରେ ସହାୟତା କରିଥିଲେ ଚିନ୍ତାମଣି ସାହୁ, ଜ୍ୟେତ୍ସ୍ନାରାଣୀ ସାହୁ, ନିଳିମାରାଣୀ ମହାନ୍ତି, ଇତିଶ୍ରୀ ସାହୁ, ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ, ସୁରେଶ ଚନ୍ଦ୍ର ଚୌହାନ  ଓ ବାଦଲ୍ କୁମାର ସେଠୀ  । ସୁଷମା ଦାଶ, ବସନ୍ତ ବାଗ, ଦୁଷ୍ମନ୍ତ ଛତର ଓ ନନ୍ଦିନୀ ବାଗ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହାୟତା କରିଥିଲେ  । ଶେଷରେ ମିନତୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ

0
0
0
s2sdefault